Videos
|
Weather-calamities

Landslide / ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫସିଲେ ୩୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର ପାଇଁ ଉଦ୍ୟମ ଜାରି

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫସିଲେ ୩୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର ପାଇଁ ଉଦ୍ୟମ ଜାରି

Key Points

ଗଜପତି ଜିଲ୍ଲା ସାରା ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ରାୟଗଡ଼ ବ୍ଲକ ପେକଟରେ ହୋଇଥିବା ଭୂସ୍ଖଳରେ ବାପପୁଅ ଚାପି ହୋଇ ରହିଥିବା ବେଳେ ମହେନ୍ଦ୍ରଗିରିରେ ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ ।

ପାରଳାଖେମୁଣ୍ଡି: ଅବପାତ ବର୍ଷା ଓ ଭୂସ୍ଖଳନକୁ ନେଇ ବେହାଲ୍ ଗଜପତି ଜିଲ୍ଲା । ଜିଲ୍ଲା ସାରା ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ରାୟଗଡ଼ ବ୍ଲକ ପେକଟରେ ହୋଇଥିବା ଭୂସ୍ଖଳରେ ବାପପୁଅ ଚାପି ହୋଇ ରହିଥିବା ବେଳେ ମହେନ୍ଦ୍ରଗିରିରେ ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ ।


ସୂଚନା ଅନୁସାରେ, କଟକ ଓ ଭୁବନେଶ୍ଵର ଅଞ୍ଚଳର ୩୦ରୁ ଅଧିକ ପର୍ଯ୍ୟକ ମହେନ୍ଦ୍ରଗିରି ବୁଲିବାକୁ ଆସିଥିଲେ । ପର୍ଯ୍ୟଟକ ମହେନ୍ଦ୍ରଗିରି ପହଞ୍ଚିବା ସମୟରେ ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଧସିଥିଲା । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇ ପଡ଼ିଛି ।


ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଫଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ପର୍ଯ୍ୟଟକ ସେଠାରୁ ଆଗକୁ ବଢ଼ି ପାରୁନାହାନ୍ତି । ଘଟଣାସ୍ଥଳରେ ଗାରାବନ୍ଧ ପୋଲିସ ପହଞ୍ଚି ରାସ୍ତା ସଫା କରି ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛି । ଫସି ରହିଥିବା ପର୍ଯ୍ୟଟକଙ୍କୁ ପୋଲିସ ଶୁଖିଲା ଖାଦ୍ୟ ପ୍ରଦାନ କରିଛି ।


ମିଳିଥିବା ସୂଚନା ଅନୁସାରେ, ଫସିଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ମହେନ୍ଦ୍ରଗିରିରେ ଥିବା ବନ ବିଭାଗର ୱାଚ୍ ଟାୱାର ଓ କଟେଜରେ ଆଶ୍ରୟ ଦେଇଛି । ରାସ୍ତା ସଫା ହେବା ପରେ ପର୍ଯ୍ୟଟକ ଫେରି ପାରିବେ ।


ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ


ସେପଟେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା ।



ଭୂସ୍ଖଳନ ପରେ ବାପପୁଅ ଚାପି ହୋଇ ରହିଥିବା ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ କରୁଛି । ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ନୂଆଗଡ଼ ଓ ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।


ଏଥିସହ ପଢ଼ନ୍ତୁ: ଦଶହରାରେ ରକ୍ତମୁଖା ହେଲା ABDO ସ୍ଵାମୀ, ଦା'ରେ କାଟି ଦେଲା ସ୍ତ୍ରୀର ବେକ


ସେପଟେ ଗଜପତି ଜିଲ୍ଲାକୁ ଲାଗି ରହିଥିବା ରାୟଗଡ଼ା ଜିଲ୍ଲାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଲଗାଣ ଭାଲୁମୁଷ୍କା ଓ ଲେଲିଗୁମ୍ମା ରେଳ ଟ୍ରାକ ଉପରେ ପାଣି ସୁଅ ଚାଲୁଥିବା ବେଳେ ଗଛ ପଡ଼ିଛି । ଫଳରେ କୋରାପୁଟକୁ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

Related Topics

Explore more stories