Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan live Debate / ଲାଇଭ୍ ଟିଭିରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜ ! ଦୁଇ ପାକିସ୍ତାନୀ ଖେଳାଳି ମୁହାଁମୁହିଁ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଲାଇଭ୍ ଟିଭିରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜ ! ଦୁଇ ପାକିସ୍ତାନୀ ଖେଳାଳି ମୁହାଁମୁହିଁ
IND vs WI

Key Points

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍
ଯିଏ ଜିତିବ ସିଧା ଯିବ ସେମି ଫାଇନାଲ
ଟିମ ଇଣ୍ଡିଆକୁ ସର୍ତ୍ତ ରଖିଲେ ପାକିସ୍ତାନ ଖେଳାଳି
ଲାଇଭ୍ ଟିଭିରେ ହେଲେ ମୁହାଁମୁହିଁ
ଟି-୨୦ ବିଶ୍ଵକପ୍ ୨୦୨୬ରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଧମାକାଦାର ମ୍ୟାଚ୍ ହେବାକୁ ଯାଉଛି । କୋଲକାତାର ଇଡେନ ଗାର୍ଡେନରେ ହେବାକୁ ଥିବା ଏହି ମ୍ୟାଚରେ ଯିଏ ଜିତିବ ସେ ସେମିଫାଇନାଲରେ ପ୍ରବେଶ କରିବ । ଉଭୟ ଟିମର ପ୍ରଦର୍ଶନ ଟୁର୍ଣ୍ଣାମେଣ୍ଟରେ କମାଲ୍ ରହିଛି ଓ ଏଥିଲାଗି ମ୍ୟାଚର ଫଳାଫଳ କିଛି ବି ହୋଇପାରେ । ଆଜିର ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚକୁ ନେଇ ପାକିସ୍ତାନର ଏକ ଲାଇଭ୍ ଟିଭି ଶୋ'ରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାକିସ୍ତାନୀ ଖେଳାଳି ।

  • ଲାଇଭ୍ ଟିଭିରେ ଯୁକ୍ତିତର୍କ
ପାକିସ୍ତାନରେ ଟିଭିରେ ପ୍ରସାରଣ ହେଉଥିବା ଏକ କ୍ରୀଡା ସମ୍ବନ୍ଧୀୟ ଶୋ' "ହାର୍ ନା ମନା ହେ"ର ଏକ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ପୂର୍ବ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହଜାଦ ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଜିତିବ ବୋଲି ଦାବି କରିଛନ୍ତି । ସେପଟେ ମହମ୍ମଦ ଆମିର ୱେଷ୍ଟଇଣ୍ଡିଜ୍ ଜିତିବ ବୋଲି ଭବିଷ୍ୟବାଣୀ କରିଥିଲେ । ଏହି ସମୟରେ ଶେହଜାଦ ତାଙ୍କୁ ଜବାବ ଦେଇ କହିଥିଲେ, "ମୋତେ ଲାଗୁଛି ଭାରତୀୟ ଟିମ୍ ମ୍ୟାଚ୍ ଜିତିବ ଓ ସେମିଫାଇନାଲ ଖେଳିବ । କାରଣ ଭାରତୀୟ ଟିମ ଏକ ଦମଦାର ଟିମ୍ । ତାଙ୍କ ଟିମକୁ ଜଣାଅଛି ଯେ ବଡ଼ ମ୍ୟାଚରେ ଚାପରେ କେମିତି ଖେଳିବାକୁ ପଡ଼େ ।"



ଶେହଜାଦ ଆଗକୁ କହିଥିଲେ, "ପାକିସ୍ତାନ ବିପକ୍ଷ ମ୍ୟାଚ୍ ଠାରୁ ବଡ଼ ଚାପ ଆଉ କିଛି ନାହିଁ । ଉକ୍ତ ମ୍ୟାଚକୁ ଭାରତ ଏକପାଖିଆ ଭାବରେ ଜିତିଥିଲା । ଜିମ୍ବାୱେ ବିପକ୍ଷରେ ସେମାନେ ଜାଣିଥିଲେ ଯେ ସେମାନଙ୍କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । ସେଥିପାଇଁ ସେମାନେ ୨୫୦ରୁ ଅଧିକ ରନ୍ କରିଥିଲେ । ବଡ଼ ଦଳଗୁଡ଼ିକ ପ୍ରାୟତଃ ଏପରି ସମୟରେ ୧୫୦ ରନକୁ ଅଧିକ ଭାବନ୍ତି, କିନ୍ତୁ ଟିମ୍ ଇଣ୍ଡିଆର ପରିସ୍ଥିତି ଏପରି ନୁହେଁ । ଯଦି ଭାରତ ହାରିଯାଏ, ତେବେ ମୁଁ ଏହି ଶୋ' ଛାଡ଼ିଦେବି । ମୁଁ ଏଥିରେ ଆଉ ପଛକୁ ହଟିବି ନାହିଁ ।"

ପଢନ୍ତୁ ଏହି ଖବର: ଆଜି ଭାରତର ବିଶ୍ଵକପ୍ ଭାଗ୍ୟ ପରୀକ୍ଷା; ମ୍ୟାଚ୍ ପୂର୍ବରୁ ଜାଣିନିଅନ୍ତୁ ପିଚ୍ ରିପୋର୍ଟ

  • ଭାରତର ହାରିବ କହିଲେ ମହମ୍ମଦ ଆମିର
ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ଶୋ'ରେ ୱେଷ୍ଟଇଣ୍ଡିଜ୍ ଭାରତକୁ ପରାସ୍ତ କରିବ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, "ୱେଷ୍ଟଇଣ୍ଡିଜ୍ ସହଜରେ ଭାରତକୁ ପରାସ୍ତ କରିପାରିବ । ମ୍ୟାଚ୍ କୋଲକାତାରେ ହେଉଛି ଏବଂ ଜସପ୍ରିତ ବୁମରାହଙ୍କ ବ୍ୟତୀତ ସେମାନଙ୍କର ବୋଲିଂ ପ୍ରଭାବଶାଳୀ ହୋଇନାହିଁ । ଜିମ୍ବାୱେ ମଧ୍ୟ ୧୮୪ ରନ କରିଥିଲା । ପୂର୍ବ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟରେ ୯୦ ରନ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ସେମାନେ ୧୮୦ ରନ କରିଥିଲେ । ମୁଁ ଭାବୁଛି ସେମାନେ ସହଜରେ ଭାରତକୁ ପରାସ୍ତ କରିପାରିବେ ।"

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
t20 world cup india vs west indies match pakistani live show debate | Argus News