ଗରମରେ ଶୋଉଛନ୍ତି ୧୬୦ ପିଲା , ପ୍ରଧାନଶିକ୍ଷକଙ୍କ ନାଁ ରେ ଆସିଲା ଅଭିଯୋଗ
by Argus News
Tue, Oct 01 | 12:15 p.m.

ବାଲେଶ୍ବର : ଛଅ ମାସ ରୁ ଅଧିକ ସମୟ ଧରି ଗରମରେ ୧୬୦ ପିଲାଙ୍କୁ ଶୁଆଇଲେ ପ୍ରଧାନ ଶିକ୍ଷକ । ପ୍ରଶ୍ନ କରିବାରୁ କ୍ୟାମେରା ଦେଖି ଚିହିଁକି ଉଠିଲେ ପ୍ରଧାନ ଶିକ୍ଷକ । ଏ ବାବଦରେ ଆଶ୍ରମ ବିଦ୍ୟାଳୟର ପିଲାମାନଙ୍କୁ ପଚାରିବାରୁ ଓଲଟା ନାଲି ଆଖି ଦେଖାଉଛନ୍ତି ପ୍ରଧାନ ଶିକ୍ଷକ। ସମସ୍ୟା ସମାଧାନ କରିବା ବଦଳରେ ପିଲାଙ୍କୁ ଟିସି ନେଇ ପଠେଇ ଦେବେ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେଃବାସୀ ଛାତ୍ର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସର୍ଦ୍ଦାରବନ୍ଧ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୈତନ୍ୟ ସିଂ ନାମରେ।

ଅଧିକ ପଢନ୍ତୁ : ୨୧ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାଡେନଙ୍କୁ ଫାଶୀ ଦଣ୍ଡାଦେଶ

ତେବେ ଅନ୍ତେଃବାସୀଙ୍କ ଅଭିଯୋଗ ଯେ ଗତ ଗ୍ରୀଷ୍ମ ଛୁଟି ପୂର୍ବରୁ ପଙ୍ଖା ଖରାପ ହୋଇଥିଲା ହେଲେ ଏପର୍ଯ୍ୟନ୍ତ ତାଙ୍କ ପଙ୍ଖା ସଜଡ଼ା ହୋଇନାହିଁ କି ନୂଆ ପଙ୍ଖା ଲାଗିନାହିଁ। ଏହାଛଡ଼ା ବିଭିନ୍ନ ସମସ୍ୟା ବାବଦରେ ଗତ ୧୨ ସେପ୍ଟେମ୍ବର ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିଲେ ଅନ୍ତେବାସୀ ଛାତ୍ର। ଏନେଇ ଗତ ଶୁକ୍ରବାର 27 ତାରିଖ ତଦନ୍ତ ଆସିଥିଲେ ସୁଦ୍ଧା ପିଲାଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ ।

ଲକ୍ଷ୍ମୀ ବସ
1m ago
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
29m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
50m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର