ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣଙ୍କ ଜୀବନ
by Argus News
Wed, Oct 30 | 10:10 a.m.

ଅର୍ଗସ ବ୍ୟୁରୋ:  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ନେଭରାପାଳ ଗାଁରେ ଅଭାବନୀୟ ଘଟଣା। ପାଖ ଜଂଗଲରେ ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ନେଭରପାଳ ଗାଁର ୪୫ ବର୍ଷୀୟ ଭକ୍ତ ନାଏକ। ଶିକାରୀମାନେ ବାରହା ଶିକାର ନିମନ୍ତେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟରୁ ବେଆଇନ ଭାବେ ସଂଯୋଗ ନେଇ ତାର ବିଛାଇ ଥିଲେ। ରାତିରେ ଭକ୍ତ ନାଏକ ବନ୍ୟପ୍ରାଣୀ ଘଉଡ଼ାଇବା ପାଇଁ କ୍ଷେତକୁ ଯିବାବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସିଯାଇଥିଲେ। ତେବେ  ଘଟଣା ସଂକ୍ରାନ୍ତରେ ଖବର ପାଇ ନାକଟିଦେଉଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି । ତାର ବିଛାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହ  କ୍ଷତି ପୂରଣ ଦାବୀ କରିଛନ୍ତି ପରିବାର ଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

କାଳୀପୂଜା
27m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
27m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
34m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ