ଅର୍ଗସ ବ୍ୟୁରୋ: ଦହ୍ୟା ଗାଁରେ ସଶସ୍ତ୍ର ଡକାୟତି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ଗାଁରେ ଗତ ବିଳମ୍ବିତ ରାତ୍ରୀରେ ହୋଇଛି ସଶସ୍ତ୍ର ଡକାୟତି । ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ମୁଲ୍ୟର ଟଙ୍କା ଗହଣା ଲୁଟିନେଲେ ଦୁର୍ବୁତ । 57ନଂ ଜାତୀୟ ରାଜପଥ ଦହ୍ୟା ରାସ୍ତାକଡରେ ରହି ହାଡଭଙ୍ଗା ଚିକିତ୍ସା କରୁଥିବା ସୁରେନ୍ଦ୍ର ମହାନ୍ତୀଙ୍କୁ ରାତି ପ୍ରାୟ ୧୨.୪୫ ରେ ହାତ ଭାଙ୍ଗିଥିବାରୁ ଚିକିତ୍ସା କରିବା ପାଇଁ କବାଟ ବାଡେଇଥିଲେ ଦୁଇଜଣ ବ୍ୟକ୍ତି ।
ଫଳରେ ସୁରେନ୍ଦ୍ର କବାଟ ଖୋଲିଦେବା ପରେ ହଠାତ ଦୁଇ ଦୁର୍ବୁତ ସୁରେନ୍ଦ୍ରଙ୍କ ମୁହଁ ଓ ହାତଗୋଡ ବାନ୍ଧି ଘରର କୀଛି ଦୂରକୁ ନେଇଯାଇଥିଲେ । ପରେ ଅନ୍ୟ ଜଣ ସୁରେନ୍ଦ୍ରଙ୍କ ଘରକୁ ପ୍ରବେଶ କରି ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେବାସହ ଟଙ୍କା ସୁନା ଲୁଟି ନେଇଥିଲେ । ଲୁଟ ହୋଇଥିବା ଟଙ୍କା ଓ ଅଳଙ୍କାର ୫ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏନେଇ ସୁରେନ୍ଦ୍ର ଆଜି ମନମୂୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମନମୁଣ୍ଡା ପୋଲିସ ଏକ ମାମଲା ଦାୟର କରିବାସହ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: