Ayodhya MP Awadhesh Prasad / ରାସ୍ତା ଉଦଘାଟନ ପରେ ଚର୍ଚ୍ଚାରେ ସପା ସାଂସଦ; ଜାଣନ୍ତୁ ପୁରା ଘଚଣାକ୍ରମ
·1 hour ago·3 min read

Key Points
ପୁରା ୧୦୦ ନୁହେଁ ବରଂ ୯୦ ମିଟର ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶର ଫୈଜାବାଦ (ଅଯୋଧ୍ୟା) ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ।
Awadhesh Prasad Trolled for Inaugurating Road: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶର ଫୈଜାବାଦ (ଅଯୋଧ୍ୟା) ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ। ସଦ୍ୟ ଫୈଜାବାଦ ସାଂସଦ ଚାରିଅଣାର କାମ କରିଛନ୍ତି। ହେଲେ ନିଜ ସଂସଦୀୟ କ୍ଷେତ୍ରରେ ନିଜର ନାମ ଚମକାଇବା ପାଇଁ ନିଜେ କରିଥିବା କାମର ଉଦଘାଟନ ବେଳେ ଏକ ବଡ଼ ଭିଡ଼ ଜମା କରିଥିଲେ। ଯେଉଁଥି ପାଇଁ ସେ ସମାଲୋଚିତ ହୋଇଛନ୍ତି।
ଉତ୍ତର ପ୍ରଦେଶର ଫୈଜାବାଦ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ ବର୍ତ୍ତମାନ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସାଂସଦ ଜଣଙ୍କ ତାଙ୍କ ନିର୍ବାଚନମଣ୍ଡଳୀରେ ନିର୍ମିତ ହୋଇତିବା ଏକ ୯୦ ମିଟର ରାସ୍ତାକୁ ଉଦଘାଟନ କରିଛନ୍ତି। ଏହି ୯୦ ମିଟର ରାସ୍ତାର ଉଦଘାଟନ ପାଇଁ ଏକ ଫଳକ ମଧ୍ୟ ଲଗାଯାଇଥିଲା। ଉଦଘାଟନ ବେଳେ ସେଠାରେ ଏକ ବଡ଼ ଭିଡ଼ ଜମା ହୋଇଥିଲା। ସେଠାରେ ସାଂସଦ (ନେତାଜୀ) ପହଞ୍ଚିବା ପରେ ତାଙ୍କୁ ମାଲ୍ୟାର୍ପଣ କରିବା ତାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ସମାଜବାଦୀ ପାର୍ଟି କର୍ମକର୍ତ୍ତା।
ଏନେଇ କୁହାଯାଉଛି ଯେ ଯଦିଓ ସାଂସଦ ମହୋଦୟ ଚାରି ଅଣାର କାମ କରିଛନ୍ତି, ହେଲେ ନିଜର କାମର ଉଦଘାଟନ କରିବା ବେଳେ ନିଜ ନାମକୁ ଚମକାଇବା ପାଇଁ ଷୋହଳ ଅଣାର ଲୋକଙ୍କୁ ଏକାଠି କରି ଦେଇଥିଲେ ସାଂସଦ ମହୋଦୟ। ଯଦିଓ ତାଙ୍କର କାମକୁ ସାମାନ୍ୟ ବୋଲି କୁହାଯାଉଛି, ହେଲେ ପ୍ରସିଦ୍ଧି ଅର୍ଜନ କରିବା ପାଇଁ ସେ ଏପରି ସୁଯୋଗର ଭରପୂର ପାଇଦା ଉଠାଇବାକୁ ପଚାଇ ନାହାଁନ୍ତି।
ଏହା ସହ ପଢନ୍ତୁ: ୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?
ଅଯୋଧ୍ୟାରେ ବିଜେପିକୁ ହରାଇ ଚର୍ଚ୍ଚାକୁ ଆସିଥିଲେ ଅୱଧେଶ ପ୍ରସାଦ
୨୦୨୪ ଲୋକସଭା ନିର୍ବାଚନରେ ଫୈଜାବାଦ (ଅଯୋଧ୍ୟା) ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ସମାଜବାଦୀ ନେତା ଅୱଧେଶ ପ୍ରସାଦ। ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଭଗବାନଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରାଯିବା ପରେ ମଧ୍ୟ ସେହି ନିର୍ବାଚନଣ୍ଡଳୀରେ ବିଜେପି ପରାସ୍ତ ହୋଇଥିଲେ। ଆଉ ଅୱଧେଶ ପ୍ରସାଦ ସେଠାରୁ ନିର୍ବାଚିତ ହୋଇ ସମଗ୍ର ଦେଶରେ ଚହଲ ସୃଷ୍ଟି କରିଥିଲେ। ଆଜି ମଧ୍ୟ ଲୋକେ ଫୈଜାବାଦ ଲୋକସଭା ଆସନରୁ ସମାଜବାଦୀ ନେତା ଅୱଧେଶ ପ୍ରସାଦଙ୍କ ବିଜୟକୁ ନେଇ ଆଲୋଚନା କରନ୍ତି। ହେଲେ ବର୍ତ୍ତମାନ ବଡ଼ ଧୁମଧାମର ସହ ମାତ୍ର ୯୦ ମିଟର ଲମ୍ବା ଏକ ରାସ୍ତାର ଉଦଘାଟନ କରିବା ପାଇଁ ଟ୍ରୋଲ କରାଯାଉଛି।
ବର୍ଷେ ପୂର୍ବେ ନିର୍ମିତ ହୋଇଥିବା ରାସ୍ତାର ବର୍ତ୍ତମାନ ହେଲା ଉଦଘାଟନ
ସାଂସଦ ଅୱଧେଶ ପ୍ରସାଦଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀ ମିଲକିପୁର ବିଧାନସଭା ଆସନ ଅଧିନସ୍ଥ ହରଦୋଇୟା ଅଟକା ଗ୍ରାମରେ ଏକ ବର୍ଷ ପୂର୍ବେ ଏକ ୯୦ ମିଟର ଲମ୍ବା ଇଣ୍ଟରଲକିଂ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଗ୍ରାମର ସ୍ଥାନୀୟ ସମାଜବାଦୀ ନେତା ପୃଥ୍ୱୀରାଜ ଯାଦବଙ୍କ ଘର ପାଖରେ ନିର୍ମିତ ହୋଇଥିଲା। ରାସ୍ତା ନିର୍ମାଣ ହେବାର ପ୍ରାୟ ଗୋଟିଏ ବର୍ଷ ହୋଇଯାଇଥିଲା। ହେଲେ ଦୀର୍ଘ ସମୟ ଧରି ଏହି ରାସ୍ତାକୁ ଉଦଘାଟନ କରିବାରୁ ସାଂସଦଙ୍କୁ ସମୟ ମିଳିନଥିଲା।
ଏହା ସହ ପଢନ୍ତୁ: ମହଙ୍ଗା ପଡ଼ିଲା ବିବାଦୀୟ ବୟାନ; ଆଜମ ଖାନ୍ ଙ୍କୁ ମିଳିଲା ଦୁଇ ବର୍ଷର ଜେଲ ଦଣ୍ଡାଦେଶ
ରାସ୍ତା ପାଇଁ ସମାଲୋଚିତ ହେଲେ ସମାଜବାଦୀ ସାଂସଦ
ଉଦଘାଟନ ଉତ୍ସବ ପାଇଁ ଅପେକ୍ଷା କରିବା ସମୟରେ ଏହି ରାସ୍ତାରେ ବହୁତ ଘାସ ଉଠି ଯାଇଥିବାର ଦେଖିବାକୁ ମିଳିଥିଲା। ବହୁତ ଦିନ ପରେ, ଯେତେବେଳେ ସାଂସଦଙ୍କୁ ରାସ୍ତା ଉଦଘାଟନ କରିବା କଥା ମନେପଡ଼ିଲ, ସେତେବେଳେ ବହୁତ ଧୁମଧାମର ସହ ଏକ ଭବ୍ୟ ସ୍ୱାଗତ ମଧ୍ୟରେ ଏହି ରାସ୍ତା ଉଜଘାଟିତ ହୋଇଥିଲା। ଏହି ଗ୍ରାମର ପଡ଼ୋଶୀ ଲୋକ ଏବେ ଏହାର ମଜା ନେଉଛନ୍ତି। ଯଦି ସାଂସଦ କିଛି କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଇଥାନ୍ତେ, ତାହେଲେ ତାଙ୍କୁ ବ୍ୟାଣ୍ଡ, ଡିଜେ ଏବଂ ହେଲିକପ୍ଟରରୁ ପୁଷ୍ପା ବର୍ଷା ସହିତ ସ୍ୱାଗତ କରାଯାଇଥାନ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Ayodhya MP Awadhesh PrasadAwadhesh Prasad trolled road inaugurationSP MP Awadhesh Prasad 90 meter roadAwadhesh Prasad ribbon cutting viral videoSamajwadi Party MP trolled for minor road openingFaizabad MP Awadhesh Prasad latest controversySocial media trolls SP MP road ceremonyUP politics viral news Awadhesh PrasadGrand event for short road inauguration UP