Jahangir Khan wife arrested / 'ପୁଷ୍ପା' ଙ୍କ ପରେ ବନ୍ଧା ହେଲେ 'ବିବି ସରିନା'; ଯିଏ ଥାନାରେ କରିଥିଲେ ହଙ୍ଗାମା
·2 hours ago·3 min read

Key Points
ସ୍ୱାମୀ "ପୁଷ୍ପା" ଓରଫ୍ ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ପରେ ବନ୍ଧା ହୋଇଛନ୍ତି ପତ୍ନୀ ବିବି 'ସରିନା'।
Sarina Bibi arrest West Bengal: ଶନିବାର (ଜୁନ୍ ୨୦) ଟିଏମସି "ପୁଷ୍ପା" ଓରଫ୍ ଜାହାଙ୍ଗୀର ଖାନଙ୍କ ପତ୍ନୀ ସରିନା ବିବିଙ୍କୁ ଗିରଫ କରିଛି ପୋଲିସ। ଫାଲଟା ଥାନା ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତ ରହିଥିଲେ। ସ୍ୱାମୀ ଜାହାଙ୍ଗୀର ଖାନ୍ ଙ୍କୁ ପୋଲିସ ହେପାଜତରୁ ମୁକ୍ତ କରିବା ପାଇଁ ଥାନା ଉପରେ ଆକ୍ରମଣ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରରେ ସେ ସାମିଲ ରହିଥିବାର ଅଭିଯୋଗ ହୋଇଛି। ଜାହାଙ୍ଗୀର ଖାନଙ୍କୁ ନିକଟରେ ପୋଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରିଥିଲା। ଜାହାଙ୍ଗୀର ଖାନ ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ତାଙ୍କ ପତ୍ନୀ ସରିନା ବିବିଙ୍କୁ ମଧ୍ୟ ଗିରଫ କରାଯାଇଛି। ଜାହାଙ୍ଗୀର ଖାନ ଡାଇମଣ୍ଡ ହାର୍ବର ସ୍ଥିତ ଫାଲଟା ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଅମାନତ ହରାଇଥିଲେ। ଯିଏ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା।
ନିର୍ବାଚନ ସମୟରେ "ପୁଷ୍ପା" ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଜାହାଙ୍ଗୀର ଖାନ
ପଶ୍ଚିମବଙ୍ଗ ରାଜନୀତିରେ ଟିଏମସି "ଡାଇମଣ୍ଡ ହାର୍ବର ମଡେଲ" ମଧ୍ୟରେ ଜାହାଙ୍ଗୀର ଖାନ ଫାଲଟା ଅଞ୍ଚଳରେ ଜଣେ ପ୍ରମୁଖ ଚେହେରା ରହିଥିଲେ। ସେ "ପୁଷ୍ପା" ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରକୁ ନେଇ ନିଜର "ପୁଷ୍ପା" ପ୍ରତିଛବି ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ। ବାରମ୍ବାର ନିଜକୁ ଏପରି ଜଣେ ବ୍ୟକ୍ତି ଭାବରେ ଉପସ୍ଥାପନ କରିଥିଲେ ଯିଏ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଜାହାଙ୍ଗୀର ଖାନ ଉତ୍ତର ପ୍ରଦେଶର ସିଂହମ ଭାବରେ ଜଣାଶୁଣା ଆଇପିଏସ ଅଜୟପାଲ ଶର୍ମାଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ, "ଯଦି ସେ ସିଂହମ, ତାହେଲେ ମୁଁ ହେଉଛି ପୁଷ୍ପା।" ଯିଏ କେବେ ମୁଣ୍ଡ ନୁଆଁଇବ ନାହିଁ।"
ଏହା ସହ ପଢନ୍ତୁ: ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?
ନିର୍ବାଚନ ଫଳାଫଳ ଆସିବା ପରେ ଆତ୍ମଗୋପନ କରିଥିଲା ଜାହାଙ୍ଗୀର ଖାନ
ଫାଲଟା ଆସନରେ ମତଦାନ ସମୟରେ ହୋଇଥିବା ଅନିୟମିତତା ଯୋଗୁଁ ସେଠାରେ ପୁନର୍ବାର ମତଦାନ କରାଯାଇଥିଲା। ପୁନଃର୍ବାର ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ବିଜେପି ଫାଲଟା ଆସନରେ ଏକ ବିଶାଳ ବିଜୟ ହାସଲ କରିଥିଲା। ଏହା ପରେ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଳଢୁଥିବା ଜାହାଙ୍ଗୀର ଖାନ ଫାଲଟା ଲଢେଇରୁ ଓହରି ଯାଉଥିବା ନେଇ ଘୋଷଣା କରିଥିଲା। ଏହା ପରେ ଫାଲଟା ବିଧାନସଭା ଆସନରେ ବିଜେପି ଏକ ବିଶାଳ ବିଜୟ ହାସଲ କରିଥିଲା। ଏହା ପରେ ଜାହାଙ୍ଗୀର ଖାନ ଆତ୍ମୋପନ କରିଥିଲା।
ଗତ ୮ ତାରିଖରେ ଧରା ପଡ଼ିଥିଲା ଜାହାଙ୍ଗୀର ଖାନ
ଅନେକ ଦିନ ଲୁଚି ରହିବା ପରେ ଜାହାଙ୍ଗୀର ଖାନ୍ ଗତ ୮ ତାରିଖରେ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ ହୋଇଥିଲା। ସେତେବେଳେ କୁହାଯାଉଥିଲା ଯେ ସେ ନେପାଳ ପଳାଇବାକୁ ଚେଷ୍ଟା କରୁଥିଲେ। ଗିରଫଦାରୀ ପରେ ପୋଲିସ ତାକୁ ସର୍ବସମ୍ମୁଖରେ ପ୍ୟାରେଡ୍ କରାଇଥିଲା। ଯେଉଁଥିରେ ସେ ରାସ୍ତାରେ ପୋଲିସ କର୍ଡନ ଭିତରେ ଚାଲୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଜାହାଙ୍ଗୀର ଖାନଙ୍କ ପତ୍ନୀ ସରିନା ବିବିଙ୍କୁ ମଧ୍ୟ ଗିରଫ କରାଯାଇଛି। ଜାହାଙ୍ଗୀର ଖାନଙ୍କ ପତ୍ନୀ ସରିନା ବିବି ଫାଲଟା ଥାନାରେ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ଉପରେ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ରହିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି।
ଏହା ସହ ପଢନ୍ତୁ: ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"
କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଜାହାଙ୍ଗୀରଙ୍କ ମୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ଦେଶ ବିରୋଧି କାର୍ଯ୍ୟକଳାପ ଏବଂ ପୋଲିସ ଉପରେ ହୋଇଥିବା ଆକ୍ରମଣରେ ଜଡି଼ତ ରହିଥିବା ଅଭିଯୋଗରେ ଜାହାଙ୍ଗୀର ଖାନଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଫାଲଟା ଅଞ୍ଚଳରେ ଏକ ସଭାକୁ ସମ୍ବୋଧିତ କରିବା ଅବସରର ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ଯେଉଁଥିରେ ସମ୍ପତ୍ତି ଜବତ କରିବା ସାମିଲ ରହିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Jahangir Khan wife arrestedSarina Bibi arrest West BengalTMC leader Pushpa arrestedFalta police station attackTrinamool Congress Jahangir KhanWho is TMC Pushpa Jahangir KhanSarina Bibi Falta protestWest Bengal political violence FaltaJahangir Khan Pushpa news todayAttempt to free TMC leader from custody