Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

Key Points

ଲଘୁଚାପଟି ଘନୀଭୂତ ହୋଇ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ସେପଟେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶୋରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି ।


ଏଥିସହ ପଢ଼ନ୍ତୁ: ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା


ଏବେ ଲଘୁଚାପଟି ଘନୀଭୂତ ହୋଇ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ସେପଟେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବୟୁ ଅତି ସକ୍ରିୟ ରହିଛି ।



ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଶୁକ୍ରବାର ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜା ଆଲର୍ଟ ଦିଆଯାଇଛି । ସେହିଭଳି ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ଵର ଓ ନୟାଗଡ଼କୁ ୟେଲୋ ଆଲର୍ଟ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା


୨୭ ତାରିଖ ଶନିବାର ପାଇଁ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ପାଣିପାଗ କେନ୍ଦ୍ର । ଏଥିସହ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ଏହି ଆଲର୍ଟ ଜାରି କରାଯାଇଛି ।


ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀମଙ୍କୁ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରକୁ ବାରଣ କରାଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।


ଏଥିସହ ପଢ଼ନ୍ତୁ: ବାଂଲାଦେଶକୁ ୧୧ ରନ୍‌ରେ ହରାଇଲା ପାକିସ୍ତାନ, ଫାଇନାଲ୍‌ରେ ଭାରତ ସହ ମୁକାବିଲା


ସେପଟେ ହୀରାକୁଦ ଜଳଭଣ୍ତାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ହୀରାକୁଦର ୨୦ଟି ଗେଟ୍ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୫୬ ଫୁଟ୍ ରହିଛି । ସେକେଣ୍ତ ପ୍ରତି ୩ ଲକ୍ଷ ୩ ହଜାର ୯୪୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ତ ପ୍ରତି ୩ ଲକ୍ଷ ୬୧ ହଜାର ୧୧୯ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

Related Topics

Explore more stories

Sponsored
Low-Pressure Over Bay of Bengal Triggers Heavy Rain Alerts in Odisha | Argus News | Argus News