Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୁବ ଶୀଘ୍ର ହୋଇପାରେ ବୈଠକ; କେବେ ହେବ ଗାଦି ସମସ୍ୟାର ସମାଧାନ?

Politics

KPCC Internal Rift / ଖୁବ ଶୀଘ୍ର ହୋଇପାରେ ବୈଠକ; କେବେ ହେବ ଗାଦି ସମସ୍ୟାର ସମାଧାନ?

Subhramjit Ray
Browse all articles by Subhramjit Ray
·1 hour ago·3 min read
 ଖୁବ ଶୀଘ୍ର ହୋଇପାରେ ବୈଠକ;  କେବେ ହେବ ଗାଦି ସମସ୍ୟାର ସମାଧାନ?
KPCC Internal Rift

Key Points

ସିଦ୍ଧରମୈୟା ସରକାର ଗତ ବୁଧବାର (୨୦ ମେ ୨୦୨୬) ୩ ବର୍ଷ ପୂରଣ କରିଛି। କଂଗ୍ରେସ ସୂତ୍ର ଅନୁଯାୟୀ ଚଳିତ ମାସ ଶେଷ ପୂର୍ବରୁ କର୍ଣ୍ଣାଟକ ସହ ଜଡି଼ତ ସମସ୍ତ ପ୍ରସଙ୍ଗର ସମାଧାନ କରାଯିବ।
dks vs Siddaramaiah fight for cm post: କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ଛକାପଞ୍ଝା ଉପରେ ଖୁବ ଶୀଘ୍ର ପଡ଼ିପାରେ ପୂର୍ଣ୍ଣଚ୍ଛେଦ। କାରଣ ଦଳରେ ଚାଲିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଚଳିତ ମାସ ଶେଷ ଆଡ଼କୁ କର୍ଣ୍ଣାଟକ ସମସ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିପାରନ୍ତି। ସିଦ୍ଧରମୈୟା ସରକାର ଗତ ବୁଧବାର (୨୦ ମେ ୨୦୨୬) ୩ ବର୍ଷ ପୂରଣ କରିଛି। କଂଗ୍ରେସ ସୂତ୍ର ଅନୁଯାୟୀ ଚଳିତ ମାସ ଶେଷ ପୂର୍ବରୁ କର୍ଣ୍ଣାଟକ ସହ ଜଡି଼ତ ସମସ୍ତ ପ୍ରସଙ୍ଗର ସମାଧାନ କରାଯିବ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଖୁବ୍ ଶୀଘ୍ର ଦିଲ୍ଲୀ ଡକରା ହୋଇପାରେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କ୍ୟାବିନେଟ୍ ପୁନର୍ଗଠନ କରିହା ଯୋଜନାରେ ରହିଛନ୍ତି। ଏଥିପାଇଁ ସେ ପ୍ରାୟ ୬ ମାସ ଧରି ଦଳର କେନ୍ଦ୍ରୀୟ ନେତୃତ୍ୱର ସବୁଜ ସଙ୍କେତ ପାଇବାକୁ ଅପେକ୍ଷା କରିଛନ୍ତି। ଏହି ସମୟରେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନ ଉପରେ ନଜର ରଖିଛନ୍ତି। ସେହିପରି ରାଜ୍ୟର ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର  ବୋଲି ବିବେଚନା କରାଯାଉଛି।

ଏହା ସହ ପଢନ୍ତୁ: ପୁଣି ଗାଦିକୁ ନେଇ ତେଜିଲା କନ୍ଦଳ; ଦିଲ୍ଲୀ ମୁହାଁ DK ଙ୍କ ସମର୍ଥକ ବିଧାୟକ

କ'ଣ ଥିଲା ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ଫର୍ମୁଲା?
ଗତ ବର୍ଷ ନଭେମ୍ବରରେ ଯେତେବେଳେ ସିଦ୍ଧରମୈୟା ସରକାର ଅଢ଼େଇ ବର୍ଷ ପୂରଣ କରିଥିଲା, ସେତେବେଳେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କଥିତ ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳୀୟ ନେତୃତ୍ୱ ଚାପ ପକାଇବା ଆରମ୍ଭ କରିଥିଲେ। ହେଲେ ତଥାପି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଏଥିରେ ହସ୍ତକ୍ଷେପ କରି ଦଳରେ ଗୋଷ୍ଠୀବାଦକୁ ରୋକିବାରେ ସଫଳ ହୋଇଥିଲେ। ଯେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ, ସେତେବେଳେ ଡିକେ କ୍ୟାବିନେଟ୍ ଅଦଳବଦଳ ପାଇଁ ନିଜର ସହମତି ଦେଇ ନଥିଲେ। ସେତେବେଳେ ବିଭିନ୍ନ ସୂତ୍ରରୁ ଦାବି କରାଯାଉଥିଲା ଯେ କର୍ଣ୍ଣାଟକ ସମ୍ପର୍କରେ ନିଷ୍ପତ୍ତି କେରଳ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ନିଆଯିବ।

ହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କଂଗ୍ରେସ ନେତୃତ୍ୱ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବିଷୟରେ କୌଣସି ନିଷ୍ପତ୍ତି ନେବେ କି? ଏନେଇ ବିଭିନ୍ନ ସୂତ୍ରକୁ ଆଧାର କୁହାଯାଉଛି ଯେ ଏହା ଅସମ୍ଭବ। କାରଣ ବୟସାଧିକ୍ୟ କାରଣରୁ କଂଗ୍ରେସ ସିଦ୍ଧରମୈୟାଙ୍କ ନେତୃତ୍ୱରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ​​ଲଢ଼ିବାକୁ ଚାହୁଁନାହିଁ। ଯିଏ ବର୍ତ୍ତମାନ ୭୯ ବର୍ଷ ବୟସ୍କ ହୋଇ ସାରିଲେଣି। ହେଲେ ତଥାପି ପଛୁଆ ବର୍ଗ, ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଲୋକପ୍ରିୟ ସିଦ୍ଧରମୈୟାଙ୍କ ପଛରେ ବହୁ ସଂଖ୍ୟକ ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି।

ଏହା ସହ ପଢନ୍ତୁ: କେରଳ ପରେ କର୍ଣ୍ଣାଟକରେ ତେଜିଲା କଳି; କିଏ ପଡ଼ିବ ବଳି?

କ'ଣ ରହିଛି ଜାତିଗତ ସମୀକରଣ?
ଚାରି ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସିଦ୍ଧରମୈୟାଙ୍କୁ ଛାଡ଼ି ସମସ୍ତ ୩ ଜଣ ଉଚ୍ଚ ଜାତିର। ସାମାଜିକ ନ୍ୟାୟ ରାଜନୀତି ଉପରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି, ପଛୁଆ ବର୍ଗରୁ ଆସିଥିବା ସିଦ୍ଧରମୈୟାଙ୍କୁ ତାଙ୍କ ସମ୍ମତି ବିନା ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଅସମ୍ଭବ। ଏପରି ପରିସ୍ଥିତିରେ ଉଚ୍ଚ ଜାତିରୁ ଆସିଥିବା ଡିକେ ଶିବକୁମାରଙ୍କୁ କିପରି ମନାଇ ହେବ ତାହା ଦେଖିବାକୁ ବାକି ରହିଲା। କାରଣ ତାଙ୍କ (ଡିକେ) ଗୋଷ୍ଠୀ ଶିବିର ଦାବି କରୁଛି ଯେ ତାଙ୍କୁ ୨୦୨୩ ମେ ମାସରେ ସରକାର ଗଠନ ହେବା ସମୟରେ ଅଧା କାର୍ଯ୍ୟକାଳ ପାଇଁ ଅର୍ଥାତ୍ ଅଢ଼େଇ ବର୍ଷ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁହାଯାଇଥିଲା।

ଅନ୍ୟପଟେ ରାଜ୍ୟର ଗୃହମନ୍ତ୍ରୀ ଜି.ପରମେଶ୍ୱର ଯିଏ ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି, ତାଙ୍କ ସମର୍ଥକ କହୁଛନ୍ତି ଯେ ସେମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। କର୍ଣ୍ଣାଟକରେ ଆଜି ପର୍ଯ୍ୟନ୍ତ କଂଗ୍ରେସ ସରକାର ଅମଳରେ କେବେ କୌଣସି ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀ ପଦ ସମସ୍ୟା ଯୋଗୁଁ କ୍ୟାବିନେଟ୍ ପୁନର୍ଗଠନ ପ୍ରସଙ୍ଗ ପ୍ରାୟ ୬ ମାସ ଧରି ଅଟକି ରହିଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯେ ସିଦ୍ଧରମୈୟା ସରକାରଙ୍କ ଅଧାରୁ ଅଧିକ ମନ୍ତ୍ରୀଙ୍କୁ ବଦଳାଯିବ। କିଛି ସପ୍ତାହ ପୂର୍ବରୁ କର୍ଣ୍ଣାଟକର ପ୍ରାୟ ୧୦-୧୨ ଜଣ ବିଧାୟକ କ୍ୟାବିନେଟ୍ ପୁନର୍ଗଠନ ଦାବି କରି ଦିଲ୍ଲୀରେ ପହଞ୍ଚିଥିଲେ। ସୂତ୍ର ଅନୁସାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ଖାର୍ଗେ, ସଙ୍ଗଠନ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ଏବଂ ପ୍ରଭାରୀ ରଣଦୀପ ସୁରଜେୱାଲା ପ୍ରଥମେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କ ସହ ଆଲୋତନା କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ନେବେ। କେରଳ ପରେ ଏବେ ତାଙ୍କ ପାଖରେ ଆଉ ଏକ ନେତୃତ୍ୱ ବଦଳାଇବାର ଦାୟିତ୍ୱ ରହିଛି। ଯାହାକୁ ସେ ଅଣଦେଖା କରିପାରିବେ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka Congress Crisis: High Command to Meet Over CM Post Tussle | Argus News