ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବଡ ପଦକ୍ଷେପ 
by Argus News
Tue, Sep 24 | 8:05 p.m.

 ଭୁବନେଶ୍ୱର:  ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷିତ, ସକରାତ୍ମକ ପରିବେଶ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଏଥିପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟମ୍ବର ୩୦ ସୁଦ୍ଧା ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଏହି କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ବିଶ୍ବ ବିଦ୍ୟାଳୟ ଓ କଲେଜକୁ ଚିଠି ଲେଖାଯାଇଛି । ବିଶ୍ବବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି । କେବଳ ଅଧ୍ୟାପକ, ଅଧ୍ୟାପିକା ନୁହେଁ ଛାତ୍ରଛାତ୍ରୀ, ଅନ୍ୟ କର୍ମଚାରୀ ମଧ୍ୟ ଆଭ୍ୟନ୍ତରୀଣ  ଅଭିଯୋଗ କମିଟି ପାଖେ କହିପାରିବେ । ଯାହା ଭବିଷ୍ୟତ ପାଇଁ ରେକର୍ଡ ହୋଇ ରହିବ । କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣରେ ମହିଳାଙ୍କ ଉପରେ ହୋଇପାରିବ ନାହିଁ ନିର୍ଯ୍ୟାତନା । ଏ ନେଇ କମିଟି କରିବ ତଦାରଖ। ପୂର୍ବରୁ ଏ ସମ୍ପର୍କିତ ନିୟମ ରହିଥିଲେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ନାହିଁ । ସେଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବ ।

ଏହା ଫଳରେ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଉ ଲୁଚିବ ନାହିଁ। ଏନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଖୁବ ଶୀଘ୍ର କରାଯାଇପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ।   ପୂର୍ବରୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରୁ ନିର୍ଯାତନା ଅଭିଯୋଗ ଆସିଥିବା ନଜିର ରହିଛି । କିଛିଦିନ ତଳେ ଉତ୍କଳ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଥିଲେ ଜଣେ ଛାତ୍ରୀ । ଯାହାକୁ ନେଇ ବଦନାମ ମୁଣ୍ଡାଇ ଥିଲା ବିଶ୍ବ ବିଦ୍ୟାଳୟ । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ମହିଳାମାନଙ୍କୁ ସକରାତ୍ମକ ଓ ସମ୍ମାନାସ୍ପଦ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଛାତ୍ରୀ । ସେପଟେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଠିକ ଭାବେ କାର୍ଯ୍ୟ କରୁଛି । ପ୍ରତିମାସରେ ତିନି ଥର ମିଟିଂ ହେବା ସହ କମିଟି ପକ୍ଷରୁ ରିଭ୍ୟୁ କରାଯାଉଛି ବୋଲି ଅଧକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ କହିଛନ୍ତି ।   ଉଚ୍ଚ ଶିକ୍ଷା ବିଭାଗର ଚିଠି ଅନୁଯାୟୀ, ସେପ୍ଟମ୍ବର ୩୦ ସୁଦ୍ଧା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ  ଜଣାଇବାକୁ ନିର୍ଦ୍ଦେଶ ରହିଛି ।    

ଅଧିକ ପଢନ୍ତୁ ଓଡିଶା  ଖବର 

ସୁଭଦ୍ରା ଆବେଦନ
now
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ
ଅର୍ଗସ ବ୍ୟୁରୋ : ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ। କହିଲେ ଏ ଯାଏଁ ପ୍ରାୟ ୯୨ ଲକ୍ଷ ଲୋକ ସୁଭଦ୍ରା ପଞ୍ଜିକରଣ କରିସାରିଲେଣି। ଆ
ପାଟିରେ କଳାଫିତା
51m ago
ପାଟିରେ କଳାଫିତା କାମୁଡି କାହିଁକି ବ୍ୟାଟିଂ କଲେ ଶାକିବ
ଅର୍ଗସ ବ୍ୟୁରୋ: ସବୁଦିନ ଆପଣ କ୍ରିକେଟ ଦେଖୁଥିବେ ହେଲେ ଏଫଟୋ ଉପରେ ଭଲ ଭାବେ ନଜର ପକାନ୍ତୁ। ଆପଣଙ୍କୁ ଏ ଫଟୋ ପ୍ରଥମେ ସାଧାସିଧା ଲାଗିବ। କିନ୍ତୁ ଫଟୋ ପଛର କଳାଫିତାର ରହସ୍ୟ ଜାଣିଲେ ଆପଣଙ୍କ
ଭଟ୍ଟାରିକା ମା'
52m ago
ସାର୍ବଜନୀନ ହେଲା ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର
କଟକ: ସାର୍ବଜାନିକ ହେଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର । ସର୍ବମୋଟ ସୁନା 1065.98 ଗ୍ରାମ ଏବଂ ରୂପା 2799.55 ଗ୍ରାମ ଗଣତିରୁ ଜଣାଗଲା