ଦୁବାଇରେ ଫସିଛନ୍ତି ୨୭ରୁ ୨୮ ଶ୍ରମିକ, ଓଡିଶା ଫେରାଇ ଆଣିବାକୁ ନିବେଦନ
by Argus News
Thu, Jun 13 | 12:13 p.m.

ଅର୍ଗସ ବ୍ୟୁରୋ: ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ । କେନ୍ଦ୍ରାପଡ଼ା ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର 27ରୁ 28 ଜଣ ଶ୍ରମିକ ଦୁବାଇରେ କାମ କରିବାକୁ ଯାଇ ଫସିଥିବା ସୂଚନା ମିଳିଛି । ଜବରଅଲିରେ ଥିବା ଇଂଜିନିୟରିଙ୍ଗ କମ୍ପାନୀରେ ସମସ୍ତେ କାମ କରୁଛନ୍ତି ।  10 ଘଣ୍ଟା କାମ କରାଇ 8 ଘଣ୍ଟାର ପଇସା ଦେଉଛି କମ୍ପାନୀ । କିଛିଦିନ ତଳେ ଭଦ୍ରକର ସନାତନ ପରିଡାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିଲା । ଏବେବି ସେଠାରେ ତାଙ୍କର ମୃତଦେହ ପଡି ରହିଛି । ଓଡିଶାକୁ ମୃତଦେହ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।  ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ପାଇଁ ଶ୍ରମିକମାନେ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା