ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି 4ହଜାର 500 ବନ୍ୟା ବିପନ୍ନ 
by Argus News
Fri, Sep 20 | 7:50 a.m.

ବାଲେଶ୍ବର: ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା । 50ରୁ ଅଧିକ ଗାଁ ଜଳବନ୍ଦୀ। ରାସ୍ତା ଉପରେ 4ଫୁଟର ପାଣି, ଯାତାୟାତ ବାଧାପ୍ରାପ୍ତ। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି 4ହଜାର 500 ବନ୍ୟା ବିପନ୍ନ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ। ସ୍ଥିତି ଉପରେ ତୀକ୍ଷିଣ ନଜର ରଖିଛି ଜିଲ୍ଲା ପ୍ରଶାସନ।  ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ୪୫୦୦ଶହ ଲୋକଙ୍କୁ ଉଦ୍ଧlର କରି ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି l ଆଜି ୮ଟି ପଂଚାୟତ ରେ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା  ଲୋକଙ୍କୁ ପ୍ରଶାସନ ତରଫରୁ  ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଜଳ ବନ୍ଦୀରେ ରେ ଥିବା ଲୋକଙ୍କୁ ଚୁଡା ,ବିସ୍କୁଟ ,ଗୁଡ଼ ଓ ପାଣି ଯୋଗାଇ ଦିଆଯାଇଛି l ସ୍ଵାସ୍ଥ ବିଭାଗ ତରଫରୁ ଅସ୍ଥାୟୀ ଶିବିର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ଜଳ ବନ୍ଦୀ ପରିବାରକୁ ନୌକାରେ ଯାଇ ହେଲଜିନ ବଟିକା ,ଜ୍ବର ,ଝାଡା ବଟିକା ଏବଂ ORS ଯୋଗାଇଦେଉଛି ମେଡିକାଲ ଟିମ l ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ତିକ୍ଷଣ ନଜର ରଖିଛି ଜିଲ୍ଲା ପ୍ରଶାସନ l

 ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ବାଲିଆପାଳ ବ୍ଲକର ଜଳାଣ୍ଣର୍ବ ଗାଁ ଗୁଡିକ ବୁଲି ଦେଖିଛନ୍ତି । ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ବାଲିଆପାଳ ବ୍ଲକ ପ୍ରଶାସନ ତରଫରୁ ୮ହଜାର ଲୋକଙ୍କୁ ଜଳବନ୍ଦୀ ଗାଁରୁ ଉଦ୍ଧାର କରାଯାଇଛି। ୯ଟି ସ୍ଥାନରେ ମୁକ୍ତ ରୋଷେଇ ଶାଳ ବ୍ୟବସ୍ତା କରାଯାଇଛି । ୪୧ଟି ବିଦ୍ୟାଳୟରେ ଲୋକଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଏବେ ଵି ଓଡ୍ରାଫ୍ ଟିମ୍ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି ।  ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ପ୍ରଶାସନ ତପ୍ତର ରହିଛି । ଅବଶ୍ୟକ ମାତ୍ରାରେ ଶୁଖିଲା ଖାଦ୍ୟ ଲୋକଙ୍କୁ ଦିଆଯାଇଛି । ସୁବର୍ଣ୍ଣରେଖା ଓ ବୁଡାବଳଙ୍ଗ ଓ ଜଳକାରେ ଜଳ ସ୍ତର କମୁଛି ।  ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଟେଷ୍ଟ
5m ago
ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା
ଅର୍ଗସ ବ୍ୟୁରୋ:ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆ
ଟେଷ୍ଟ
51m ago
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲ
ପଶୁ ଚର୍ବି
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତ