Velupillai Prabhakaran Death Anniversary / ପ୍ରଭାକରନ୍ ଙ୍କୁ ନେଇ ଘେରିଲା ବିଜେପି; ଆତ୍ମସମର୍ପଣ ମୁଦ୍ରାରେ ଟିଭିକେ
·12 hours ago·4 min read

Key Points
ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ସୋମବାର (ମେ ୧୮) ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ସରଗରମ ହୋଇଉଠିଛି ତାମିଲନାଡୁ ରାଜନୀତି। ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ଶାସକ ଟିଭିକେ ଆତ୍ମସମର୍ପଣ ମୁଦ୍ରାରେ ରହିଛି।
LTTE Chief Velupillai Prabhakaran: ନିଷିଦ୍ଧ ତାମିଲ ଉଗ୍ରବାଦୀ ସଙ୍ଗଠନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଏଲମ୍ (ଏଲଟିଟିଇ) ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗତକାଲି (ମେ ୧୮) ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗତ ୨୦୦୯ ମସିହା ମେ ୧୮ ତାରିଖରେ ଶ୍ରୀଲଙ୍କା ସେନା ପକ୍ଷରୁ ହୋଇଥିବା ସାମରିକ ଅଭିଯାନ ବେଳେ ପ୍ରାଣ ହରାଇଥିଲେ ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନ୍।
ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ଏହି ପ୍ରସଙ୍ଗରେ ଦଳ, ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମନେ ପକାଇ ଦେଇଛି ଯେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ଏଲଟିଟିଇ ଦାୟୀ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦ୍ୱାରା ଭେଲୁପିଲ୍ଲାଇ ପ୍ରଭାକରନ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛି ତାଙ୍କ ଦଳ ତାମିଲଗା ଭେଟ୍ଟି କାଝାଗମ (ଟିଭିକେ)। ଏନେଇ ଟିଭିକେ ପକ୍ଷରୁ କୁହାଯାଇଛି ମୁଖ୍ୟମନ୍ତ୍ରୀ କେବଳ ଏଲଟିଟିଇ ମୁଖ୍ୟଙ୍କୁ ନୁହେଁ ବରଂ ଶ୍ରୀଲଙ୍କା ଗୃହଯୁଦ୍ଧରେ ପ୍ରାଣ ହରାଇଥିବା ହଜାର ହଜାର ତାମିଲଙ୍କୁ ମନେ ପକାଇଛନ୍ତି।
୧୯୯୧ ମସିହା ମେ ୨୧ ତାରିଖରେ ତାମିଲାନାଡୁର ଶ୍ରୀପେରୁମ୍ବୁଦର ଠାରେ ନିର୍ବାଚନ ପ୍ରଚାର କରିବା ସମୟରେ ଏଲଟିଟିଇ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ରାଜୀବ ଗାନ୍ଧୀ। ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ଭେଲୁପିଲ୍ଲାଇ ପ୍ରଭାକରନଙ୍କୁ ନାମିତ କରାଯାଇଥିଲା। ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଘଟଣାରେ ରହିଥିବା ଭୂମିକା ପାଇଁ ତତ୍କାଳୀନ ଭାରତ ସରକାର ଏଲଟିଟିଇ ଉପରେ ନିଷେଧାଦେଶ ଜାରି କରିଥିଲେ। ଦୀର୍ଘ ଦିନ ଧରି ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ହେଉଥିବା କଂଗ୍ରେସ, ବର୍ତ୍ତମାନ ତାମିଲନାଡୁରେ କ୍ଷମତାସୀନ ସଂଖ୍ୟାଲଘୁ ଟିଭିକେ ବାହ୍ୟ ସରକାରଙ୍କୁ ସମର୍ଥନ କରୁଛି।
ଏହା ସହ ପଢନ୍ତୁ: ଷ୍ଟାଲିନ୍ଙ୍କ ବଡ଼ ଦାବି; 'ଭାଙ୍ଗି ଯାଇପାରେ ବିଜୟ ସରକାର, କେବେ ବି ହୋଇପାରେ ନିର୍ବାଚନ'
ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି, "ଆମେ ଆମ ହୃଦୟରେ ଶ୍ରୀଲଙ୍କାର ମୁଲିଭାଇକାଲ ଠାରେ ଘଟିଥିବା ଘଟଣାକୁ ମନେ ପକାଇବୁ! ଆମେ ସର୍ବଦା ସମୁଦ୍ର ସେପାରରେ ରହୁଥିବା ଆମର ତାମିଲ ଭାଇ ଭଉଣୀଙ୍କ ଅଧିକାର ପାଇଁ ଛିଡ଼ା ହୋଇ ରହିବୁ!" ଗତ ୨୦୦୯ ମସିହା ମେ ୧୮ ତାରିଖରେ ଦେଶର ମୁଲିଭାଇକାଲ ଅଞ୍ଚଳରେ ଶ୍ରୀଲଙ୍କା ସେନା ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲେ ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନ୍।
ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାକୁ ମନେ ପକାଇଲା ବିଜେପି
ଏଲଟିଟିଇ ମୁଖ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଶ୍ରଦ୍ଧାଞ୍ଜଳି ଜଣାଇବା ଘଟଣାକୁ ନେଇ କଂଗ୍ରେସ ବିରୋଧରେ ବର୍ଷିଛି ବିଜେପି। ଏନେଇ ଦଳର ମିଡି଼ଆ ସେଲ୍ ମୁଖ୍ୟ ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମନେ ପକାଇ ଦେଇଛନ୍ତି ଯେ ତାଙ୍କ ପିତାଙ୍କ ହତ୍ୟା ଘଟଣାରେ ଏଲଟିଟିଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ଏନେଇ ସେ କହିଛନ୍ତି ବର୍ତ୍ତମାନର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯେଉଁ ସଙ୍ଗଠନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲା। ଏହା ସ୍ପଷ୍ଟ ଯେ କ୍ଷମତାରେ ରହିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଏହାକୁ ନେଇ କୌଣସି ଆପତ୍ତି ରହିବ ନାହିଁ। ଏପରିକି ଡିଏମକେ ମଧ୍ୟ ଏଲଟିଟିଇ ସମର୍ଥକ ରହିଥିଲା। ଏପରି କଂଗ୍ରେସ ସହିତ ମେଣ୍ଟ କରିବାରେ ଡିଏମକେ ସହଜ ଅନୁଭବ କରୁଥିଲା।
ଏହା ସହ ପଢନ୍ତୁ: ୧୦୮ ଆସନ ଜିତି ସରକାର ଗଢ଼ିଥିଲା ବିଜୟଙ୍କ TVK; ବହୁମତ ପରୀକ୍ଷାରେ ମିଳିଲା ୧୪୪ ଭୋଟ୍
ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ କ'ଣ କହିଲା ଟିଭିକେ?
ଏଲଟିଟିଇ ମୁଖ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ପ୍ରତିକ୍ରିୟା ରଖିଛି ଟିଭିକେ। ଏନେଇ ତାଙ୍କ ଦଳ ପକ୍ଷରୁ କୁହାଯାଇଛି ମୁଲିଭାଇକାଲ ଘଟଣା କେବଳ ଏଲଟିଟିଇ ମୁଖ୍ୟଙ୍କ ମୃତ୍ୟୁ ସହିତ ଜଡିତ ନୁହେଁ। ବରଂ ଶ୍ରୀଲଙ୍କାରେ ହଜାର ହଜାର ତାମିଲଙ୍କ ଗଣହତ୍ୟା ସହିତ ମଧ୍ୟ ଜଡି଼ତ। କୌଣସି ନରସଂହାର ଘଟଣାକୁ ମନେ ପକାଇବା ଯେକୌଣସି ନେତାଙ୍କ କର୍ତ୍ତବ୍ୟ। ମୁଖ୍ୟମନ୍ତ୍ରୀ ତାଙ୍କ ପୋଷ୍ଟ୍ ରେ ପ୍ରଭାକରନଙ୍କ ନାମ ନେଇ ଉଲ୍ଲେଖ କରିନାହାଁନ୍ତି।
ଭାରତ-ଶ୍ରୀଲଙ୍କା ବ୍ୟତୀତ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟ ପ୍ରତିବର୍ଷ ମେ ୧୮ ତାରିଖକୁ "ମୁଲିଭାଇକାଲ ସ୍ମରଣ ଦିବସ" ଭାବରେ ପାଳନ କରିଥାଏ। ଯାହା ଗତ ୨୦୦୯ ମସିହାରେ ଶେଷ ହୋଇଥିବା ଶ୍ରୀଲଙ୍କା ଗୃହଯୁଦ୍ଧର ଦୁଃଖଦ ଅନ୍ତ ଘଟାଇଥିବା ମୁଲିଭାଇକାଲ ଗ୍ରାମ ଉପକୂଳରେ ହୋଇଥିବା ଅନ୍ତିମ ଆକ୍ରମଣ ସମୟରେ ମୃତ, ଆହତ କିମ୍ବା ନିଖୋଜ ହୋଇଥିବା ହଜାର ହଜାର ତାମିଲ ନାଗରିକଙ୍କ ବଳିଦାନକୁ ମନେ ପକାଇଥାଏ। ପ୍ରାୟ ୩୦ ବର୍ଷ ଧରି ଶ୍ରୀଲଙ୍କାରେ ସିଂହଳୀ-ତାମିଲ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଏହି ଗୃହଯୁଦ୍ଧ, ଶ୍ରୀଲଙ୍କାରେ ଏକ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ ଦାବି ସହିତ ଆରମ୍ଭ ହୋଇଥିଲା। ହେଲେ ଏହା ପରେ ଏକ ପୂର୍ଣ୍ଣାଙ୍ଗ ସଶସ୍ତ୍ର ସଂଘର୍ଷରେ ପରିଣତ ହୋଇଥିଲା।
ଏହା ସହ ପଢନ୍ତୁ: ଗୋଟିଏ ଫିଲ୍ମରୁ ୨୦୦ କୋଟି ଫି': ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ମାସକୁ ଦରମା କେତେ ?
ଶ୍ରୀଲଙ୍କାରେ ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟ ସାମ୍ପ୍ରତିକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ନଥିଲା। ହେଲେ ତାମିଲନାଡୁରେ ଟିଭିକେ ସରକାର ଗଠନ ହୋଇସାରିବା ପରେ ବର୍ତ୍ତମାନ ପୁଣି ଥରେ ଏଲଟିଟିଇ ପ୍ରସଙ୍ଗ ତାଜା ହେବାରେ ଲାଗିଛି। କାରଣ ନିର୍ବାଚନ ପ୍ରଚାର ସମୟରେ ଟିଭିକେ ମୁଖ୍ୟ ବିଜୟ ଏଲଟିଟିଇ ମୁଖ୍ୟଙ୍କୁ ଉଲ୍ଲେଖ କରିଥିଲେ।
ପୂର୍ବତନ ଏଲଟିଟିଇ ମୁଖ୍ୟଙ୍କୁ ଟିଭିକେ ମୁଖ୍ୟ ବିଜୟ ଶ୍ରଦ୍ଧାଞ୍ଜଳି ଜଣାଇବା କୌଣସି ସାଧାରଣ ଘଟଣା ନୁହେଁ। କାରଣ ତାମିଲନାଡୁର ଶାସକ ଦଳ ସାଧାରଣତଃ ଏଲଟିଟିଇ ମୁଖ୍ୟ ପ୍ରଭାକରନଙ୍କ ସମର୍ଥନରେ ଆସିବାରୁ ଦୂରେଇ ରହିଥାନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବ୍ୟତୀତ ସଂଖ୍ୟାଲଘୁ ଟିଭିକେ ସରକାରକୁ ଏହାର ମେଣ୍ଟ ସହଯୋଗୀ ଭିସିକେ ସମର୍ଥନ ଜଣାଉଛି। ଯିଏ ଏହାର ଏଲଟିଟିଇ ସପକ୍ଷବାଦୀସମର୍ଥକ ମନୋଭାବ ପାଇଁ ଜଣାଶୁଣା।

முள்ளிவாய்க்கால் நினைவுகளை இதயத்தில் ஏந்துவோம்! கடல் கடந்து வாழும் நம் தமிழ்ச் சொந்தங்களின் உரிமைகளுக்காக எப்போதும் துணை நிற்போம்!
— TVK Vijay (@TVKVijayHQ) May 18, 2026
ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାକୁ ମନେ ପକାଇଲା ବିଜେପି
ଏଲଟିଟିଇ ମୁଖ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଶ୍ରଦ୍ଧାଞ୍ଜଳି ଜଣାଇବା ଘଟଣାକୁ ନେଇ କଂଗ୍ରେସ ବିରୋଧରେ ବର୍ଷିଛି ବିଜେପି। ଏନେଇ ଦଳର ମିଡି଼ଆ ସେଲ୍ ମୁଖ୍ୟ ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମନେ ପକାଇ ଦେଇଛନ୍ତି ଯେ ତାଙ୍କ ପିତାଙ୍କ ହତ୍ୟା ଘଟଣାରେ ଏଲଟିଟିଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ଏନେଇ ସେ କହିଛନ୍ତି ବର୍ତ୍ତମାନର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯେଉଁ ସଙ୍ଗଠନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲା। ଏହା ସ୍ପଷ୍ଟ ଯେ କ୍ଷମତାରେ ରହିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଏହାକୁ ନେଇ କୌଣସି ଆପତ୍ତି ରହିବ ନାହିଁ। ଏପରିକି ଡିଏମକେ ମଧ୍ୟ ଏଲଟିଟିଇ ସମର୍ଥକ ରହିଥିଲା। ଏପରି କଂଗ୍ରେସ ସହିତ ମେଣ୍ଟ କରିବାରେ ଡିଏମକେ ସହଜ ଅନୁଭବ କରୁଥିଲା।
Tamil Nadu’s new Chief Minister has paid homage to LTTE chief Velupillai Prabhakaran, whose outfit assassinated former Prime Minister Rajiv Gandhi.
— Amit Malviya (@amitmalviya) May 19, 2026
Of course, Rahul Gandhi would have no problem with it, as long as the Congress gets a slice of power. After all, the DMK too was an… pic.twitter.com/1HRaI1xmzm
ଏହା ସହ ପଢନ୍ତୁ: ୧୦୮ ଆସନ ଜିତି ସରକାର ଗଢ଼ିଥିଲା ବିଜୟଙ୍କ TVK; ବହୁମତ ପରୀକ୍ଷାରେ ମିଳିଲା ୧୪୪ ଭୋଟ୍
ଏଲଟିଟିଇ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ କ'ଣ କହିଲା ଟିଭିକେ?
ଏଲଟିଟିଇ ମୁଖ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ପ୍ରତିକ୍ରିୟା ରଖିଛି ଟିଭିକେ। ଏନେଇ ତାଙ୍କ ଦଳ ପକ୍ଷରୁ କୁହାଯାଇଛି ମୁଲିଭାଇକାଲ ଘଟଣା କେବଳ ଏଲଟିଟିଇ ମୁଖ୍ୟଙ୍କ ମୃତ୍ୟୁ ସହିତ ଜଡିତ ନୁହେଁ। ବରଂ ଶ୍ରୀଲଙ୍କାରେ ହଜାର ହଜାର ତାମିଲଙ୍କ ଗଣହତ୍ୟା ସହିତ ମଧ୍ୟ ଜଡି଼ତ। କୌଣସି ନରସଂହାର ଘଟଣାକୁ ମନେ ପକାଇବା ଯେକୌଣସି ନେତାଙ୍କ କର୍ତ୍ତବ୍ୟ। ମୁଖ୍ୟମନ୍ତ୍ରୀ ତାଙ୍କ ପୋଷ୍ଟ୍ ରେ ପ୍ରଭାକରନଙ୍କ ନାମ ନେଇ ଉଲ୍ଲେଖ କରିନାହାଁନ୍ତି।
ଭାରତ-ଶ୍ରୀଲଙ୍କା ବ୍ୟତୀତ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟ ପ୍ରତିବର୍ଷ ମେ ୧୮ ତାରିଖକୁ "ମୁଲିଭାଇକାଲ ସ୍ମରଣ ଦିବସ" ଭାବରେ ପାଳନ କରିଥାଏ। ଯାହା ଗତ ୨୦୦୯ ମସିହାରେ ଶେଷ ହୋଇଥିବା ଶ୍ରୀଲଙ୍କା ଗୃହଯୁଦ୍ଧର ଦୁଃଖଦ ଅନ୍ତ ଘଟାଇଥିବା ମୁଲିଭାଇକାଲ ଗ୍ରାମ ଉପକୂଳରେ ହୋଇଥିବା ଅନ୍ତିମ ଆକ୍ରମଣ ସମୟରେ ମୃତ, ଆହତ କିମ୍ବା ନିଖୋଜ ହୋଇଥିବା ହଜାର ହଜାର ତାମିଲ ନାଗରିକଙ୍କ ବଳିଦାନକୁ ମନେ ପକାଇଥାଏ। ପ୍ରାୟ ୩୦ ବର୍ଷ ଧରି ଶ୍ରୀଲଙ୍କାରେ ସିଂହଳୀ-ତାମିଲ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଏହି ଗୃହଯୁଦ୍ଧ, ଶ୍ରୀଲଙ୍କାରେ ଏକ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ ଦାବି ସହିତ ଆରମ୍ଭ ହୋଇଥିଲା। ହେଲେ ଏହା ପରେ ଏକ ପୂର୍ଣ୍ଣାଙ୍ଗ ସଶସ୍ତ୍ର ସଂଘର୍ଷରେ ପରିଣତ ହୋଇଥିଲା।
ଏହା ସହ ପଢନ୍ତୁ: ଗୋଟିଏ ଫିଲ୍ମରୁ ୨୦୦ କୋଟି ଫି': ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ମାସକୁ ଦରମା କେତେ ?
ଶ୍ରୀଲଙ୍କାରେ ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟ ସାମ୍ପ୍ରତିକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ନଥିଲା। ହେଲେ ତାମିଲନାଡୁରେ ଟିଭିକେ ସରକାର ଗଠନ ହୋଇସାରିବା ପରେ ବର୍ତ୍ତମାନ ପୁଣି ଥରେ ଏଲଟିଟିଇ ପ୍ରସଙ୍ଗ ତାଜା ହେବାରେ ଲାଗିଛି। କାରଣ ନିର୍ବାଚନ ପ୍ରଚାର ସମୟରେ ଟିଭିକେ ମୁଖ୍ୟ ବିଜୟ ଏଲଟିଟିଇ ମୁଖ୍ୟଙ୍କୁ ଉଲ୍ଲେଖ କରିଥିଲେ।
ପୂର୍ବତନ ଏଲଟିଟିଇ ମୁଖ୍ୟଙ୍କୁ ଟିଭିକେ ମୁଖ୍ୟ ବିଜୟ ଶ୍ରଦ୍ଧାଞ୍ଜଳି ଜଣାଇବା କୌଣସି ସାଧାରଣ ଘଟଣା ନୁହେଁ। କାରଣ ତାମିଲନାଡୁର ଶାସକ ଦଳ ସାଧାରଣତଃ ଏଲଟିଟିଇ ମୁଖ୍ୟ ପ୍ରଭାକରନଙ୍କ ସମର୍ଥନରେ ଆସିବାରୁ ଦୂରେଇ ରହିଥାନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବ୍ୟତୀତ ସଂଖ୍ୟାଲଘୁ ଟିଭିକେ ସରକାରକୁ ଏହାର ମେଣ୍ଟ ସହଯୋଗୀ ଭିସିକେ ସମର୍ଥନ ଜଣାଉଛି। ଯିଏ ଏହାର ଏଲଟିଟିଇ ସପକ୍ଷବାଦୀସମର୍ଥକ ମନୋଭାବ ପାଇଁ ଜଣାଶୁଣା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Velupillai Prabhakaran Death AnniversaryLTTE Chief Velupillai PrabhakaranTamil Nadu Cm Vijay pays tribute to Velupillai PrabhakaranVijay LTTE tributeBJP targets Rahul GandhiTVK response BJPPrabhakaran tribute rowTamil Nadu politicsWhy is BJP targeting Rahul Gandhi over TVK allianceTamilaga Vettri Kazhagam response to BJP allegations