ଭରା ନଈରେ ଦେଶୀ ଡଙ୍ଗା, ଜୀବିକା ଆଗରେ ଜୀବନ ତୁଚ୍ଛ
by Argus News
Sun, Sep 01 | 5:48 p.m.

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଟିଏ ଦେଖି ପାରିଲେନି ଗଜିଆଗୁଡାବାସୀ । ଯୋଗାଯୋଗ ପାଇଁ ମାଟି ରାସ୍ତା ସାହା ଭରସା ହୋଇଥିବା ବେଳେ , ବର୍ଷା ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ ଗାଁ। ଖରାଦିନେ ଯେନେତେନେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନେ ଭରା ନଈକୁ ଦେଶୀ ଡଙ୍ଗା ଭରସା ।  ବର୍ଷ ବର୍ଷ ଧରି ହୋଇ ପାରୁନି ପୋଲ ନିର୍ମାଣ, କି ଗାଁକୁ ସଂଯୋଗ ହୋଇ ପାରୁନି ରାସ୍ତା। ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଅଞ୍ଚଳବାସୀ।

ଜୀବିକା ଆଗରେ ଜୀବନ ତୁଚ୍ଛ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗି ଜିଲ୍ଲା, ଖଇରପୁଟ ବ୍ଲକ, ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡାରେ । ଗଜିଆଗୁଡାରେ କାହିଁକେଉଁ କାଳରୁ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି । ଜୀବନ ଜୀବିକା କହିଲେ ଚାଷ କି ମୁଲ କରି ଗୁଜୁରାଣ ମେଣ୍ଟାନ୍ତି । ଗାଁକୁ ଯିବାକୁ ହେଲେ ଗଜିଆଗୁଡା ନଦୀ ପାର ହୋଇ ଯିବାକୁ ପଡେ। ମାତ୍ର ଦୁଃଖର ବିସୟ ଏହି ନଦୀ ଉପରେ ଆଜି ଯାଏଁ ବ୍ରିଜ ଟିଏ ହୋଇ ପାରିଲା ନାହିଁ।

ନଦୀ ପାର ପାଇଁ ଏଠି ଦେଶୀ ଡଙ୍ଗା ଛଡା ଅନ୍ୟ କିଛି ବିକଳ୍ପ ନାହିଁ ।  ଏହି ଡଙ୍ଗା ଅବସ୍ଥା ମଧ୍ୟ ନକହିଲେ ଭଲ। ମରାମତି ଅଭାବରୁ ଡଙ୍ଗାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ମାତ୍ର ପ୍ରଶାସନ ତରଫରୁ ଆଉ ଡଙ୍ଗା ଯୋଗାଇ ଦିଆଯାଇ ନଥିବାରୁ ଏହି ଫଟା ଡଙ୍ଗାରେ ହିଁ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ନିଜର ଜୀବନକୁ ବାଜି ଲଗେଇ ନୀତି ଦିନ ନିଜର ଜୀବିକା ପାଇଁ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୁଅନ୍ତି ।  ଖରା ଦିନରେ କଷ୍ଟେ ମଷ୍ଟେ ଆତଯାତ ହେଉଥିବା ବେଳେ ବର୍ଷା ଦିନ ଆସିଲେ କଥା ସରିଲା । ନଦୀବଢି ପାଇଁ ବିଛିନ୍ନ ହୋଇଯାନ୍ତି ଗାଁ ଲୋକେ । ଏହି ସ୍ଥାନରେ ପୋଲର ଆବସ୍ୟକତା ଦେଖି ଆଠ ବର୍ଷ ତଳେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଦୁଃଖର ବିସୟ ମାତ୍ର କିଛି କାମ କରି ଦେଇ ଠିକାଦାର ଛୁ। ସେଦିନଠାରୁ ଆଜି ଯାଏଁ ହୋଇ ପାରୁନି ପୋଲ କାମ।

ଗଜିଆଗୁଡାରେ ବିଜୁ ସେତୁ ଯୋଜନା ଫେଲ୍। ପୋଲ ପାଇଁ ଅର୍ଥ ମଞ୍ଜୁର ହେଲା ମାତ୍ର ଆଠ ବର୍ଷ ହେବ ସରୁନି ନିର୍ମାଣ କାମ। ଏପଟେ ବିନା ପୋଲ ଏବଂ ରାସ୍ତାରେ ଅଭିଷପ୍ତ ଜୀବନ ବଞ୍ଚୁଛନ୍ତି ଗଜିଆଗୁଡାବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ପେଜର ବିସ୍ଫୋରଣ
9m ago
ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପର
ପ୍ରଧାନମନ୍ତ୍ରୀ
16m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ
ନିର୍ବାଚନ
36m ago
ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ : ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦ