Videos
|
Politics

Suren Daimari Leaves Congress / ମତଦାନ ପୂର୍ବରୁ ଦଳ ଛାଡି଼ଲେ କଂଗ୍ରେସ ପ୍ରାର୍ଥୀ ସୁରେନ୍ ଡାଇମରି; କହିଲେ...

Subhramjit Ray
Browse all articles by Subhramjit Ray
·5 months ago·3 min read
ମତଦାନ ପୂର୍ବରୁ ଦଳ ଛାଡି଼ଲେ କଂଗ୍ରେସ ପ୍ରାର୍ଥୀ ସୁରେନ୍ ଡାଇମରି; କହିଲେ...
Suren Daimari Leaves Congress

Key Points

ଦଳ ଛାଡ଼ିବା ଉପରେ ପ୍ରତିକ୍ରିୟା ରଖି ସୁରେନ ଡାଇମରି କହିଛନ୍ତି ଯେ ଦଳୀୟ ନେତୃତ୍ୱଙ୍କ ସମର୍ଥନର ଅଭାବ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ମୁଁ କୌଣସି ସମର୍ଥନ ପାଇଲି ନାହିଁ, ଯେଉଁ କାରଣରୁ ମୁଁ ଦଳ ସହିତ ସମ୍ପର୍କ ଛିନ୍ନ କରିଦେଇଛି।
Udalguri Congress Candidate Suren Daimari: ୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର (ଅପ୍ରେଲ ୯) ଜାରି ରହିଛି ମତଦାନ। ରାଜ୍ୟର ସମସ୍ତ ୧୨୬ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ମତଦାନ। ହେଲେ ଏହି ନିର୍ବାଚନ ପାଇଁ ଭୋଟିଂ ହେବା ପୂର୍ବରୁ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆସାମର ଉଦଲଗୁଡ଼ି ଆସନକୁ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ମତଦାନ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କର ଇସ୍ତଫା ଘୋଷଣା କରି ଦଳକୁ ସମାଲୋଚନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ପ୍ରାର୍ଥୀ ତାଲିକାରେ ଯେଉଂ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଲେଖାହୋଇଛି, ସେ ଭୋଟିଂ ପୂର୍ବରୁ ଦଳ ସହିତ ସମ୍ପର୍କ ଛିନ୍ନ କରି ସାରିଛନ୍ତି।

ଆସାମର ଉଦଲଗୁଡ଼ି ଆସନର କଂଗ୍ରେସ ପ୍ରାର୍ଥୀ ସୁରେନ୍ ଡାଇମରି ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ପାଇଁ ଦଳୀୟ ନେତୃତ୍ୱକୁ ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ସହ ବିଶ୍ୱାସଘାତକତା କରାଯାଇ ଥିବାର ସେ ଅନୁଭବ କରିଛନ୍ତି। ୭୩ ବର୍ଷୀୟ କଂଗ୍ରେସ ନେତା ଜଣଙ୍କ ଦଳ ପ୍ରତି ନିଜର ନିରାଶା ପ୍ରକାଶ କରି ଏହାକୁ ଏକ ବିଶ୍ୱାସଘାତକ ଦଳ ବୋଲି କହିଥିଲେ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଡାଇମରି କହିଛନ୍ତି, "ଦଳୀୟ ନେତୃତ୍ୱ ମୋ ସହ ବିଶ୍ୱାସଘାତକତା କରିଛନ୍ତି। ମୋତେ ଟିକେଟ୍ ଦେବା ପରେ ମଧ୍ୟ ସେମାନେ କୌଣସି ଉତ୍ତର ଦେଇ ନଥିଲେ। ମୁଁ ସେମାନଙ୍କୁ ଅନେକ ଥର ଫୋନ୍ କରିଥିଲି। ହେଲେ ସେମାନେ ମୋ କଥାର ଉତ୍ତର ଦେଇ ନଥିଲେ। ଦଳରୁ ମୋତେ କୌଣସି ସମର୍ଥନ ମିଳିଲା ନାହିଁ। ମୁଁ ଦଳ ଛାଡି ଦେଇଛି। ଦଳ ତାଙ୍କ ସହ ବିଶ୍ୱାସ ଘାତକତା କରିଛି ଏବଂ ତାଙ୍କୁ ପଛ ପଟରୁ ଛୁରୀ ମାରିଛି।

ଏହା ସହ ପଢନ୍ତୁ:
 ଛୁଟୁଛି ଇସ୍ତଫାର ସୁଅ; ନିର୍ବାଚନ ପୂର୍ବରୁ ଖାଲି ହୋଇପାରେ କଂଗ୍ରେସ ଭାଡ଼ି

ପୂର୍ବରୁ ଡାଇମରି ଗଣମାଧ୍ୟମକୁ କହିଥିଲେ ଯେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଦଳର କାର୍ଯ୍ୟଶୈଳୀ ପ୍ରତି ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି। ସେ କହିଛନ୍ତି କଂଗ୍ରେସ ହେଉଛି ଏକ ଧୋକ୍କାବାଜ ଦଳ। ସେମାନେ ମୋ ସହିତ ବିଶ୍ୱାସଘାତକତା କରିଛନ୍ତି। ମୋତେ ଟିକେଟ୍ ଦେବା ପରେ ମଧ୍ୟ ସେମାନେ ଉତ୍ତର ଦେଇ ନଥିଲେ। ମୁଁ ଅନେକ ଥର ଫୋନ୍ କରିଥିଲି, କିନ୍ତୁ ସେମାନେ ଉତ୍ତର ଦେଇ ନଥିଲେ।

ଦଳୀୟ ନେତୃତ୍ୱରେ ସମର୍ଥନର ଅଭାବ
ସୁରେନ ଡାଇମରି ଆହୁରି କହିଛନ୍ତି ଯେ ଦଳୀୟ ନେତୃତ୍ୱଙ୍କ ସମର୍ଥନର ଅଭାବ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ମୁଁ କୌଣସି ସମର୍ଥନ ପାଇଲି ନାହିଁ, ଯେଉଁ କାରଣରୁ ମୁଁ ଦଳ ସହିତ ସମ୍ପର୍କ ଛିନ୍ନ କରିଦେଇଛି। ମୋତେ ଟିକେଟ୍ ଦେବା ପରେ ଦଳ ଠିକ୍ ଭାବରେ ପ୍ରତିକ୍ରିୟା ଦେଇ ନଥିଲା। ଯେତେବେଳେ ମୁଁ ବରିଷ୍ଠ ନେତାଙ୍କୁ ଫୋନ୍ କରିଥିଲି, ସେମାନେ କୌଣସି ଉତ୍ତର ଦେଇ ନଥିଲେ। ତାଙ୍କ କହିବା ଅନୁଯାୟୀ ନିର୍ବାଚନ ପ୍ରଚାର ସମୟରେ ଦଳ ପକ୍ଷରୁ ତାଙ୍କୁ କୌଣସି ପ୍ରକାରର ସାଙ୍ଗଠନିକ ସମର୍ଥନ ମିଳି ନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଂଗ୍ରେସ ବିରୋଧରେ ଆଣିଲେ ତୁଷ୍ଟୀକରଣ ରାଜନୀତିର ଅଭିଯୋଗ
ସୁରେନ ଡାଇମରି କଂଗ୍ରେସ ବିରୋଧରେ ତୁଷ୍ଟୀକରଣ ରାଜନୀତିର ଅଭିଯୋଗ ଆଣି କହିଛନ୍ତି ଯେ ଦଳ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଉପରେ ଧ୍ୟାନ ଦେଉଛି। ନିଜେ ଆଣିଥିବା ଅଭିଯୋଗ ଉପରେ ସେ ଅଧିକ ବିସ୍ତୃତ ଭାବରେ କହିବାକୁ ମନା କରି ଦେଇଥିଲେ।

ଏହା ସହ ପଢନ୍ତୁ:  ମୁକାବିଲା ପୂର୍ବରୁ ମୈଦାନରୁ କଂଗ୍ରେସ ବାହାର

ସୁରେନ ଡାଇମରି କିଏ?

୭୩ ବର୍ଷୀୟ ସୁରେନ ଡାଇମରି ୨୦୨୬ ଆସାମ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ​​ଉଦଲଗୁଡ଼ି ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ। ତାଙ୍କର ମୁକାବିଲା ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍ (UPPL) ର ଦୀପେନ ବୋରୋ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF)ର ରିହନ ଡାଇମରିଙ୍କ ସହ ହେଉଛି। ହେଲେ ସେ ଦଳରୁ ଇସ୍ତଫା ଦେବା ପରେ ଏବେ ଏହି ଆସନରେ ମୁକାବିଲା BPF-UPPL ମଧ୍ୟରେ ହେବ।