Karnataka Congress Fight / ପୁଣି ଗାଦିକୁ ନେଇ ତେଜିଲା କନ୍ଦଳ; ଦିଲ୍ଲୀ ମୁହାଁ DK ଙ୍କ ସମର୍ଥକ ବିଧାୟକ
·3 months ago·2 min read

Key Points
କ୍ଷମତା ବଣ୍ଟନ ବିବାଦକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଛକାପଞ୍ଝା ଜାରି ରହିଛି। ବେଙ୍ଗାଲୁରୁରେ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଏକ ମଧ୍ୟାହ୍ନ ଭୋଜନ ବୈଠକ ଅନୁଷ୍ଠିତ ହୋଇଛି।
Karnataka Congress Power Tussle: ନେତୃତ୍ୱ ଏବଂ କ୍ଷମତା ବଣ୍ଟନକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଏବେ ବିବାଦ ଜାରି ରହିଛି। ହେଲେ ଏହି ବିବାଦ ମଧ୍ୟରେ ଦୁଇଟି ପ୍ରମୁଖ ରାଜନୈତିକ ଘଟଣାକ୍ରମ ସାମ୍ନାକୁ ଆସିଛି। ପ୍ରଥମ ଘଟଣା ହେଉଛି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଗତକାଲି (ମେ ୧୯) ରାଜ୍ୟ ଶକ୍ତି ମନ୍ତ୍ରୀ କେଜେ ଜର୍ଜଙ୍କ ବାସଭବନରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। କର୍ଣ୍ଣାଟକରେ ହେଉଥିବା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ଏହି ତିନି ଜଣ ବରିଷ୍ଠ କଂଗ୍ରେସ ନେତା ମଧ୍ୟାନ୍ନ ଭୋଜନ ପାଇଁ ଏକାଠି ହେବା ଅନେକ ଗୁରୁତ୍ୱ ବହନ କରୁଛି।
କ'ଣ କହୁଛନ୍ତି ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମର୍ଥକ ବିଧାୟକ?
ଦ୍ୱିତୀୟ ଘଟଣା ହେଉଛି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ ବିଧାୟକ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀ ଗସ୍ତ ପାଇଁ ଏକ ବୈଠକ ଯୋଜନା କରୁଛନ୍ତି। ମାଗାଡିର କଂଗ୍ରେସ ବିଧାୟକ, ଏଚ୍.ସି. ବାଲକୃଷ୍ଣ, କହିଛନ୍ତି, "ଏବେ କେରଳ ନିର୍ବାଚନ ଶେଷ ହୋଇସାରିଛି। କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦ ଦଳରେ ରହିଥିବା ସମସ୍ୟାର ସମାଧାନ କରିବା ସହ ଶୀଘ୍ର ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିବା ଆବଶ୍ୟକ। ଯଦି ସେମାନେ ଆମର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କୌଣସି ପ୍ରତିଶୃତି ଦେଇଛନ୍ତି, ତାହେଲେ ତାହା ପୂରଣ ହେବା ଆବଶ୍ୟକ। ଆମର ସମସ୍ତ ନେତା ଗୋଟିଏ ସପ୍ତାହ ମଧ୍ୟରେ ବୈଠକ କରି ଦିଲ୍ଲୀ ଗସ୍ତ ବିଷୟରେ ଆଲୋଚନା କରିବାକୁ ଯୋଜନା କରୁଛନ୍ତି।
ଏହା ସହ ପଢନ୍ତୁ: କେରଳ ପରେ କର୍ଣ୍ଣାଟକରେ ତେଜିଲା କଳି; କିଏ ପଡ଼ିବ ବଳି?
ରାଜଧାନୀ ବେଙ୍ଗାଲୁରୁରୁ ଏକାଠି ଫେରିଲେ
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ରାଜଧାନୀ ତିରୁବନନ୍ତପୁରମରୁ ବେଙ୍ଗାଲୁରୁ ଫେରିବା ପରେ ଏହି ଅନୌପଚାରିକ ବୈଠକ ହୋଇଥିଲା। ରାଜ୍ୟରେ କଂଗ୍ରେସ ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମ୍ମିଳନୀ ମଧ୍ୟରେ ଏହି ବୈଠକ ଆଲୋଚନା ପରିସରକୁ ଆସିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ତେଜିଲା ବିବାଦ; ମନ୍ତ୍ରୀ ପଦ ପାଇଁ ଦିଲ୍ଲୀ ମୁହାଁ ବିଧାୟକ
ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ
କେବଳ ଏହି ୩ ପ୍ରମୁଖ ନେତା ନୁହଁନ୍ତି, ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ କେଏଚ୍ ମୁନିୟାପ୍ପା, ସରକାରୀ ଦଳ ମୁଖ୍ୟ ସଚେତକ ଅଶୋକ ପଟ୍ଟନା, ମୁଖ୍ୟମନ୍ତ୍ରୀଙ୍କ ଆଇନଗତ ପରାମର୍ଶଦାତା ଏବଂ ବିଧାୟକ ଏଏସ୍ ପୋନାନ୍ନା, ଏବଂ ଶାନ୍ତିନଗର ବିଧାୟକ ଏନଏ ହରିସ୍ ମଧ୍ୟ ମଧ୍ୟାହ୍ନ ଭୋଜନ ବୈଠକରେ ଉପସ୍ଥିତ ଥିଲେ।

Related Topics
Explore more stories