ଫେକ୍ ସାର୍ଟିଫିକେଟ୍ ଦେଇ କରୁଛନ୍ତି ଚାକିରି; ରେଗୁଲାର ହୋଇ ନେଉଛନ୍ତି ମୋଟା ଅଙ୍କର ଦରମା
by Argus News
Tue, Jul 16 | 11:36 a.m.

ବରଗଡ: ବରଗଡ଼ ଜିଲ୍ଲାରେ ୪୦ ନକଲି ଶିକ୍ଷକ । ଫେକ୍ ସାର୍ଟିଫିକେଟ୍ ଦେଇ କରୁଛନ୍ତି ଚାକିରି । ଅର୍ଗସ ହାତରେ ଏକ୍ସକ୍ଲୁସିଭ ପ୍ରମାଣ । ନକଲି ସାର୍ଟିଫିକେର୍ଟରେ ଅଯୋଗ୍ୟ ସରକାରୀ ଚାକିରି କରୁଥିବା ଅଭିଯୋଗ ହୋଇଛି । ଅର୍ଗସ ହାତରେ ଲାଗିଛି ରାଜ୍ୟ ଶିକ୍ଷା ବିଭାଗରେ ହୋଇଥିବା ବଡ଼ ସ୍କାମର ପ୍ରମାଣ । 

ପାଖାପାଖି 40 ଜଣ ଶିକ୍ଷକ ହେଉଛନ୍ତି ନକଲି । ଏମାନେ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ବେଳେ ଏବେ ରେଗୁଲାର ହୋଇ ସରକାରଙ୍କ ଠାରୁ ମୋଟା ଦରମା ନେଉଥିବା ଜଣାପଡିଛି ।  ଅନ୍ନାମଲାଇ ୟୁନିଭର୍ସିଟିର ନକଲି ସାର୍ଟିଫିକେଟରେ ଶହ ଶହ ଶିକ୍ଷକ ଚାକିରି କରୁଥିବା ବେଳେ କାହିଁକି ତାଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
କିଛି ମାସ ପୂର୍ବରୁ ଜିଲ୍ଲା ଶିକ୍ଷାବିଭାଗ ଦୁଇ ନକଲି ଶିକ୍ଷକଙ୍କୁ ଧରି, ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ଅମ୍ବାଭୋନା ବ୍ଲକର ତରଣୀ ସେଠ ଓ ମଙ୍ଗଳ ବିଶ୍ବାଳ ନକଲି ସାର୍ଟିଫିକେଟ୍ ଦେଇ 2005 ମସିହାରେ ଚାକିରି ହାତେଇଥିଲେ । ଧରାପଡ଼ିବା ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସବୁଠାରୁ ବଡ଼ କଥା  ଏମାନେ ଅନ୍ନାମଲାଇ ୟୁନିଭର୍ସିଟି ନାଁରେ ଫେକ୍ ସାର୍ଟିଫିକେଟ ତିଆରି କରିଥିଲେ । ଅନ୍ନାମଲାଇ ୟୁନିଭର୍ସିଟିର ନକଲି ସାର୍ଟିଫିକେଟରେ ଶହ ଶହ ଶିକ୍ଷକ ଚାକିରି କରୁଥିବାବେଳେ କାହିଁକି ତାଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉନାହିଁ ଏନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଗୋଟିଏ ପଟେ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ଅନ୍ୟପଟେ ଯୋଗ୍ୟ ଆଶାୟୀ ଚାକିରି ନପାଇଁ ହତାସ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା