Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛକାପଞ୍ଝା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା; ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

Politics

Karnataka CM change / ଛକାପଞ୍ଝା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା; ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

Subhramjit Ray
Browse all articles by Subhramjit Ray
·2 hours ago·3 min read
ଛକାପଞ୍ଝା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା; ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
Karnataka CM change news

Key Points

ନେତୃତ୍ୱ ପରିବର୍ତ୍ତନକୁ ନେଇ କର୍ଣ୍ଣାଟକ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକାଇଛନ୍ତି। ସୋମବାର ସନ୍ଧ୍ୟାରେ ପାର୍ଟି ହାଇକମାଣ୍ଡ କର୍ଣ୍ଣାଟକ ରାଜନୀତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।
CM Siddaramaiah Delhi visit: ମୁଖ୍ୟମନ୍ତ୍ରୀ ଏବଂ ନେତୃତ୍ୱ ପରିବର୍ତ୍ତନକୁ ନେଇ ବିଗତ କିଛି ମାସ ହେବ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ଏନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା ହୋଇଥିବାର ଖବର ଆସିଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କିମ୍ବା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥାଏ, ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଯାଏ ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାକୁ ଯାଉଛି। ଏକଥା ମଧ୍ୟ କୁହାଯାଏ ଯେ କର୍ଣ୍ଣାଟକରେ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ହୋଇଥିଲା। ଉଭୟ ସିଦ୍ଧରମୈୟା-ଶିବକୁମାର ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସହମତି ହୋଇଥିଲା। ହେଲେ କଂଗ୍ରେସ ନେତୃବୃନ୍ଦ କେବେ ଏକଥା ନିଶ୍ଚିତ କରି ପାରିନାହାଁନ୍ତି ଯେ ଏପରି କୌଣସି ପ୍ରତିଶୃତି ଦିଆଯାଇଥିଲା ନା ନାହିଁ।

ସିଦ୍ଧରମୈୟାଙ୍କୁ ରହିଛି ଶହେରୁ ଅଧିକ ବିଧାୟକଙ୍କ ସମର୍ଥନ
ବର୍ତ୍ତମାନ ସିଦ୍ଧରମୈୟାଙ୍କ ଗାଦି ପ୍ରାୟତଃ ସୁରକ୍ଷିତ ରହିଥିବାର କୁହାଯାଉଛି। କାରଣ ସେ ପଛୁଆ ବର୍ଗରୁ (ଓବିସି) ପ୍ରତିନିଧିତ୍ୱ କରୁଛନ୍ତି। ବର୍ତ୍ତମାନ ସେ କଂଗ୍ରେସ ଦଳରେ କେବଳ ଏକମାତ୍ର ଓବିସି (OBC) ମୁଖ୍ୟମନ୍ତ୍ରୀ। ଦ୍ୱିତୀୟତଃ, ସିଦ୍ଧରମୈୟାଙ୍କ ପାଖରେ ଦଳର ଅର୍ଦ୍ଧାଧିକ ବିଧାୟକଙ୍କ ସମର୍ଥନ ରହିଛି। ଦଳର ମୋଟ ୧୩୬ ବିଧାୟକଙ୍କ ମଧ୍ୟରୁ ସିଦ୍ଧରମୈୟାଙ୍କ ପାଖରେ ଶହେରୁ ଅଧିକ ବିଧାୟକଙ୍କ ସମର୍ଥନ ଅଛି। ମୋଟ ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ପାଖରେ ୧୪୦ ବିଧାୟକ ଅଛନ୍ତି। ହେଲେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଶାନ୍ତ କରିବା ଏବଂ ସନ୍ତୁଷ୍ଟ କରିବା ପାଇଁ ପ୍ରତିବଦଳରେ କ'ଣ କରାଯିବ?

ଏହା ସହ ପଢନ୍ତୁ: ଖୁବ ଶୀଘ୍ର ହୋଇପାରେ ବୈଠକ; କେବେ ହେବ ଗାଦି ସମସ୍ୟାର ସମାଧାନ?

ଆସନ୍ତା ମାସରେ କର୍ଣ୍ଣାଟକର ୩ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ। ଏହି ଆସନ ମଧ୍ୟରୁ ଗୋଟିଏ ଆସନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅନ୍ୟ ଏକ ଆସନ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶଙ୍କ ନିକଟକୁ ଯାଇପାରେ। ଶିବକୁମାରଙ୍କ ଭାଇ ସୁରେଶ ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ପରାସ୍ତ ହୋଇଥିଲେ। ପୂର୍ବରୁ ସେ ଏହି ଆସନରୁ ୨୦୧୩ ଉପନିର୍ବାଚନ, ୨୦୧୪, ୨୦୧୯ ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ନିର୍ବାଚିତ ହୋଇଥିଲେ। ଗତ ୨୦୨୪ ଲୋକସଭା ନିର୍ବାଚନରେ ​ଦଳର ଶୋଚନୀୟ ପ୍ରଦର୍ଶନ ଯୋଗୁଁ, ଦିଲ୍ଲୀରେ ଡିକେ ଶିବକୁମାରଙ୍କ ଦବଦବା ଅନେକାଂଶରେ ହ୍ରାସ ପାଇଛି। ଡିକେ ଶିବକୁମାର ୨୦୨୦ ରୁ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଭାବେ କରୁଛନ୍ତି। ଗତ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ କର୍ଣ୍ଣାଟକର ମୋଟ ୨୮ ଆସନ ମଧ୍ୟରୁ କେବଳ ୯ ସିଟ୍ ଜିତିଥିଲା।

କାହିଁକି କର୍ଣ୍ଣାଟକରେ ଫସି ରହିଛି ପେଞ୍ଚ?
କର୍ଣ୍ଣାଟକରେ ଚାଲିଥିବା ଛକାପଞ୍ଝା ଏଥିପାଇଁ ଜଟିଳ ହୋଇପଡ଼ିଛି କାରଣ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସେଠାରୁ ଆସୁଛନ୍ତି। ଯିଏ ବେଶ ଲମ୍ବା ସମୟ ଧରି କର୍ଣ୍ଣାଟକ ରାଜନୀତିରେ ଜଡି଼ତ ଅଛନ୍ତି। ସେଥିପାଇଁ ରାହୁଲ ଗାନ୍ଧୀଙ୍କ ଲାଗି ତାଙ୍କ ମତ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି। ତାଙ୍କ ପୁଅ ପ୍ରିୟଙ୍କ ଖାର୍ଗେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସରକାରରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଆଇଟି ମନ୍ତ୍ରୀ ଅଛନ୍ତି।

ଏହା ସହ ପଢନ୍ତୁ: ପୁଣି ଗାଦିକୁ ନେଇ ତେଜିଲା କନ୍ଦଳ; ଦିଲ୍ଲୀ ମୁହାଁ DK ଙ୍କ ସମର୍ଥକ ବିଧାୟକ

ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକାଯାଇଛି। ଏନେଇ ସେ କହିଛନ୍ତି ଯେ ତାଙ୍କ ପାଖକୁ ଦଳର ମହାସଚିବ ସେ କେ.ସି. ବେଣୁଗୋପାଳଙ୍କ ଏକ ଫୋନ୍ କଲ୍ ଆସିଛି। ସେ ମଙ୍ଗଳବାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏବେ ପ୍ରଶ୍ନ ଉଠୁଛି ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଏ, ତାହେଲେ ତାଙ୍କୁ କ'ଣ ରାଜ୍ୟସଭାକୁ ପଠାଯିବ, କିମ୍ବା ତାଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ସ୍ଥାନ ଦିଆଯିବ ଅଥବା ତାଙ୍କ ପୁଅ ଯତୀନ୍ଦ୍ରଙ୍କୁ ବିଧାୟକ କରି ମନ୍ତ୍ରୀ ନିଯୁକ୍ତ କରାଯିବ? ହେଲେ ବର୍ତ୍ତମାନ ଏକଥା କୁହାଯାଇ ପାରେ ଯେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚାଲିଥିବା ଲଢେଇର ପରବର୍ତ୍ତୀ ମୁକାବିଲା ଦିଲ୍ଲୀରେ ଦେଖିବାକୁ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is Karnataka Getting a New CM? Siddaramaiah Summoned to Delhi | Argus News