ଜଳପ୍ରପାତରେ ବୁଡି ୨ ଛାତ୍ରୀ ମୃତ, ଜଣେ ନିଖୋଜ
by Argus News
Mon, Sep 23 | 8:46 a.m.

ମାଲକାନଗିରି : ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାରେ ଘଟିଛି ଅଘଟଣ । ଜଳତରଙ୍ଗିନୀ ଝରଣାକୁ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ । ହଠାତ୍ ପ୍ରଖର ସ୍ରୋତର ଜଳ ଆସିବାରୁ ୪ ଜଣ ଝିଅ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା । ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣେ ଛାତ୍ରୀ ଏବେ ବି ନିଖୋଜ ଅଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି । ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି ।
 

ଚେସ୍‌
ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ
ଅର୍ଗସ ବ୍ୟୁରୋ : ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ରବିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍&zwnj
ଜଳପ୍ରପାତ
ଜଳପ୍ରପାତରେ ବୁଡି ୨ ଛାତ୍ରୀ ମୃତ, ଜଣେ ନିଖୋଜ
ମାଲକାନଗିରି : ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାରେ ଘଟିଛି ଅଘଟଣ । ଜଳତରଙ୍ଗିନୀ ଝରଣାକୁ ୧୩ ଜ
ପ୍ରଧାନମନ୍ତ୍ରୀ ମୋଦି
ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି