ଚାରି ଦିନରେ 84 ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ
by Argus News
Sat, Jul 13 | 6:29 p.m.

ଅର୍ଗସ ବ୍ୟୁରୋ: କୋରାପୁଟର କାଶୀପୁର ପରେ ଏବେ ଲକ୍ଷ୍ମୀପୁର ବ୍ଲକରେ ଏବେ ମ୍ୟାଲେରିଆ ଆତଙ୍କ । ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏବେ ସୁଦ୍ଧା ୧୮ଟି ସ୍କୁଲର ପ୍ରାୟ ୮୪ ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ୍ ବିଭିନ୍ନ ସ୍କୁଲକୁ ଯାଇ ଛାତ୍ର ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ଔଷଧ ପ୍ରଦାନ କରୁଛି। ଏବେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଆକ୍ରାନ୍ତ ପିଲାଙ୍କ ଭିଡ଼। ଘରକୁ ଛୁଟିରେ ଯାଇ ଆଶ୍ରମ ସ୍କୁଲ ହଷ୍ଟେଲକୁ ଫେରିଥିବା ପିଲାଙ୍କ ମଧ୍ୟରେ ମୁଖ୍ୟତଃ ମ୍ୟାଲେରିଆ ଦେଖାଯାଉଛି। ତେଣୁ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ । ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କର ଦାୟିତ୍ବ ନେବାକୁ ଶିକ୍ଷା ବିଭାଗ ତରଫରୁ ଜାରି ହୋଇଛି ନିର୍ଦ୍ଦେଶନାମା।

ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଘରୁ ହଷ୍ଟେଲ ଫେରୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରାଯାଉଛି । ବହୁ ପିଲାଙ୍କଠାରେ ଲକ୍ଷଣ ବିହୀନ ମ୍ୟାଲେରିଆ ଚିହ୍ନଟ ହେଉଛି । ସ୍କୁଲ ହଷ୍ଟେଲ ପରିସର ସଫା ସୁତୁରା ରଖିବା, ହଷ୍ଟେଲରେ ରାତିରେ ପିଲାମାନେ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆଖି ଧରା ନେଇ ଅଭିଭାବକ ମାନେ ସଚେତନ ରୁହନ୍ତୁ । ଆଖି ଧରିଥିଲେ ପିଲାମାନେ ସ୍କୁଲ ନ ଯାଆନ୍ତୁ । ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା