Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - '୨୦୪୭ ପର୍ଯ୍ୟନ୍ତ ୟୁପିରେ କ୍ଷମତାକୁ ଫେରିବ ନାହିଁ ସପା'

Politics

OP Rajbhar big prediction / '୨୦୪୭ ପର୍ଯ୍ୟନ୍ତ ୟୁପିରେ କ୍ଷମତାକୁ ଫେରିବ ନାହିଁ ସପା'

Subhramjit Ray
Browse all articles by Subhramjit Ray
·1 hour ago·3 min read
'୨୦୪୭ ପର୍ଯ୍ୟନ୍ତ ୟୁପିରେ କ୍ଷମତାକୁ ଫେରିବ ନାହିଁ ସପା'
OP Rajbhar big prediction

Key Points

ଯୋଗୀ ସରକାରଙ୍କ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭରଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି। ମନ୍ତ୍ରୀ ଦାବି କରିଛନ୍ତି ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେଉଛି। ସେ ଭବିଷ୍ୟବାଣୀ କରିଛନ୍ତି ଯେ ସମାଜବାଦୀ ପାର୍ଟି ୨୦୪୭ ପର୍ଯ୍ୟନ୍ତ କ୍ଷମତାକୁ ଫେରିବ ନାହିଁ।
OP Rajbhar prediction on SP: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି (SBSP) ମୁଖ୍ୟ ଏବଂ ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ଯାହାକୁ ନେଇ ଏବେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ (ୟୁପି) ରାଜନୀତି। ମନ୍ତ୍ରୀ ରାଜଭର ଦାବି କରିଛନ୍ତି ଯେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧିନ ସମାଜବାଦୀ ପାର୍ଟି (ସପା) ୨୦୪୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିପାରିବ ନାହିଁ। ଖୁବ ଶୀଘ୍ର ସପାରେ ଏକ ବଡ଼ ବିଭାଜନ ହେଉଥିବା ନେଇ ସେ ଇସାରା କରିଛନ୍ତି।

"୨୦୨୭କୁ ଭୁଲିଯାଅ, ଗୃହ ଆରମ୍ଭ ପୂର୍ବରୁ..."
ମନ୍ତ୍ରୀ ରାଜଭର ସ୍ପଷ୍ଟ ଭାବରେ କହିଛନ୍ତି, "ଉତ୍ତର ପ୍ରଦେଶରେ ଖୁବ୍ ଶୀଘ୍ର ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖିପାରେ। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ଭୁଲିଯାନ୍ତୁ, ପରବର୍ତ୍ତୀ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୁରା ଖେଳ ଶେଷ ହୋଇଯିବ। ସେ ଚ୍ୟାଲେଞ୍ଜ କରି କହିଛନ୍ତି, ଆପଣ ଏକଥା ଲେଖି ରଖନ୍ତୁ ରଖ ଯେ ସମାଜବାଦୀ ପାର୍ଟି ୨୦୪୭ ପର୍ଯ୍ୟନ୍ତ କ୍ଷମତାକୁ ଫେରିବ ନାହିଁ।"

ଦଳ ଛାଡି଼ପାରନ୍ତି ୨୫-୨୬ ସପା ସାଂସଦ!
ପୂର୍ବରୁ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ୨୫-୨୬ ଜଣ ଦଳୀୟ ସାଂସଦ ସପା ଛାଡିବାକୁ ପ୍ରସ୍ତୁତ ହେଉଥିବା କହିଥିଲେ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚା। ଏବେ ମନ୍ତ୍ରୀ ରାଜଭର ଏବେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ ଙ୍କ ଦାବିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ବିଦ୍ରୋହୀ ମାଟିର ପୁଅ ତଥା ବଲିଆ ସଂସଦୀୟ କ୍ଷେତ୍ରର ଏସପି ସାଂସଦ ସନାତନ ପାଣ୍ଡେଙ୍କ ନେତୃତ୍ୱରେ ସଂସଦୀୟ ଦଳରେ ବିଦ୍ରୋହ ହେବା ଥୟ। ହେଲେ ତଥାପି, ସନାତନ ପାଣ୍ଡେ ଗଣମାଧ୍ୟମ ସାମ୍ନାରେ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହା ସହ ପଢନ୍ତୁ: ୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?

ଦୁର୍ନୀତି ମାମଲାରେ ହେଉଥିବା ତଦନ୍ତକୁ ନେଇ ଭୟଭୀତ ହୋଇ ଉଠିଛନ୍ତି ସପା ନେତା
ସପା ନେତା ଭୟଭୀତ ହୋଇ ଉଠିବାର କାରଣ ମଧ୍ୟ କହିଛନ୍ତି ମନ୍ତ୍ରୀ। ଏନେଇ ସେ କହିଛନ୍ତି ବର୍ତ୍ତମାନର ସରକାର, ପୂର୍ବ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। ଯାହା ସମାଜବାଦୀ ସରକାର (୨୦୧୨-୧୭) ଅମଳରେ ହୋଇଥିଲା। ଏହି ମାମଲାରେ ତଦନ୍ତ ଆଗକୁ ବଢିବା ସହିତ ସମାଜବାଦୀ ପାର୍ଟି ଭିତରେ ଆତଙ୍କ ଖେଳିଯାଇଛି। ସିବିଆଇ ଦ୍ୱାରା ତଦନ୍ତ କରାଯାଉଥିବା ଖଣି ଦୁର୍ନୀତି ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ ଏଥିରେ ପୂର୍ବତନ ମନ୍ତ୍ରୀ ତଥା ସପା ନେତା ଗାୟତ୍ରୀ ପ୍ରଜାପତି ଏବଂ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ନାଁ ସାମ୍ନାକୁ ଆସିଛି। ପ୍ରଜାପତି ବର୍ତ୍ତମାନ ଜେଲରେ ଅଛନ୍ତି, ଯେତେବେଳେ ଅଖିଳେଶ ଯାଦବ ବାହାରେ ଅଛନ୍ତି। ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଯଦି ଏସପି ନେତା ଖଣି, ଲାପଟପ୍ ବଣ୍ଟନ ଏବଂ ଗୋମତୀ ନଦୀ ବିକାଶ ଭଳି ଦୁର୍ନୀତିରେ ଜଡିତ ନୁହଁନ୍ତି, ତାହେଲେ ସେ ଏବଂ ତାଙ୍କ ପରିବାର ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଏବଂ ଚାର୍ଟର୍ଡ ବିମାନରେ ଯାତ୍ରା କରିବା ପାଇଁ ଟଙ୍କା କେଉଁଠାରୁ ଆଣିଲେ?

ଅମିତ ଶାହଙ୍କ ସହ ରାମ ଗୋପାଳ ଯାଦବଙ୍କ ସାକ୍ଷାତ ପ୍ରସଙ୍ଗ ଉଠାଇଲେ
ଗୋମତୀ ନଦୀକୂଳ ବିକାଶ ଦୁର୍ନୀତି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ରାଜଭର ଆଉ ଏକ ଦାବି କରିଥିଲେ। ସେ କହିଥିଲେ ଯେ ବରିଷ୍ଠ ଏସପି ନେତା ରାମ ଗୋପାଳ ଯାଦବ ଏବଂ ଶିବପାଲ ସିଂହ ଯାଦବଙ୍କ ପୁଅ ମଧ୍ୟ ଏହି ଦୁର୍ନୀତିରେ ଜଡି଼ତ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ତଦନ୍ତ ତୀବ୍ର ହେବା ପରେ ରାମ ଗୋପାଳ ଯାଦବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ମନ୍ତ୍ରୀ ଦାବି କରିଥିଲେ ଯେ ଏହି ବୈଠକ ସମୟରେ ସେ ସମାଜବାଦୀ ପାର୍ଟି ଛାଡିବାକୁ ଆଗ୍ରହୀ ନେତାଙ୍କ ନାଁ ଥିବା ଏକ ଚିଠି ମଧ୍ୟ ଦାଖଲ କରିଥିଲେ। ମନ୍ତ୍ରୀ ର ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ କେବଳ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କୃପା ଯୋଗୁଁ ଏହି ଲୋକ (ସମଜାବାଦୀ ପାର୍ଟି ନେତା) ଏପର୍ଯ୍ୟନ୍ତ ଜେଲ ବାହାରେ ଅଛନ୍ତି।

ଏହା ସହ ପଢନ୍ତୁ: ରାସ୍ତା ଉଦଘାଟନ ପରେ ଚର୍ଚ୍ଚାରେ ସପା ସାଂସଦ; ଜାଣନ୍ତୁ ପୁରା ଘଚଣାକ୍ରମ

ବଦଳି-ନିଯୁକ୍ତି ଉପରେ ରଖିଲେ ମତ
ମନ୍ତ୍ରୀ ରାଜଭର ଅଖିଳେଶ ଯାଦବଙ୍କ ବଦଳି-ନିଯୁକ୍ତି (Transfer & Posting) ସମ୍ପର୍କିତ ଅଭିଯୋଗ ଉପରେ ଜବାବ ରଖିଛନ୍ତି। ଏନେଇ ସେ କରିଛନ୍ତି ଯେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଦାୟିତ୍ୱ ମନ୍ତ୍ରୀଙ୍କ ନୁହେଁ। ବରଂ ଏହା ହେଉଛି ସରକାରୀ ଅଧିକାରୀଙ୍କ ଦାୟିତ୍ୱ। ସେ ତାଙ୍କ ବିରୋଧିଙ୍କୁ ଅଯୋଧ୍ୟା ରାମ ମନ୍ଦିର ସମ୍ପର୍କରେ ଉଠାଇଥିବା ପ୍ରଶ୍ନ ଉପରେ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀକୁ ଉଲ୍ଲେଖ କରି ମନ୍ତ୍ରୀ ରାଜଭର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଶ୍ୱିକ ପ୍ରତିଛବିକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଠାକୁ ଯାଆନ୍ତି, ସେ ଶାନ୍ତି ଏବଂ ସହଯୋଗର ବାର୍ତ୍ତା ବହନ କରନ୍ତି। କାରଣ ସେ ବିଶ୍ୱାସ କରନ୍ତି ଯେ ଯୁଦ୍ଧ କେବଳ ବିକାଶକୁ ବାଧା ଦେଇଥାଏ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored