Cricket Controversy / BCCI ଉପରେ ହେଲେ ନାରାଜ; କମେଣ୍ଟ୍ରି ଛାଡ଼ିଦେଲେ ଏହି କ୍ରିକେଟର
·3 months ago·2 min read

Key Points
ବିସିସିଆଇ ବିରୋଧରେ ସାଙ୍ଘାତିକ ଅଭିଯୋଗ
୨୩ ବର୍ଷ ପରେ କମେଣ୍ଟ୍ରି ଛାଡ଼ିଦେଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିରୋଧରେ ସାଙ୍ଘାତିକ ଅଭିଯୋଗ । ୨୩ ବର୍ଷ ପରେ କମେଣ୍ଟ୍ରି ଛାଡ଼ିଦେଲେ ଟିମ ଇଣ୍ଡିଆର ପୂର୍ବ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣନ । ବିସିସିଆଇ ରଙ୍ଗ ବୈଷ୍ୟମତା କରୁଥିବା ଲକ୍ଷ୍ମଣ ଅଭିଯୋଗ ଆଣିଛନ୍ତି । ତାଙ୍କର ଏହି ଅଭିଯୋଗ ଆସିବା ପରେ ପୁରା କ୍ରିକେଟ ଜଗତ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି । ଶିବରାମକୃଷ୍ଣନ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ର ୧୯ତମ ସିଜିନର ଠିକ୍ ପୂର୍ବରୁ ନିଜ ଅବସର ନେଇ ଘୋଷଣା କରିଛନ୍ତି ।
ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) । ଆଇପିଏଲ ପୂର୍ବରୁ ୬୦ ବର୍ଷୀୟ ଲକ୍ଷ୍ମଣ ଶିବରାମକୃଷ୍ଣନ ସାଙ୍ଘାତିକ ଅଭିଯୋଗ ଆଣି ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ମୁଁ ଏବେ ବିସିସିଆଇ ଲାଗି କମେଣ୍ଟ୍ରିରୁ ସନ୍ନ୍ୟାସ ନେଉଛି ।" ଏହା ପଛର କାରଣ ମଧ୍ୟ ଲକ୍ଷ୍ମଣ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ନିକଟରେ ବହୁ ବର୍ଷର ଅଭିଜ୍ଞତା ଥିଲେ ସୁଦ୍ଧା ତାଙ୍କୁ କେବେ ହେଲେ ଟସ୍ କିମ୍ବା ପ୍ରେଜେଣ୍ଟେସନ ଲାଗି ସୁଯୋଗ ଦିଆଯାଇନାହିଁ ।
ସେ ଆହୁରି ଲେଖିଛନ୍ତି ଯେ ତାଙ୍କ ୨୩ ବର୍ଷ କ୍ୟାରିଅର ମଧ୍ୟରେ କେବେ ହେଲେ ତାଙ୍କୁ ଟସ୍ ଓ ପ୍ରେଜେଣ୍ଟେସନ ଲାଗି ସୁଯୋଗ ଦିଆଯାଇନାହିଁ ଏବଂ ତାଙ୍କ ପରେ ଆସିଥିବା ଲୋକେ ଏହି କାମ କରୁଛନ୍ତି । ଲକ୍ଷ୍ମଣଙ୍କ ଏହି ପୋଷ୍ଟରୁ ଜଣାପଡୁଛି ଯେ ସେ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ ଥିଲେ । ବର୍ଷ ବର୍ଷ ଧରି ଟସ୍ ଏବଂ ପୋଷ୍ଟ-ମ୍ୟାଚ୍ ପ୍ରେଜେଣ୍ଟେସନ ଲାଗି ରବି ଶାସ୍ତ୍ରୀ ଏବଂ ହର୍ଷ ଭୋଗଲେଙ୍କୁ ଦିଆଯାଇଥାଏ । ଲକ୍ଷ୍ମଣଙ୍କୁ କେବେହେଲେ ଦେଖିବାକୁ ମିଳିନାହିଁ ।
ସୂଚନା ଥାଉ କି, ୬୦ ବର୍ଷୀୟ ଲକ୍ଷ୍ମଣ ଶିବରାମକୃଷ୍ଣନ ୧୯୮୫ ମସିହାରେ ୱାର୍ଲ୍ଡ ଚମ୍ପିଆନସିପ୍ ଅଫ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜିତିଥିବା ଭାରତୀୟ ଟିମରେ ଥିଲେ । ସେ ଭାରତ ଲାଗି ୯ଟି ଟେଷ୍ଟ ମ୍ୟାଚ୍ ଓ ୧୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ଟେଷ୍ଟ ମ୍ୟାଚରେ ୨୬ଟି ୱିକେଟ୍ ନେଇଛନ୍ତି । ସେହିପରି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୧୫ଟି ୱିକେଟ୍ ନେଇଛନ୍ତି ।
ଅଧିକ ଖବର ପଢନ୍ତୁ: ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି...ଏହି ଷ୍ଟାର ଖେଳାଳି ହେବେ IPL ୨୦୨୬ର ଗେମ୍ ଚେଞ୍ଜର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories