What is Halloween / 'ହାଲୋୱିନ୍' କ’ଣ, କ'ଣ ରହିଛି ଏହାର ଇତିହାସ? କିପରି ହୋଇଥିଲା ଏହାର ଉତ୍ପତ୍ତି? କାହିଁକି ହୋଇଥାଏ ପାଳନ?
·53 mins ago·4 min read

Key Points
"ହାଲୋୱିନ୍" ପ୍ରାଚୀନ ସେଲ୍ଟିକ୍ ସଭ୍ୟତାର ସୋଭିନ୍ ପର୍ବରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଲୋକ ଆତ୍ମାକୁ ଦୂର କରିବା ପାଇଁ ଭୟଙ୍କର ପୋଷାକ ପିନ୍ଧୁଥିଲେ।
ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ସମଗ୍ର ବିଶ୍ୱରେ ଏକ ଅନନ୍ୟ ପର୍ବ ପାଳନ କରାଯାଏ। ଯାହାକୁ "ହାଲୋୱିନ୍" (Halloween) କୁହାଯାଏ। ଯେଉଁଦିନ ଏହି ଦିନ ଏହି ପର୍ବ ପାଳନ କରାଯାଏ ସେହି ଦିନ ଲୋକ ଭୟଙ୍କର ମେକଅପ୍ (MakeuP), ଅଦ୍ଭୁତ ତଥା ବିଭିନ୍ନ ପ୍ରକାରର ବିଚିତ୍ର ଧରଣର ଭୂତ ପୋଷାକ ଏବଂ ମୁଖା ପିନ୍ଧିଥାନ୍ତି। ଘରେ ବୁଢୀଆଣି ଜାଲ, କଖାରୁ ଏବଂ କଙ୍କାଳରେ ସଜା ଯାଇଥାଏ। ଛୋଟ ପିଲାଏ ରାସ୍ତାରେ ବୁଲି ଚକୋଲେଟ୍ (candy) ମାଗୁଥାନ୍ତି। ଯଦିଓ ଏହି ଉତ୍ସବକୁ ପାଶ୍ଚାତ୍ୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ଭାରତରେ ମଧ୍ୟ ଏହା ବେଶ ଲୋକପ୍ରିୟତା ହାସଲ କରୁଛି। ହେଲେ ପ୍ରଶ୍ନ ହେଉଛି ଯେ ଲୋକ "ହାଲୋୱିନ୍" ଦିନ କାହିଁକି ଏପରି ଭୟଙ୍କର, ଭୟାନକ, ଅଦ୍ଭୂତ ରୂପରେ ନଜର ଆସିଥାନ୍ତି। କ'ଣ ରହିଛି ଏହା ପଛର କାହାଣୀ? କ'ଣ ରହିଛି ଏହାର ପ୍ରାଚୀନ ଇତିହାସ?
"ହାଲୋୱିନ୍" ଇତିହାସ ପ୍ରାଚୀନ ସେଲ୍ଟିକ୍ ସଭ୍ୟତା (Celtic Civilization) ସହିତ ଜଡିତ। ଏହାର ଇତିହାସ ଏହି ପ୍ରାଚୀନ ସଭ୍ୟତାରୁ ଉତ୍ପନ୍ନ ହୋଇଥିବା ବିଶ୍ୱାସ କରାଯାଏ। ସେଲ୍ଟିକ୍ ସଭ୍ୟତାର ଲୋକ ଶତାବ୍ଦୀ ପୂର୍ବରୁ ଆୟର୍ଲାଣ୍ଡ, ଫ୍ରାନ୍ସ ଏବଂ ବ୍ରିଟେନ୍ ଆଦି ଦେଶର କିଛି ଅଂଶରେ ବସବାସ କରୁଥିଲା। ସେମାନଙ୍କ ପାଇଁ ନୂତନ ବର୍ଷ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଯାହାକୁ ସେମାନେ ଗ୍ରୀଷ୍ମ ଋତୁର ଶେଷ ଏବଂ ଶୀତ ଋତୁର ଆରମ୍ଭର ସଙ୍କେତ ବୋଲି ବିବେଚନା କରୁଥିଲେ। ଏହି ଶୀତ ଋତୁ ଅନ୍ଧାର ଏବଂ କଠୋର ଥଣ୍ଡା ସହିତ ଜଡି଼ତ ରହୁଥିଲା। ଏଥିପାଇଁ ସେମାନେ ବିଶ୍ୱାସ କରୁଥିଲେ ଯେ ନବ ବର୍ଷ ଆରମ୍ଭ ହେବାର ପୂର୍ବ ସନ୍ଧ୍ୟାରେ, ଅକ୍ଟୋବର ୩୧ ତାରିଖ ରାତିରେ ଜୀବିତ ଓ ମୃତକଙ୍କ ଦୁନିଆ ମଧ୍ୟରେ ରହିଥିବା ସୀମା ଶେଷ ହୋଇଯାଏ।
ଆତ୍ମାର ପ୍ରତ୍ୟାବର୍ତ୍ତନ ଦିବସ
ସେଲ୍ଟିକ୍ ସଭ୍ୟତାର ଲୋକ ବିଶ୍ୱାସ କରୁଥିଲେ ଯେ ବର୍ଷର ଏହି ବିଶେଷ ଦିନରେ, ମୃତକଙ୍କ ଆତ୍ମା ଏବଂ ଭୂତ ପ୍ରେତ ସେମାନଙ୍କ ଜଗତ ଛାଡି ପୃଥିବୀ ପୃଷ୍ଠକୁ ଫେରି ଆସିଥାନ୍ତି। ଏହି ସଭ୍ୟତାର ଲୋକ ଭୟ କରୁଥିଲେ ଯେ ଏହି ଭ୍ରମଣକାରୀ ଆତ୍ମା ସେମାନଙ୍କର ଫସଲ ନଷ୍ଟ କରିପାରନ୍ତି କିମ୍ବା ସେମାନଙ୍କ ପରିବାରକୁ କ୍ଷତି ପହଞ୍ଚାଇ ପାରନ୍ତି। ଏହି ପ୍ରାଚୀନ ପର୍ବ, ଯାହାକୁ "ସୋୱିନ୍" କିମ୍ବା "ସାମହେନ୍" (Samhain) ନାମରେ ଜଣାଶୁଣା ଏକ ପାଳନ କରାଯାଉଥିଲା। ଯେଉଁ ସମୟରେ ଲୋକ ଆତ୍ମାଙ୍କୁ ସ୍ୱାଗତ କରିବା କିମ୍ବା ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ବିଶେଷ ପୂଜାପାଠ କରୁଥିଲେ।
ଏହା ସହ ପଢନ୍ତୁ: 'ଭୂତ' ଘର କିଣିବା ପାଇଁ ଚାଲିଛି ପ୍ରତିଯୋଗିତା; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ହାଲୋୱିନ୍" ଅବସରରେ ଭୟଙ୍କର ପୋଷାକ ପିନ୍ଧିବାର କାରଣ କ'ଣ?
ଆତ୍ମାଙ୍କ ଠାରୁ ନିଜକୁ ରକ୍ଷା କରିବା ଏବଂ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ, ସେଲ୍ଟିକ୍ ସଭ୍ୟତାର ଲୋକ ଅତ୍ୟନ୍ତ ଅଦ୍ଭୁତ ଏବଂ ଭୟଙ୍କର ରୂପରେ ପ୍ରସ୍ତୁତ ହେଉଥିଲେ। ସେମାନେ ଭୟାନକ ରୂପରେ ପୋଷାକ ପିନ୍ଧୁଥିଲେ। ଏପରିକି ସେମାନେ ପଶୁ ଚର୍ମରୁ ନିର୍ମିତ ପୋଷାକ ଏବଂ ଭୟଙ୍କର ମୁଖା ପିନ୍ଧୁଥିଲେ। ଯାହା ଦ୍ୱାରା ଆତ୍ମା, ଭୂତ, ପ୍ରେତ ଆସିଲେ, ସେମାନେ ମଣିଷଙ୍କୁ କୌଣସି କ୍ଷତି ପହଞ୍ଚାଇବେ ନାହିଁ। ସେମାନଙ୍କୁ ସେମାନେ ନିଜ ପରି ଅନ୍ୟ ଭୂତ କିମ୍ବା ଆତ୍ମା ବୋଲି ଭାବିବେ। ଏହି ପ୍ରାଚୀନ ବିଶ୍ୱାସ ଧରେ ଧିରେ ଫ୍ୟାନ୍ସି ପୋଷାକର ଆଧୁନିକ ଧାରା ଏବଂ ଭୟଙ୍କର ପୋଷାକ ପିନ୍ଧିବା ପ୍ରଥାକୁ ଜନ୍ମ ଦେଇଥିଲା।
ପବିତ୍ର ଅଗ୍ନି (Bonfires) ଜଳାଇବା ଏବଂ ଫସଲ ବଳି ଦେବାର ପରମ୍ପରା
"ସାମହେନ୍" (Samhain) ପର୍ବ ପାଳନ ସମୟରେ ସେତେବେଳର ଲୋକେ ନିଜ ଗାଁର ମଧ୍ୟଭାଗରେ ଏକ ବଡ଼ ପବିତ୍ର ଅଗ୍ନି (Bonfires) ଜାଳିବେ। ସେମାନେ ସେମାନଙ୍କର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କର ଫସଲ ଏବଂ ପଶୁପକ୍ଷୀଙ୍କ ବଳି ଦେଉଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ଏପରି କରିବା ଦ୍ୱାରା ସେମାନଙ୍କ ଦେବତା ସେମାନଙ୍କୁ କଷ୍ଟକର ଶୀତ ଋତୁରେ ସେମାନଙ୍କ ସମଗ୍ର ବଂଶଧରକୁ ସୁରକ୍ଷା ଦେବେ। ସେମାନଙ୍କ ଦୁଷ୍ଟ ଶୁକ୍ତିଙ୍କ ଠାରୁ ଦୂରେଇ ରଖିବେ।
"ହାଲୋୱିନ୍" ନାମକରଣ କିପରି ହୋଇଥିଲା?
ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ ଧର୍ମର ପ୍ରଭାବ ବଢ଼ିବା ପରେ, ଚର୍ଚ୍ଚ ନଭେମ୍ବର ୧ ତାରିଖକୁ 'ଅଲ୍ ସେଣ୍ଟସ୍ ଡେ' (All Saints' Day) ବା 'ଅଲ୍ ହାଲୋଜ୍ ଡେ' (All Hallows Day) ଭାବେ ପାଳନ କରିବା ଆରମ୍ଭ କରିଥିଲା। ଯେଉଁଠି ପବିତ୍ର ସନ୍ଥଙ୍କୁ ସ୍ମରଣ କରାଯାଏ। ଏହାର ପୂର୍ବ ରାତିକୁ (ଅକ୍ଟୋବର ୩୧) "ଅଲ୍ ହାଲୋଜ୍ ଇଭ୍" (All Hallows Eve) କୁହାଗଲା। ଯାହାକି ଧିରେ ଧିରେ ବଦଳି ଯାଇ "ହ୍ୟାଲୋୱିନ୍" (Halloween) ନାମରେ ନାମିତ ହୋଇଥିଲା।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଭୂତ ପବ୍; ଦେଖୁ ଦେଖୁ ଟେବୁଲ ଉପରୁ ଖସିଲା ବିୟର ଗ୍ଲାସ
କଖାରୁ ଏବଂ "ଜ୍ୟାକ୍-ଓ-ଲାଣ୍ଟର୍ଣ୍ଣ" ଦ୍ୱାରା ହେଉଥିବା ଆକର୍ଷଣୀୟ ସାଜସଜ୍ଜାର କାହାଣୀ
"ହ୍ୟାଲୋୱିନ୍" ଅବସରରେ ଲୋକ ବିଭିନ୍ନ ପ୍ରକାରର ବିଚିତ୍ର ଧରଣର ପୋଷାକ ପିନ୍ଧିଥାନ୍ତି। ସେହି ଦିନ ସେମାନେ କଖାରୁ (Pumpkin) ମଧ୍ୟରେ ବିଭିନ୍ନ ଧରଣର ଭୟାନକ କଳାକୃତ୍ତି ତିଆରି କରି ସେଥିରେ ଦୀପ ଜାଳିଥାନ୍ତି ଏବଂ ପରସ୍ପରକୁ ମିଠା ବାଣ୍ଟନ୍ତି। କଖାରୁକୁ କାଟି ଏହା ଭିତରେ ମହମବତୀ ଜଳାଇବାର ପରମ୍ପରା ଏବେ ଏହି ପର୍ବର ଏକ ପରମ୍ପରା ପାଲଟିଛି। ଯାହାକୁ "ଜ୍ୟାକ୍-ଓ-ଲାଣ୍ଟର୍ଣ୍ଣ" (Jack-o-Lantern) କୁହାଯାଏ।
ମୂଳତଃ, ଆର୍ୟାଲ୍ୟାଣ୍ଡ ଲୋକ ଶାଲଗମ (Turnip) ଏବଂ ଆଳୁ (Potatoe) ଉପରେ ବିଭିନ୍ନ ପ୍ରକାରର ରହସ୍ୟମୟ କଳାକୃତ୍ତି କରୁଥିଲେ। ଦୁଷ୍ଟ ଆତ୍ମାକୁ ଭୟଭୀତ କରିବା ପାଇଁ ସେମାନେ ଏହା ମଧ୍ୟରେ ଦୀପ ରଖିଥିଲେ। ଉନବିଂଶ ଶତାବ୍ଦୀରେ ଯେତେବେଳେ ବହୁ ସଂଖ୍ୟକ ଆର୍ୟାଲ୍ୟାଣ୍ଡ ଲୋକ ଆମେରିକା ପ୍ରବାସନ କରିଥଲେ, ସେତେବେଳେ ସେଠାରେ ଶାଲଗମ ଅପେକ୍ଷା କଖାରୁ ଅଧିକ ସହଜରେ ଉପଲବ୍ଧ ହେଉଥିଲା। ସେବେଠାରୁ କଖାରୁ "ହ୍ୟାଲୋୱିନ୍" ଉତ୍ସବର ସବୁଠାରୁ ପ୍ରମୁଖ ଅଂଶ ପାଲଟିଛି।