|
logo
Live
Argus News App
GET APP

Argus News - ସାବଧାନ ! କେବଳ ଗୋଟିଏ ଭୁଲ ଖୋଲିଦେବ ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍

Technology

WhatsApp Alert / ସାବଧାନ ! କେବଳ ଗୋଟିଏ ଭୁଲ ଖୋଲିଦେବ ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ସାବଧାନ ! କେବଳ ଗୋଟିଏ ଭୁଲ ଖୋଲିଦେବ ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍
WhatsApp Safety Tips

Key Points

ହ୍ଵାଟ୍ସଆପ୍ ଏବେ ଦୈନନ୍ଦିନ ଜୀବନର ଅବିଚ୍ଛେଦ ଅଂଶ ପାଲଟିଛି
ଅଫିସ ହେଉ କି ସାଙ୍ଗ ସବୁଠି ଆମେ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି
ସାବଧାନ ନରହିଲେ ଲିକ୍ ହୋଇଯିବ ଆପଣଙ୍କ ପର୍ସନାଲ ଚାଟ୍
ମେଟାର ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍‌ ଏବେ ଏକ ପ୍ରମୁଖ ମେସେଜିଂ ଟୁଲ୍ ପାଲଟିଛି । ବ୍ୟକ୍ତିଗତ ବାର୍ତ୍ତାଳାପ ହେଉ ଅବା ଅଫିସ କାମ, ଯୋଗାଯୋଗ ଲାଗି ଏବେ ଅଧିକାଂଶ ସୋସିଆଲ ମିଡିଆ ୟୁଜର ହ୍ଵାଟ୍ସଆପ୍ ଉପରେ ନିର୍ଭର କରୁଛନ୍ତି । ଫଟୋଠୁ ଆରମ୍ଭ କରି ଭିଡିଓ, ଡକ୍ୟୁମେଣ୍ଟ ସବୁକିଛି ୟୁଜର ଏଥିରେ ସେୟାର କରୁଛନ୍ତି । ଏଥିରେ ୟୁଜରଙ୍କ ଅନେକ ଜରୁରୀ ତଥ୍ୟ ମଧ୍ୟ ରହୁଛି । ଏଣୁ ହ୍ଵାଟ୍ସଆପ୍ ବ୍ୟବହାର କରିବା ସମୟରେ ସର୍ବଦା ସତର୍କ ରହିବା ଆବଶ୍ୟକ । ନଚେତ ଆପଣଙ୍କ ଗୋପନୀୟତା ଉପରେ ଆଞ୍ଚ ଆସିପାରେ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିପାରନ୍ତି ହ୍ୟାକର୍ସ ।

  • ଆପଣଙ୍କ ଚାଟ୍ କେହି ପଢୁନାହାନ୍ତି ତ ?
ଆଜିକାଲି ସାଇବର ଠକମାନେ ସ୍ମାର୍ଟ ଉପାୟରେ ମୋବାଇଲକୁ ହ୍ୟାକ୍ କରୁଛନ୍ତି । ସାଧାରଣ ଲୋକଟିଏ ଯେତେ ସଜାଗ ରହିଲେ ମଧ୍ୟ ନିଜ ଅଜାଣତା ବା ଅସାବଧାନତା ଯୋଗୁଁ ସାଇବର ଠକଙ୍କ ଜାଲରେ ପଡୁଥିବା ନଜିର ରହିଛି । ଏଭଳି ସ୍ଥିତିରେ ମନକୁ ପ୍ରଶ୍ନ ଆସେ ଯେ ଆମ ବ୍ୟକ୍ତିଗତ ହ୍ଵାଟ୍ସଆପ୍ ଚାଟ୍ କେହି ପଢୁନାହାନ୍ତି ତ ? ବେଳେବେଳେ ଫୋନ ବିନା କାରଣରେ ଧୀର ହୋଇଯାଏ । ଆଉ କେତେବେଳେ ବ୍ୟାଟେରୀ ଦ୍ରୁତ ଗତିରେ ସରିଯାଏ । ଏପରି ସ୍ଥିତିରେ ବ୍ୟବହାରକାରୀଙ୍କ ମନରେ ପ୍ରଶ୍ନ ଆସେ ଯେ ଆମ ଫୋନ ହ୍ୟାକ୍ ହୋଇଯାଇନି ତ ? ଏଥିଲାଗି ସାବଧାନ ରହିବା ଉଚିତ ।

ପଢନ୍ତୁ ଏହି ଖବର: ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ

ସର୍ବପ୍ରଥମେ ଏହା ବୁଝିବା ଆବଶ୍ୟକ ଯେ ହ୍ଵାଟ୍ସଆପ୍‌ରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ (E2EE) ରହିଛି । ଏହାର ଅର୍ଥ ହେଉଛି ଯେ ଆପଣଙ୍କ ମେସେଜ ମଧ୍ୟରେ କେହି ତୃତୀୟ ବ୍ୟକ୍ତି ଆସିପାରିବ ନାହିଁ । ଚାଟ୍ ଆପଣ ଓ ରିସିଭରଙ୍କ ଭିତରେ ରହିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସର୍ବଦା ଆପଣଙ୍କ ଚାଟ୍ ସୁରକ୍ଷିତ । ଯଦି ଆପଣ ହ୍ଵାଟ୍ସଆପ୍ ୱେବ୍ ବା ଡେସ୍କଟପ୍‌ରେ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି ଏବଂ ଲଗ୍ ଆଉଟ୍ କରୁନାହାନ୍ତି ତେବେ ତାହା ବଡ଼ ବିପଦ ହୋଇପାରେ । ଆପଣଙ୍କ ଆକାଉଣ୍ଟକୁ ଯାଇ କେହି ଅନ୍ୟ ବ୍ୟକ୍ତି ଆପଣଙ୍କ ଚାଟ୍‌କୁ ପଢିପାରିବ । ଏଣୁ ଅନ୍ୟ ଡିଭାଇସରେ ହ୍ଵାଟ୍ସଆପ୍‌ ଖୋଲୁଥିଲେ ଏହାକୁ ଲଗ୍ ଆଉଟ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ନଚେତ୍ ଆପଣଙ୍କ ବ୍ୟକ୍ତିଗତ ଚାଟ୍ ଚୋରି ହୋଇପାରେ ।

  • WhatsApp ଚାଟ୍‌ର କ୍ଲାଉଡ୍ ବ୍ୟାକଅପ୍‌
ଆଉ ଏକ ବଡ଼ ବିପଦ ହେଉଛି କ୍ଲାଉଡ୍‌ ବ୍ୟାକଅପ୍ । ଅନେକ ଲୋକ ନିଜ ହ୍ଵାଟ୍ସଆପ୍‌ ଚାଟ୍‌ର ବ୍ୟାକଅପ୍‌କୁ Google Drive ବା iCloudରେ ରଖିଥାନ୍ତି । ଯଦି ଆପଣଙ୍କ ଇମେଲ୍ ଆକାଉଣ୍ଟ ବା କ୍ଲାଉଡ୍‌ ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି, ତେବେ ଆପଣଙ୍କ ଚାଟ୍‌ର ବ୍ୟାକଅପ୍‌ ବି ସାଇବର ଠକଙ୍କ ହାତକୁ ଚାଲିଯାଇପାରେ । ଏହା ସିଧାସଳଖ ଆପଣଙ୍କ ହ୍ଵାଟ୍ସଆପ୍‌ ହ୍ୟାକ୍‌ ହୋଇଛି ବୋଲି ଆମେ କହିପାରିବା ନାହିଁ, କିନ୍ତୁ ପରିଶେଷରେ ଆପଣଙ୍କ ବ୍ୟକ୍ତିଗତ ଚାଟ୍‌ ଲିକ୍‌ ହୋଇପାରେ । ଏଥିଲାଗି କେବଳ ହ୍ଵାଟ୍ସଆପ୍‌କୁ ସୁରକ୍ଷିତ ରଖିବା ବଦଳରେ ଆପଣଙ୍କ ଇମେଲ୍‌ ଓ କ୍ଲାଉଡ୍‌ ଆକାଉଣ୍ଟକୁ ବି ସୁରକ୍ଷିତ ରଖିବା ଉପରେ ଧ୍ୟାନ ଦିଅନ୍ତୁ । ହ୍ଵାଟ୍ସଆପ୍‌ କ୍ଲାଉଡ୍‌ ବ୍ୟାକଅପ୍‌ ଲାଗି ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଅପସନ ରହିଥାଏ ।

  • କେମିତି ରହିବେ ସୁରକ୍ଷିତ ?
ଅନେକ ସମୟରେ ଆପଣଙ୍କ ମୋବାଇଲରେ ତଥ୍ୟ ଚୋରି କରୁଥିବା ସଫ୍ଟୱେର ଇନଷ୍ଟଲ୍ ହୋଇଯାଏ । ଏହା କୌଣସି ଥାର୍ଡପାର୍ଟି ୱେବସାଇଟ୍‌ ଖୋଲିବା ବେଳେ ହୋଇପାରେ । ଯଦି ଆପଣଙ୍କ ଫୋନ ହଠାତ୍ ଅଧିକ ଗରମ ହୋଇଯାଉଛି ବା ବିନା ବ୍ୟବହାର କରି ବ୍ୟାଟେରୀ ସରିଯାଉଛି, ତେବେ ଏହାକୁ ଭୁଲରେ ଅଣଦେଖା କରନ୍ତୁ ନାହିଁ । କେହି ଆପଣଙ୍କ ଅଜାଣତରେ ଆପଣଙ୍କ ତଥ୍ୟକୁ ଚୋରି କରିଥାଇପାରେ । ତୁରନ୍ତ ଉକ୍ତ ମାଲୱେରକୁ ହଟାଇବା ଲାଗି ଫୋନରେ ସୁରକ୍ଷା ସ୍କାନ୍ କରନ୍ତୁ ।

ଏଥିସହ ପଢନ୍ତୁ: ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WhatsApp Alert: ସାବଧାନ ! କେବଳ ଗୋଟିଏ ଭୁଲ ଖୋଲିଦେବ ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍ | Argus News