୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ 
by Argus News
Mon, May 27 | 2:49 p.m.

ସୁବର୍ଣ୍ଣପୁର:  ଉପରେ ଲୁହା ଛଡ଼ ଭିତରେ ଗଞ୍ଜେଇ ।  ଯାଞ୍ଚ ବେଳେ କଣ୍ଟେନର ସହିତ ୩ କୁଇଣ୍ଟାଲ୍ ୭୫ କେଜି ଗଞ୍ଜେଇ ଜବତ । ସୋନପୁର ପୋଲିସ ଦ୍ବାରା ମଧ୍ୟପ୍ରଦେଶର ୨ ଅଭିଯୁକ୍ତ ଗିରଫ । ବୌଦ୍ଧ କଣ୍ଟାମାଳରୁ ବାହାର ରାଜ୍ୟକୁ ହେଉଥିଲା ଚାଲାଣ । ସୋନପୁର ପୋଲିସ ସ୍ଥାନୀୟ କୁଞ୍ଜ ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଟ୍ରାକିଂ କରିଥିଲା ।

ଏହି ସମୟରେ ଏକ କଣ୍ଟେନର ଲୁହା ଛଡ଼ ନେଇ ଯାଉଥିବାବେଳେ ତାକୁ ଜିଲ୍ଲାପାଳ ଅଫିସ୍ ଆଗରେ ପୋଲିସ ପକ୍ଷରୁ ତନଖି କରାଯାଇଥିଲା । ତେବେ କଣ୍ଟେନର୍ ଭିତରେ ୧୫ ବସ୍ତା ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ସୋନପୁର ପୋଲିସ ଉକ୍ତ କଣ୍ଟେନର କୁ ଜବତ୍ କରିବା ସହିତ ଗାଡ଼ି ଚାଳକ ଓ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା