Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଥମିଲା କର୍ଣ୍ଣାଟକ କଂଗ୍ରେସ ବିବାଦ; ବଦଳିବ ନାହିଁ ନେତୃତ୍ୱ

Politics

Karnataka Congress Leadership Change / ଥମିଲା କର୍ଣ୍ଣାଟକ କଂଗ୍ରେସ ବିବାଦ; ବଦଳିବ ନାହିଁ ନେତୃତ୍ୱ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଥମିଲା କର୍ଣ୍ଣାଟକ କଂଗ୍ରେସ ବିବାଦ; ବଦଳିବ ନାହିଁ ନେତୃତ୍ୱ
Karnataka Congress Leadership Change

Key Points

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବର୍ତ୍ତମାନ ନେତୃତ୍ୱ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଦିଲ୍ଲୀରେ ହୋଇଥିବା ବୈଛକରୁ ସ୍ପଷ୍ଟ ହୋଇଯାଇଛି।
Karnataka Congress Leadership Crisis: କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଗତ କିଛି ଦିନ ଧରି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଏହାକୁ ନେଇ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟଳୟରେ ମଧ୍ୟ ହାଇ-ଭୋଲଟେଜ୍ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ତଥାପି ଏହି ବୈଠକର ଏକ ଭିନ୍ନ ଏଜେଣ୍ଡା ଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୈଠକ ପରେ, କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ ଏହି ମାରାଥନ ବୈଠକ କେବଳ ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହୋଇଥିଲା। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ କଂଗ୍ରେସ ନେତୃବୃନ୍ଦ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ପୁନର୍ଗଠନ ସମ୍ପର୍କରେ କିଛି କହିନଥିଲେ।

ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟଳୟରେ ହାଇ-ଭୋଲଟେଜ୍ ବୈଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, "ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହିତ ଏକ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟ କୌଣସି ଚର୍ଚ୍ଚା, କଳ୍ପନାଜଳ୍ପନା କିମ୍ବା ଅଟକଳ ଉପରେ ଆଲୋଚନା ହୋଇନାହିଁ।"

ଏହା ସହ ପଢନ୍ତୁ: ସାମ୍ନାରେ ରହିଛି ୩ ବିକଳ୍ପ; କାହାକୁ ଆପଣାଇବେ ସିଦ୍ଧରମୈୟା

ଇନ୍ଦିରା ଭବନରେ କଂଗ୍ରେସ ହାଇକମାଣ୍ଡ ସହ, କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ହୋଇଥିବା ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହାସଚିବ (ସଙ୍ଗଠନ) କେସି ବେଣୁଗୋପାଳ। ଏନେଇ ସେ କହିଛନ୍ତି, "କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଏକ ବିସ୍ତୃତ ବୈଠକ କରିଥିଲୁ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ଏବଂ ମୁଁ ଏହି ଆଲୋଚନାରେ ଉପସ୍ଥିତ ରହିଥିଲୁ। ଆଜିର ଆଲୋଚନା କେବଳ ରାଜ୍ୟର ଆଗାମୀ ରାଜ୍ୟସଭା ଏବଂ ବିଧାନସଭା ପରିଷଦ ନିର୍ବାଚନ ଉପରେ କେନ୍ଦ୍ରୀତ ରହିଥିଲା। ଆପଣ ଅନ୍ୟ ପ୍ରସଙ୍ଗରେ ଯାହା ଅନୁମାନ କରୁଛନ୍ତି ତାହା କେବଳ ଏକ ଅନୁମାନ। ଏଥିରେ କୌଣସି ସତ୍ୟତା ନାହିଁ।"

ଅନ୍ୟପଟେ ବୈଠକ ଶେଷ ହେବା ପରେ ନିଜେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ତାଙ୍କର ଏହି ବୟାନରି ଏକଥା ସ୍ପଷ୍ଟ ହୋଇଯାଇଛି ଯେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।

ଏହା ସହ ପଢନ୍ତୁ: ଛକାପଞ୍ଝା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା; ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

ନେତୃତ୍ୱ ପରିବର୍ତ୍ତନକୁ ବେଶ କିଛି ଦିନ ଧରି ଚାଲିଥିଲା ଚର୍ଚ୍ଚା

ବିଗତ କିଛି ଦିନ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତ୍ତନ ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଦଳର କିଛି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଗାଦି ଶିବକୁମାରଙ୍କ ଲାଗି ଛାଡ଼ି ଦେବାକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପରେ ତାପ ପକାଉଥିଲେ ବୋଲି ଖବର ଆସୁଥିଲା। ଏନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ଖବର ଆସିଥିଲା ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନେତୃତ୍ୱ ପରିବର୍ତ୍ତନ କରିବା ସପକ୍ଷରେ ଅଛନ୍ତି।

ମଙ୍ଗଳବାର କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ବୈଠକ ଏନେଇ ହେଉଥିବା ଆଲୋଚନାକୁ ଆହୁରି ଖୋରାକ ଯୋଗାଇଥିଲା। ପ୍ରଥମେ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, କେସି ବେଣୁଗୋପାଳ ଏବଂ ରଣଦୀପ ସୁର୍ଜେୱାଲା, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ ଏକ ମିଳିତ ବୈଠକ କରିଥିଲେ। ଏହା ପରେ, ରାହୁଲ ଗାନ୍ଧୀ ଏବଂ ଖାର୍ଗେ ଉଭୟ ନେତାଙ୍କ ସହ ପୃଥକ ଭାବରେ ଏକାକୀ ବୈଠକ କରିଥିଲେ। ହେଲେ ତଥାପି ଏହି ବୈଠକ ପରେ, କଂଗ୍ରେସ ନେତା ସ୍ପଷ୍ଟ କରିଥିଲେ ଯେ ଏହି ବୈଠକ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନ ପାଇଁ ଆୟୋଜିତ ହୋଇଥିଲା।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Siddaramaiah to Remain CM: Congress Says Delhi Meet Was Only on Rajya Sabha Polls | Argus News