Videos
|
Sports

Cricket News / ଚତୁର୍ଥ ଟି-୨୦ରେ ଖେଳିବେ କି ଈଶାନ କିଶନ ? ଦଳକୁ ଫେରିଲେ ବାଦ୍ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?

Santosh Kumar Sahoo
Browse all articles by Santosh Kumar Sahoo
·32 mins ago·2 min read
ଚତୁର୍ଥ ଟି-୨୦ରେ ଖେଳିବେ କି ଈଶାନ କିଶନ ? ଦଳକୁ ଫେରିଲେ ବାଦ୍ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?
Ishan Kishan Fitness Update

Key Points

ଈଶାନଙ୍କ ଫିଟନେସ୍‌କୁ ନେଇ ବଡ଼ ଅପଡେଟ୍
ପ୍ଲେଇଂ ଇଲେଭେନ୍‌ରୁ ବାଦ୍ ପଡ଼ିବେ କି ବୈଭବ?
ଈଶାନ ଫେରିବେ ନା ବୈଭବଙ୍କୁ ମିଳିବ ଆଉ ଏକ ସୁଯୋଗ ?

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ଏହି ମ୍ୟାଚ୍ ଅକଲାଣ୍ଡର ଇଡେନ୍ ପାର୍କରେ ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଖେଳିବେ କି ଭାରତୀୟ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ ? ଆହତ ସମସ୍ୟା ଯୋଗୁଁ ଦ୍ୱିତୀୟ ଓ ତୃତୀୟ ଟି-୨୦ରୁ ବାଦ୍ ପଡ଼ିଥିଲେ ଈଶାନ । ଏବେ ତାଙ୍କ ଫେରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ପ୍ରଥମ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଈଶାନ ଆହତ ହୋଇଥିଲେ । ଏହି କାରଣରୁ ସେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳିପାରି ନଥିଲେ । ତେବେ ଚତୁର୍ଥ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ମିଳିନାହିଁ ।

ଏଥି ସହ ପଢନ୍ତୁ:  ଚାରିଟି ମ୍ୟାଚରେ ଖେଳିନପାରିବା ପରେ ଭାଙ୍ଗିଲା ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ…ଅନ୍ତିମ ଟି-୨୦ ପୂର୍ବରୁ କଲେ ଏମିତି ପୋଷ୍ଟ...

ଈଶାନ କିଶନଙ୍କ ଫିଟନେସ୍‌କୁ ନେଇ ବଡ଼ ଅପଡେଟ୍

ଭାରତୀୟ ଦଳର ବୋଲିଂ କୋଚ୍ ମୋର୍ନେ ମୋର୍କେଲ କହିଥିଲେ ଯେ ଈଶାନ କିଶନ ତୃତୀୟ ମ୍ୟାଚ୍‌ରେ ଖେଳିବେ ନାହିଁ । ତେବେ ସେ ଦ୍ରୁତ ଗତିରେ ସୁସ୍ଥ ହେଉଥିବା ସହ ପୁଣିଥରେ ଟ୍ରେନିଂ ଆରମ୍ଭ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଦ୍ୟତମ ସୂଚନା ଅନୁସାରେ, ଗୁରୁବାର ଈଶାନ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବା ନଜର ଆସିଥିଲେ । ଏହା ପରେ ଚତୁର୍ଥ ଟି-୨୦ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି । ତଥାପି ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କ ଫିଟନେସ୍ ଓ ଟିମ୍ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରିବ ।

ଈଶାନ ଫେରିଲେ ବାଦ୍ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ?

ଈଶାନ କିଶନ ଦଳକୁ ଫେରିଲେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କାହାକୁ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯିବ ? ଈଶାନଙ୍କ ଅନୁପସ୍ଥିତିରେ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିଥିଲା । ତୃତୀୟ ଟି-୨୦ରେ ବୈଭବ ମାତ୍ର ୧୯ଟି ବଲ୍‌ରୁ ୪୫ ରନ୍‌ର ବିସ୍ଫୋରକ ଇନିଂସ ଖେଳି ନିଜ ଦକ୍ଷତା ପ୍ରମାଣ କରିଥିଲେ ।
ଅନ୍ୟପଟେ ଭାରତ ଏହି ସିରିଜ୍‌ରେ ୩-୦ରେ ବିଜୟ ଲାଭ କରି ସିରିଜ୍‌ ନିଜ ନାମରେ କରିସାରିଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଚତୁର୍ଥ ମ୍ୟାଚ୍‌ରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏକାଠି ଖେଳାଇବାକୁ ଯୋଜନା କରିପାରେ ।

ତୃତୀୟ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଓପନିଂ ଯୋଡ଼ି ମାତ୍ର ୪୩ଟି ବଲ୍‌ରେ ୧୩୩ ରନ୍ ଯୋଡ଼ିଥିଲେ। ଅଭିଷେକ ମାତ୍ର ୩୮ଟି ବଲ୍‌ରୁ ୧୧୩ ରନ୍ କରିଥିବା ବେଳେ ବୈଭବ ୧୯ଟି ବଲ୍‌ରୁ ୪୫ ରନ୍ କରିଥିଲେ। ଏହି ଦମଦାର ପ୍ରଦର୍ଶନ ବଳରେ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା ।
ତେଣୁ ଈଶାନ କିଶନଙ୍କ ଫେରିବା ସହ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ରଖାଯିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ।