Bengal Politics / ରତ୍ନା ଦେବନାଥ, ରେଖା ପାତ୍ର ଏବଂ କଲିତା ମାଝୀ; କାମବାଲି, ପୀଡ଼ିତାରୁ ହେଲେ ବିଧାୟିକା
·4 months ago·2 min read

Key Points
କିଏ ମାଜୁଥିଲା ବାସନ ତ କିଏ ଥିଲେ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ
ବିଜେପି ଟିକେଟରୁ ପଶ୍ଚିମବଙ୍ଗରେ ଲଢିଥିଲେ ନିର୍ବାଚନ
ଆଉ ଆଜି ନିର୍ବାଚନ ଜିତି ଟିଏମସି ପ୍ରାର୍ଥୀଙ୍କୁ ପାଣି ପିଆଇଛନ୍ତି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବଦଳାଇଦେଇଛି ଭାଗ୍ୟ । କିଏ ଘରେ ଘରେ ବାସନ ମାଜୁଥିଲା ତ କିଏ ଥିଲେ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ । ଚଳିତ ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ସାଧାରଣ ଚେହେରାରୁ ଆଜି ପାଲଟିଛନ୍ତି ଅସାଧାରଣ । ଟିଏମସିର ପରିଚିତ ଚେହେରାକୁ ପାଣି ପିଆଇଛନ୍ତି । ମମତା ବାନାର୍ଜୀଙ୍କ ଟିଏମସି ମହିଳା ନେତ୍ରୀ ଏମାନଙ୍କ ଆଗରେ ଫେଲ୍ ମାରିଛନ୍ତି ।
ଆରଜି କର ପୀଡିତାଙ୍କ ମାଆଙ୍କ ରତ୍ନା ଦେବନାଥ, ସନ୍ଦେଶଖାଲିରୁ ଘଟଣାରେ ସ୍ଵର ଉତ୍ତୋଳନ କରି ନିଜର ସ୍ଵତନ୍ତ୍ର ପରିଚୟ ହାସଲ କରିଥିବା ରେଖା ପାତ୍ର ଓ ଘରେ ଘରେ ବାସନ ମାଜୁଥିବା କଲିତା ମାଝୀ କେବଳ ବିଜୟୀ ହୋଇନାହାନ୍ତି, ବରଂ ଟିଏମସି ପ୍ରାର୍ଥୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନରେ ପରାସ୍ତ କରି ଚର୍ଚ୍ଚାକୁ ଆସିଛନ୍ତି । ବିଜେପି ୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଶେଷରେ ଏମାନେ ବିଜୟୀ ହୋଇଛନ୍ତି ।
୧. ରେଖା ପାତ୍ର: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସନ୍ଦେଶଖାଲି ଘଟଣାରେ ଟିଏମସି ସଦସ୍ୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ଏହାପରେ ସେ ଆଗକୁ ଆସି ଏହି ହୀନ କାଣ୍ଡ ବିରୋଧରେ ସ୍ଵର ଉତ୍ତୋଳନ କରିଥିବାବେଳେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଦିଆଯାଇଥିଲା । ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ସେ ୫,୦୦୦ରୁ ଅଧିକ ଭୋଟରେ ଟିଏମସି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ରେଖା ପାତ୍ର ହିଙ୍ଗଲଗଞ୍ଜ (ଏସସି) ଆସନରେ ବିଜୟୀ ହୋଇଛନ୍ତି । ଟିଏମସି ପ୍ରାର୍ଥୀ ଆନନ୍ଦ ସରକାରଙ୍କୁ ସେ ୫୪୨୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
୨. ରତ୍ନା ଦେବନାଥ: ବିଜେପିର ଏହି ପ୍ରାର୍ଥୀ ହେଉଛନ୍ତି କୋଲକାତାର ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଝିଅର ମାଆ । ସେ ସମ୍ମାନର ଲଢେଇ ଲଢିଥିଲେ । ବିଜେପି ରତ୍ନା ଦେବନାଥଙ୍କୁ ପ୍ରାର୍ଥୀ କରିବା ପରେ ଟିଏମସି ବର୍ତ୍ତମାନର ବିଧାୟକଙ୍କୁ ହଟାଇ ଆଉ ଜଣେ ନୂତନ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା । ଶେଷରେ ରତ୍ନା ଟିଏମସି ପ୍ରାର୍ଥୀଙ୍କୁ ୨୮,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଜୟଙ୍କ ଡ୍ରାଇଭର ପୁଅ ହେଲେ ବିଧାୟକ; DMK ପ୍ରାର୍ଥୀଙ୍କୁ ଚଟାଇଲେ ଧୂଳି
୩. କଲିତା ମାଝୀ: ଏ ହେଉଛନ୍ତି ଜଣେ ଘରୋଇ କର୍ମୀ ଯିଏ ଜୀବିକା ନିର୍ବାହ ପାଇଁ ୪ଟି ଭିନ୍ନ ଘରେ କାମ କରୁଥିଲେ । ବିଜେପିକୁ ସମର୍ଥନ କରିବାରୁ ତାଙ୍କୁ ଟିଏମସି କର୍ମୀମାନେ ନିରନ୍ତର ହଇରାଣ କରୁଥିଲେ । ସେ ଟିଏମସି ପ୍ରାର୍ଥୀଙ୍କୁ ୧୨,୫୩୫ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । କଲିତା ମାଝୀ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଅବସ୍ଥିତ ପଶ୍ଚିମବଙ୍ଗର ଔସଗ୍ରାମ (ସଂରକ୍ଷିତ) ଆସନରେ ବିଜୟୀ ହୋଇଛନ୍ତି । ସେ ଟିଏମସିର ଶ୍ୟାମା ପ୍ରସନ୍ନ ଲୋହାରଙ୍କୁ ପରାସ୍ତ କରିଛନ୍ତି ।
ଅଧିକ ଖବର ପଢନ୍ତୁ...

- କ୍ଷମତାରୁ ବିରୋଧୀ ଦଳକୁ ଆସିଲା TMC
ଅଧିକ ଖବର ପଢନ୍ତୁ...
Related Topics
Explore more stories