ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର 
by Argus News
Tue, Jul 16 | 6:28 p.m.

 ବୌଦ୍ଧ: ବୌଦ୍ଧର ଦହ୍ୟା ଗାଁରେ ସଶସ୍ତ୍ର ଡକାୟତି।  ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ଗାଁରେ ଗତ ବିଳମ୍ବିତ ରାତ୍ରୀରେ ହୋଇଛି ସଶସ୍ତ୍ର ଡକାୟତି । ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ମୁଲ୍ୟର ଟଙ୍କା  ଗହଣା ଲୁଟିନେଲେ ଦୁର୍ବୁତ । 57ନଂ ଜାତୀୟ ରାଜପଥ ଦହ୍ୟା ରାସ୍ତାକଡରେ ରହି ହାଡଭଙ୍ଗା ଚିକିତ୍ସା କରୁଥିବା ସୁରେନ୍ଦ୍ର ମହାନ୍ତୀଙ୍କୁ ରାତି ପ୍ରାୟ ୧୨.୪୫ ରେ ହାତ ଭାଙ୍ଗିଥିବାରୁ ଚିକିତ୍ସା କରିବା ପାଇଁ କବାଟ ବାଡେଇଥିଲେ ଦୁଇଜଣ ବ୍ୟକ୍ତି ।

ଫଳରେ ସୁରେନ୍ଦ୍ର କବାଟ ଖୋଲିଦେବା ପରେ ହଠାତ ଦୁଇ ଦୁର୍ବୁତ ସୁରେନ୍ଦ୍ରଙ୍କ ମୁହଁ ଓ ହାତଗୋଡ ବାନ୍ଧି ଘରର କୀଛି ଦୂରକୁ ନେଇଯାଇଥିଲେ ।  ପରେ ଅନ୍ୟ ଜଣ ସୁରେନ୍ଦ୍ରଙ୍କ ଘରକୁ ପ୍ରବେଶ କରି ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେବାସହ ଟଙ୍କା ସୁନା ଲୁଟି ନେଇଥିଲେ । ଲୁଟ ହୋଇଥିବା ଟଙ୍କା ଓ ଅଳଙ୍କାର ୫ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏନେଇ ସୁରେନ୍ଦ୍ର ଆଜି ମନମୂୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମନମୁଣ୍ଡା ପୋଲିସ ଏକ ମାମଲା ଦାୟର କରିବାସହ ତଦନ୍ତ ଆରମ୍ଭ କରିଛି ପୋଲିସ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା