Bengal politics latest news / ପଶ୍ଚିମବଙ୍ଗ ବିଧାନସଭାରେ ହାଇ-ଭୋଲଟେଜ୍ ଡ୍ରାମା; ମୁହାଁମୁହିଁ ହେଲେ ବିଦ୍ରୋହୀ ଟିଏମସି-ମମତା ବାନାର୍ଜୀ ସମର୍ଥିତ ବିଧାୟକ
·1 hour ago·2 min read

Key Points
ବୁଧବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରଥମ ଥର ପାଇଁ ବିଦ୍ରୋହୀ ଟିଏମସି ଏବଂ ମମତା ବାନାର୍ଜୀଙ୍କ ସମର୍ଥକ ବିଧାୟକ ମୁହାଁମୁହିଁ ହୋଇଥିଲେ। ଯାହା ଫଳରେ ଗୃହରେ ପ୍ରବଳ ହଙ୍ଗାମା ହୋଇଥିଲା। ଏହି ଘଟଣାରେ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା।
Bengal assenbly high volatge drama: ବୁଧବାର (ଜୁଲାଇ) ପଶ୍ଚିମବଙ୍ଗ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ନାଟକୀୟ ଘଟଣା। ପ୍ରଥମ ଥର ଲାଗି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଦ୍ରୋହୀ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ମମତା ବାନାର୍ଜୀଙ୍କ ସମର୍ଥିତ ବିଧାୟକ। ଯାହାକୁ ନେଇ ଗୃହରେ ସୃଷ୍ଟି ହୋଇଛି ଏକ ବଡ଼ ଧରଣର ହଟ୍ଟଗୋଳ। ଏହି ଘଟଣାକ୍ରମକୁ ନେଇ, ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି ଯେ କିଛି ସଦସ୍ୟଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ଗୃହରୁ ବାହାରକୁ କରିବାକୁ ପଡ଼ିଛି।
ରାଜନୈତିକ ମହଲରେ ଏହି ରାଜନୈତିକ ଅସ୍ଥିରତା ଆଲୋଚନାର ବିଷୟ ପାଲଟିଛି। କାରଣ ବିଦ୍ରୋହୀ ଟିଏମସି ନେତା ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧିନ ଗୋଷ୍ଠୀ ପାଖରେ ୬୪ ବିଧାୟକଙ୍କ ସମର୍ଥନ ରହିଥିବାର ଦାବି କରାଯାଉଛି। ବିରୋଧି ଦଳ ବିଧାୟକଙ୍କ ମଧ୍ୟରେ ଗୃହରେ ଧସ୍ତାଧସ୍ତି ହେବା ଏବଂ ଏହି ଘଟଣାରେ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିବା ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଏହି ସଂଘର୍ଷ ଆଗାମୀ ଦିନରେ ରାଜ୍ୟର ରାଜନୈତିକ ପାଣିପାଗକୁ ସିଧାସଳଖ ପ୍ରଭାବିତ କରିପାରେ।
ଏହା ସହ ପଢନ୍ତୁ: ବଡ଼ ଅଫର ଦେଲେ ହୁମାଁୟୁ କବୀର; ମାନିବେ କି ମମତା ବାନାର୍ଜୀ?
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଏବଂ ନାଟକୀୟ ଘଟଣାକ୍ରମ ଘଟିଥିଲା। ଯେତେବେଳେ ରାଜଧାନୀ କୋଲକାତା ସ୍ଥିତ ନ୍ୟୁଟାଉନ୍ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ, ବିଦ୍ରୋହୀ ତୃଣମୂଳ କଂଗ୍ରେସ (ଟିଏମସି) ଗୋଷ୍ଠୀ ମମତା ବାନାର୍ଜୀଙ୍କୁ, ଦଳର ଅଧ୍ୟକ୍ଷା ପଦରୁ ହଟାଇ ଦେଇଥିଲେ। ହାଓଡ଼ା କେନ୍ଦ୍ରୀୟ ଆସନର ବିଧାୟକ ଅରୂପ ରାୟଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହା ବ୍ୟତୀତ, ରୀତାବ୍ରତ ବାନାର୍ଜୀ ଏବଂ ଅନ୍ୟାନ୍ୟ ନେତାଙ୍କ ନେତୃତ୍ୱରେ "ପ୍ରକୃତ ତୃଣମୂଳ" ଗୋଷ୍ଠୀ ଅଭିଷେକ ବାନାର୍ଜୀଙ୍କୁ ଦଳର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ପଦରୁ ନିଲମ୍ବିତ କରିଥିଲା।
୬୦ ବିଧାୟକ ଏବଂ ୭୦ ପୂର୍ବତନ କାଉନସିଲର କରିଥିଲେ ଅଂଶଗ୍ରହଣ
ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନ ଶେଷ ହେବା ପରେ ଏହି ରାଜନୈତିକ ଘଟଣାକ୍ରମ ଘଟିଥିଲା। ଅଧିବେଶନର ତୁରନ୍ତ ପରେ, ବିଦ୍ରୋହୀ ଟିଏମସି ବିଧାୟକ ନ୍ୟୁଟାଉନ୍ ସ୍ଥିତ ଏକ ହୋଟେଲ ଠାରେ ଏକ ଗୁପ୍ତ ବୈଠକ ଡାକିଥିଲେ। ପ୍ରାୟ ୬୦ ଜଣ ବିଦ୍ରୋହୀ ତୃଣମୂଳ ବିଧାୟକ ଏବଂ ଦଳର ପ୍ରାୟ ୭୦ ଜଣ ପୂର୍ବତନ କାଉନସିଲର ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ସମୟରେ, ୩୦ ସଦସ୍ୟ ବିଶିଷ୍ଟ ତୃଣମୂଳ କମିଟି ଗଠନ ସମ୍ପର୍କରେ ଘୋଷଣା କରାଯାଇଥିଲା।
ଏହା ସହ ପଢନ୍ତୁ: ବିଭାଜନ ମୁହାଁ ଦଳ; ପଦ ଛାଡି଼ଲେ କୋଲକାତା ମେୟର
୫୦୦ ନେତା ହେଲେ ଏକାଠି
ଏହି ବିଶେଷ ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଧାୟକଙ୍କ ସହିତ ଶହ ଶହ ତୃଣମୂଳ କଂଗ୍ରେସ ନେତା ସହରର ଏକ ହୋଟେଲ ଠାରେ ଏକାଠି ହୋଇଥିଲେ। ବୈଠକରେ ଅତି କମରେ ୧୬ ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ, ୬୦-୭୦ ଜଣ କାଉନସିଲର ଏବଂ ବିଦ୍ରୋହୀ ବିଧାୟକ ଉପସ୍ଥିତ ଥିଲେ। ଯେଉଁଠାରେ ଦଳର ଏକ ନୂତନ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ଅରୂପ ରାୟଙ୍କୁ ରାଷ୍ଟ୍ରୀୟ ସଭାପତି, ସନ୍ଦିପନ ସାହା (ବହିଷ୍କୃତ ବିଧାୟକ), ଜାଭେଦ ଖାନ ଏବଂ ରୀତାବ୍ରତ ବାନାର୍ଜୀଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ପିରହାଦ ହକିମ, ଅରୂପ ବିଶ୍ୱାସ ଏବଂ ରଥିନ ଘୋଷଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories