ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା
by Argus News
Thu, May 30 | 9:10 p.m.

ଭଦ୍ରକ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା । ଆଜି ସଂଧ୍ୟା 6 ଟାରୁ ଆରମ୍ଭ ହୋଇ ଜୁନ 2 ତାରିଖ ସକାଳ 6 ଟା ପର୍ଯ୍ୟନ୍ତ ଜାରି ରହିବ 144 ଧାରା ।  

ସେପଟେ ପରାଜୟ ଭୟରେ ରକ୍ତମୁଖା ସାଜିଛି ବିଜେଡି । ବାସୁଦେବପୁର କରଞ୍ଜମାଳ ଧାନକୁଟା ଛକରେ ରାଜ୍ୟ BJP ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ସ୍ଥାନୀୟ BJD ନେତା ରମେଶ ନାୟକ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଧାମରା ୭ ପଞ୍ଚାୟତର BJD ସଭାପତି ଅଛନ୍ତି BJD ନେତା ରମେଶ ନାୟକ । ଦୁଇଟି ଗାଡ଼ି ଭାଙ୍ଗି ରୁଜି ଯାଇଥିବାବେଳେ ୭ ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି । 

ଧାନକୁଟା ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସହ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂଙ୍କୁ ବିଜେଡି ଦଳର ନେତା ରମେଶ ନାୟକ, ତାଙ୍କ ଭାଇ ଓ ସମର୍ଥକ ମରଣାଆତ୍ମକ ଆକ୍ରମଣ କରିଥିଲେ । ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ମେଡିକାଲ ପରେ ବସୁଦେବପୁର ସ୍ଥାନାନ୍ତର କରାଯାଇଛି । ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି କରଞ୍ଜମାଳ ଛକରେ ରାସ୍ତାରୋକ କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା