Cricket News / ଭୁବନେଶ୍ୱରଙ୍କ ଉପରୁ ହଟିଲା ଭରସା... ବୈଭବ OUT, ଈଶାନଙ୍କ କମ୍ବ୍ୟାକ୍
·59 mins ago·2 min read

Key Points
ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ବଡ଼ ପରିବର୍ତ୍ତନ
ଈଶାନ ଇନ୍, ବୈଭବ ଆଉଟ୍
ଭୁବନେଶ୍ୱରଙ୍କ ଉପରୁ ହଟିଲା ଭରସା
ଈଶାନ ଇନ୍, ବୈଭବ ଆଉଟ୍
ଭୁବନେଶ୍ୱରଙ୍କ ଉପରୁ ହଟିଲା ଭରସା
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଚତୁର୍ଥ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର କ୍ରମାଗତ ଚତୁର୍ଥ ଥର ପାଇଁ ଟସ୍ ଜିତିଛନ୍ତି । ତେବେ ଚତୁର୍ଥ ମ୍ୟାଚ୍ରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରେ ଦୁଇଟି ବଡ଼ ପରିବର୍ତ୍ତନ କରାଯାଇଛି । ଈଶାନ କିଶାନ ଦଳକୁ ଫେରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ୍ ଦିଆଯାଇଛି । ସେହିପରି ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ନିଜ ପ୍ଲେଇଂ ଇଲେଭେନ୍ରେ ଗୋଟିଏ ପରିବର୍ତ୍ତନ କରିଛି ।
ଏଥି ସହ ପଢନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମହିଳା ପ୍ରଶଂସକ କହିଲେ ଏମିତି କଥା ସମସ୍ତେ ଆଶ୍ଚର୍ଯ୍ୟ…”ଧନ ଥଣ୍ଡା ପାଣି ପିଇବନି”
ଈଶାନ କିଶାନଙ୍କ କମ୍ବ୍ୟାକ୍, ବାଦ୍ ପଡ଼ିଲେ ବୈଭବ
ଆହତ ସମସ୍ୟା କାରଣରୁ ଈଶାନ କିଶାନ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ଗତ ଦୁଇଟି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା । ତେବେ ଚତୁର୍ଥ ଟି-୨୦ରେ ଈଶାନ ଦଳକୁ ଫେରିବା ପରେ ବୈଭବଙ୍କୁ ବାଦ୍ ଦିଆଯାଇଛି ।
ବୈଭବ ଗତ ମ୍ୟାଚ୍ରେ ୱେଲିଂଟନ୍ରେ ମାତ୍ର ୧୯ଟି ବଲ୍ରୁ ୪୫ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ । ତଥାପି ଈଶାନଙ୍କ ଫିଟ୍ନେସ୍ ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ପୁଣିଥରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି ।
ଭାରତର ପ୍ଲେଇଂ ଇଲେଭେନ୍:
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶାନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମୟଙ୍କ ଯାଦବ ଏବଂ ପ୍ରିନ୍ସ ଯାଦବ
ନ୍ୟୁଜିଲାଣ୍ଡର ପ୍ଲେଇଂ ଇଲେଭେନ୍:
ଫିନ୍ ଆଲେନ୍, ଟିମ୍ ସେର୍ଫଟ (ୱିକେଟ୍ କିପର), ଡାରେଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ନାଥନ୍ ସ୍ମିଥ୍, ଆଡାମ ମିଲ୍ନେ, ଜାକବ୍ ଡଫି ଏବଂ ମାଥ୍ୟୁ ଫିସର୍

#TeamIndia opt to bowl first at Eden Park. Ishan Kishan and Mayank Yadav back in the XI. Updates ▶️ https://t.co/fx264c9iLe #NZvIND https://t.co/9PxADM0gvq
— BCCI (@BCCI) October 30, 2026
ବୈଭବ ଗତ ମ୍ୟାଚ୍ରେ ୱେଲିଂଟନ୍ରେ ମାତ୍ର ୧୯ଟି ବଲ୍ରୁ ୪୫ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ । ତଥାପି ଈଶାନଙ୍କ ଫିଟ୍ନେସ୍ ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ପୁଣିଥରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି ।
ଭାରତର ପ୍ଲେଇଂ ଇଲେଭେନ୍:
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶାନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମୟଙ୍କ ଯାଦବ ଏବଂ ପ୍ରିନ୍ସ ଯାଦବ
ନ୍ୟୁଜିଲାଣ୍ଡର ପ୍ଲେଇଂ ଇଲେଭେନ୍:
ଫିନ୍ ଆଲେନ୍, ଟିମ୍ ସେର୍ଫଟ (ୱିକେଟ୍ କିପର), ଡାରେଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ନାଥନ୍ ସ୍ମିଥ୍, ଆଡାମ ମିଲ୍ନେ, ଜାକବ୍ ଡଫି ଏବଂ ମାଥ୍ୟୁ ଫିସର୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories