ନଦୀରୁ ମିଳିଲା ନବଜାତକ ମୃତଦେହ
by Argus News
Wed, Oct 09 | 10:08 p.m.

ଅର୍ଗସ ବ୍ୟୁରୋ: ନଦୀରୁ ମିଳିଲା ନବ ଜାତକ ଶିଶୁ ପୁତ୍ରର ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା କଇଁସାରି ଜାମୁଘାଟ ପୋଲ ନିକଟରେ। ପ୍ରବାହିତ ଦେଓ ନଦୀରେ ଏକ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ପୋଲିସକୁ ଖବର ଦେଇଥିଲେ। 
ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରେ ଏକ ବାଉଁଶ ଝାଡ଼ିରେ ଲାଗି ରହିଥିବା ମୃତଦେହ ଉଦ୍ଧାର କରିଥିଲା।

ଉଦ୍ଧାର ହେବା  ପରେ ମୃତଦେହଟି ଏକ ନବଜାତକ ଶିଶୁପୁତ୍ରର ହୋଇଥିବା ଜଣାପଡିବା ସହିତ ମୃତଦେହକୁ ଉଦଳା ମେଡିକାଲକୁ ନେଇଛି ପୋଲିସ। ତେବେ ଶିଶୁ ପୁତ୍ର ଜନ୍ମ ହେବା ପରେ କେହି ତାକୁ ନଦୀରେ ପକାଇ ଦେଇଥିବା ଅନୁମାନ କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର