ବହୁ ସଂଖ୍ୟାରେ ଛୋଟ ପିଲା ଜଣ୍ଡିସରେ ହେଉଛନ୍ତି ଆକ୍ରାନ୍ତ
by Argus News
Sun, Oct 06 | 8:29 a.m.

ଅର୍ଗସ ବ୍ୟୁରୋ:  ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତର ଚେଙ୍ଗ ଗଢ଼ିଆ ଗାଁରେ ଜଣ୍ଡିସ ଆତଙ୍କ । ବୟସ୍କଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି। ପିଲାଙ୍କୁ ଜ୍ବର ସହ ଝାଡ଼ା ଲାଗି ରହୁଛି। ଦୁଇ ତିନି ମାସରୁ ଅଧିକ ସମୟ ହେଲାଣି ଗାଁରେ ରୋଗ ବ୍ୟାପି ଚାଲିଛି । କିନ୍ତୁ ଏଯାଏଁ ପହଞ୍ଚିନାହିଁ ସ୍ବାସ୍ଥ୍ୟ ବିଭାଗର ଟିମ୍ । କେବଳ ଆଶାକର୍ମୀ ସମସ୍ତଙ୍କ ତାଲିକା ନେଇଥିଲେ, ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆକ୍ରାନ୍ତ ମାନେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଘରକୁ ଫେରୁଛନ୍ତି, କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଅର୍ଥ ଅଭାବରୁ ବହୁ ଲୋକ ଠିକ୍ ଭାବେ ଔଷଧ ମଧ୍ୟ କିଣିପାରୁନାହାନ୍ତି । ଯଦିଓ ଜଣ୍ଡିସ୍ ବ୍ୟାପିବାର ସଠିକ୍ କାରଣ ଜଣାପଡ଼ିନାହିଁ, ତେବେ ଗାଁ ପାଖରେ ଅସ୍ବାସ୍ଥ୍ୟକର ପରିବେଶ ଏଥିପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଛି । ରୋଗ ହେବାରୁ ଗାଁର ବହୁ ପିଲା ସ୍କୁଲ ଯାଉନାହାନ୍ତି । ତୁରନ୍ତ ମେଡିକାଲ୍ ଟିମ୍ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଦାବି କରିଛନ୍ତି ଗାଁ ଲୋକେ।

12 ଦିନ ତଳେ 13 ଜଣ ଆକ୍ରାନ୍ତ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସେବେଠାରୁ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ପ୍ରଦୂଷିତ ବାୟୁ କିମ୍ବା ଦୂଷିତ ପାନୀୟ ଜଳ ଜଣ୍ଡିସର କାରଣ ହୋଇ ଥାଇ ପାରେ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ଯାଞ୍ଚ କରିବା ସହ ଲୋକଙ୍କୁ ସଚେତନ କରାଯିବ। ତେବେ ଗାଁ ରେ ଯେଉଁ ମାତ୍ରାରେ ରୋଗ ଵ୍ୟାପୁଛି ତୁରନ୍ତ ପଦକ୍ଷେପ ନେଲେ ଲୋକମାନେ ଏହାର ସୁଫଳ ପାଇ ପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆକ୍ସନ୍
26m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
30m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
32m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍