Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ ରାଜନୀତିରେ ବି ହିଟ୍ ହେବେ ବିଜୟ; ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ପାର୍

Politics

TVK Vijay / ଏବେ ରାଜନୀତିରେ ବି ହିଟ୍ ହେବେ ବିଜୟ; ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ପାର୍

Debashree Debasmita Sahoo
Browse all articles by Debashree Debasmita Sahoo
·16 hours ago·2 min read
ଏବେ ରାଜନୀତିରେ ବି ହିଟ୍ ହେବେ ବିଜୟ; ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ପାର୍
TVK Vijay

Key Points

ତାମିଲନାଡୁରେ ନୂଆ ସରକାର ଗଢିବେ ବିଜୟ
ମିଳିଲା ଆଉ ୬ ବିଧାୟକଙ୍କ ସମର୍ଥନ
ତାମିଲନାଡୁରେ ଟିଭିକେ ମୁଖ୍ୟ ବିଜୟଙ୍କୁ ମିଳିଲା ସମର୍ଥନ । ବିଜୟଙ୍କୁ ସିପିଆଇ, ସିପିଏମ୍ ଓ VCKର ସମର୍ଥନ ମିଳିଥିବା ସୂଚନା । ବାମ ଦଳର ୪ ଓ VCKର ୨ ବିଧାୟକଙ୍କ ସମର୍ଥନ ମିଳିବା ପରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଛି । ବିଧାନସଭା ନିର୍ବାଚନରେ ୧୦୮ ଆସନ ଜିତିଥିବା ଟିଭିକେ ନିକଟରେ ଏବେ ୧୧୮ ବିଧାୟକଙ୍କ ସମର୍ଥନ ଥିବା ସୂଚନା ମିଳିଛି । ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିପାରୁନଥିବାରୁ ସରକାର ଗଢିବାରେ ସକ୍ଷମ ହୋଇପାରୁନଥିଲା ଟିଭିକେ । ରାଜ୍ୟରେ ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଥିବାବେଳେ ବିଜୟ ଅଧିକ ଗୋଟିଏ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି ।

  • କେଉଁ ଦଳରୁ ମିଳିଲା କେତେ ଆସନ ?
ବିଜୟଙ୍କ ଦଳ ଟିଭିକେ ଚଳିତ ନିର୍ବାଚନରେ ୧୦୮ଟି ଆସନ ଜିତିଥିଲା । ସରକାର ଗଢିବା ପାଇଁ ଦଳକୁ ଆବଶ୍ୟକ ଥିଲା ଆଉ ୧୦ଟି ଆସନ । ପୂର୍ବରୁ କଂଗ୍ରେସର ୫ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା । ଏପରି ଭାବରେ ବିଜୟଙ୍କ ନିକଟରେ ୧୧୩ଟି ବିଧାୟକଙ୍କ ସମର୍ଥନ ମିଳିଥିଲା । ତେବେ ଆଜି CPIର ଦୁଇ ଜଣ ବିଧାୟକ, CPIMର ୨ ଜଣ ବିଧାୟକ, VCKର ଦୁଇ ଜଣ ବିଧାୟକ ବିଜୟଙ୍କ ଦଳ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଏବେ ୪ଟି ଦଳର ବିଧାୟକଙ୍କ ସମର୍ଥନ ପରେ ବିଜୟଙ୍କ ଦଳ ଟିଭିକେ କେବଳ ସଂଖ୍ୟାଗରିଷ୍ଠତା ହାସଲ କରିନି, ବରଂ ମ୍ୟାଜିକ୍ ନମ୍ବର ୧୧୮ ଠାରୁ ଗୋଟିଏ ଅଧିକ ବିଧାୟକଙ୍କ ସମର୍ଥନ ହାସଲ କରିଛି ।

TVK ପାଖରେ ପୂର୍ବରୁ ଥିଲା-୧୦୮
ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ- ୫
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ- ୨
କମ୍ୟୁନିଷ୍ଟ ପାର୍ଟି (M)- ୨
ବିଦୁଥଲାଇ ଚିରିଥାଗକୁଲ କାଚି (VCK)- ୨
ମୋଟ - ୧୧୯


ପଢନ୍ତୁ ଏହି ଖବର: ଏବେ ରାଜନୀତିରେ ବି ହିଟ୍ ହେବେ ବିଜୟ; ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ପାର୍

  • ୪ ଦଳର ସମର୍ଥନରେ ଗଢିବେ ସରକାର
ଏବେ ବିଜୟ ଥାଲାପତିଙ୍କ ଦଳ ଟିଭିକେ ୪ଟି ରାଜନୈତିକ ଦଳର ସମର୍ଥନରେ ତାମିଲନାଡୁରେ ନୂଆ ସରକାର ଗଢିବାକୁ ଯାଉଛି । ତାଙ୍କ ପାର୍ଟିକୁ ଅନ୍ୟ ଦଳ ପକ୍ଷରୁ ମଧ୍ୟ ସମର୍ଥନ ମିଳୁଛି । ସଦ୍ୟ ସୂଚନା ଅନୁସାରେ, ଆଧାରବ ଅର୍ଜୁନ ପଟ୍ଟନିପକ୍କମ ସ୍ଥିତ ବିଜୟଙ୍କ ବାସଭବନରେ ପହଞ୍ଚିଛନ୍ତି । CPIର କାର୍ଯ୍ୟକାରିଣୀ ବୈଠକରେ TVKକୁ ସମର୍ଥନ ଦେବା ନେଇ ଘୋଷଣା ହୋଇଛି । ସେହିପରି CPI(M)ର ରାଜ୍ୟ କମିଟି ବୈଠକରେ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନିଆଯାଇଛି । VCK ଅପରାହ୍ନ ୪.୩୦ଟାରେ ସାମ୍ବାଦିକ ସମ୍ମିଳନୀରେ ସମର୍ଥନ ଦେଇ ଔପଚାରିକ ଘୋଷଣା କରିବ ।

  • ବହୁମତ ପରେ ବି ଚିନ୍ତାରେ ଥିଲେ ବିଜୟ
ଏଥର ବିଧାନସଭା ନିର୍ବାଚନରେ ତାମିଲନାଡୁରେ ବିଜୟଙ୍କ ଦଳକୁ ଏକକ ବହୁମତ ମିଳିଥିଲା ସତ, ହେଲେ ସଂଖ୍ୟାଗରିଷ୍ଠତା ହାସଲ କରିନଥିବାରୁ ସେ ସରକାର ଗଠନ କରିପାରୁନଥିଲେ । ଏଥିଲାଗି ସେ ବାରମ୍ବାର ରାଜ୍ୟପାଳଙ୍କୁ ଭେଟୁଥିଲେ । କିନ୍ତୁ ରାଜ୍ୟପାଳ ତାଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ସହ ଆସିବାକୁ କହିଥିଲେ । ଯେତେବେଳେ DMK ଓ AIADMK ଶିବିରରେ ହଲଚଲ ଦେଖିବାକୁ ମିଳିଥିଲା ସେତେବେଳେ ଟିଭିକେର ସମସ୍ତ ୧୦୮ ବିଧାୟକ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ । ଶେଷରେ ଟିଭିକେକୁ ଅନ୍ୟ ରାଜନୈତିକ ଦଳର ସମର୍ଥନ ମିଳିଛି । ଏହାସହିତ ବିଜୟଙ୍କ ଦଳ ତାମିଲନାଡୁରେ ନୂଆ ସରକାର ଗଢିବାକୁ ଯାଉଛନ୍ତି ।

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored