ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
by Argus News
Mon, Sep 23 | 8:39 a.m.

ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି। ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍‌’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ଭାରତ ମାତା କୀ ଜୟ’ରୁ ଅଭିଭାଷଣ ଆରମ୍ଭ କରିବା ସହ ‘ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ବୋଲି କହିଥିଲେ। ପ୍ରବାସୀ ଭାରତୀୟମାନେ ଭାରତକୁ ଆମେରିକା ଓ ଆମେରିକାକୁ ଭାରତ ସହ ଯୋଡ଼ିଛନ୍ତି। ଆପଣଙ୍କ ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତାର କୌଣସି ସୀମା ନାହିଁ ଏବଂ ଏହା ଭାରତ-ଆମେରିକା ସଂପର୍କକୁ ନୂଆ ଶିଖରରେ ପହଞ୍ଚାଇଛି।

ଅଧିକ ପଢନ୍ତୁ : ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ସମଗ୍ର ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ପୃଥିବୀର ଅନେକ ଦେଶ ମଧ୍ୟରେ ଏବେ ସଂଘର୍ଷ ଲାଗିରହିଛି। ଅନେକ ଦେଶରେ ନିର୍ବାଚନ ହେଉଛି ଏବଂ ଗଣତନ୍ତ୍ରର ଉତ୍ସବରେ ଭାରତ ଓ ଆମେରିକା ଏକାଠି ଅଛନ୍ତି। ଆମେରିକାରେ ଆଗକୁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଭାରତରେ ହୋଇଥିବା ନିର୍ବାଚନ ମାନବ ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାର ପ୍ରାୟ ଦୁଇଗୁଣ ଲୋକ ଭାରତରେ ମତଦାନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ଅଧିବେଶନରେ ‘ଭବିଷ୍ୟତର ବିଶ୍ବ’ ସମ୍ମିଳନୀରେ ଉଦବୋଧନ ଦେବେ।
 

ଚେସ୍‌
ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ
ଅର୍ଗସ ବ୍ୟୁରୋ : ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ରବିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍&zwnj
ଜଳପ୍ରପାତ
ଜଳପ୍ରପାତରେ ବୁଡି ୨ ଛାତ୍ରୀ ମୃତ, ଜଣେ ନିଖୋଜ
ମାଲକାନଗିରି : ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାରେ ଘଟିଛି ଅଘଟଣ । ଜଳତରଙ୍ଗିନୀ ଝରଣାକୁ ୧୩ ଜ
ପ୍ରଧାନମନ୍ତ୍ରୀ ମୋଦି
ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି