ନାଁକୁ ଖାଲି 5ଟି ସ୍କୁଲ, ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ପଖାଳ ଭାତ
by Argus News
Fri, Dec 15 | 9:32 a.m.

ଅର୍ଗସ ବ୍ୟୁରୋ: କଥା ବଡ଼ ବଡ଼ ହେଲେ କାମରେ ଫୁସ୍। ନାଁକୁ ଖାଲି 5ଟି ସ୍କୁଲ ହେଲେ ମଧ୍ୟାହ୍ନ ଭୋଜନରେ ପିଲା ଖାଉଛନ୍ତି ପଖାଳ ଭାତ। ଫାଇଭ୍‌-ଟି ସ୍କୁଲରେ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପଖାଳ ଆଳୁଭଜା ଖାଇଲେ ଛାତ୍ରୀ । ମାଣବସା ଗୁରୁବାର ପାଇଁ ରୋଷେୟା, ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ବେଳେ ଛାତ୍ରୀମାନେ ନିଜେ ବାଢ଼ି ଖାଇଲେ ଓ ବାସନ ସଫା କଲେ ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଚତର ଠାରେ ଥିବା ଉମାଅର୍ଜ୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟରେ । ସମୁଦାୟ ୭ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁପସ୍ଥିତ ଅଛନ୍ତି ୪ ଜଣ। ଦୁଇ ଜଣ ମାଣବସା ଗୁରୁବାର ଓଷା ପାଇଁ ଛୁଟି ନେଇଥିବା ବେଳେ ଦୁଇ ଜଣ ଅନ୍ୟ କାରଣ ପାଇଁ ଛୁଟି ନେଇଥିବା କହିଛନ୍ତି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ । ଏଠି ପ୍ରଶ୍ନ,  ଛୁଟିରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୂଚନା ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଛି ତ ?।  ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ  ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚାଷୀ
25m ago
ମହାନଦୀରେ ବନ୍ୟା ଜଳ କମିବା ପରେ ଚାଷୀଙ୍କ ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଚିନ୍ତାରେ ଚାଷୀ । ମହାନଦୀରେ ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା । ଗତ ମାସରେ ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ପ୍ରବାହି
ଓଡ଼ିଶା
32m ago
ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ
ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY
ଅଭିନେତ୍ରୀଙ୍କୁ ଯୌନ
34m ago
ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ୩ ଆଇପିଏସ ଅଧିକାରୀ ନିଲମ୍ବିତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତ