ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ବିରଳ ରୋଗରେ ପୀଡ଼ିତ
by Argus News
Sat, Jun 29 | 9:12 p.m.

ଅର୍ଗସ ବ୍ୟୁରୋ: ‘ବାହୁବଳୀ’ ସିନେମାରେ ଦେବସେନାଙ୍କ ଭୂମିକା ନିଭାଇଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଏକ ଅଜବ ରୋଗ ହୋଇଛି। ଯାହାଫଳରେ ସେ ନିଜ ହସ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି। ଅଭିନେତ୍ରୀଙ୍କ କହିବା କଥା ହେଉଛି ସେ ଅଧିକାଂଶ ସମୟ‌ରେ ହସି ହସି ବେଦମ୍‌ ହୋଇଯାଆନ୍ତି। ବିଶ୍ବାସ ନହେଲେ ବି ଅନୁଷ୍କା ଯେଉଁ ରୋଗରେ ପୀଡ଼ିତ ତାହାକୁ ‘ସ୍ୟୁ‌ଡୋବୁଲ୍‌ବର୍‌ ଆଫେକ୍ଟ ବା ପିବିଏ’ କୁହାଯାଏ। ଏହି ରୋଗ ହେଲେ ଲୋକ ନିଜ ହସ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି।

ବିଶେଷ କରି ସୁଟିଂରେ କମେଡି ସିନ୍‌ ଚାଲିଥିବା ବେଳେ ଅଭିନେତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କିଛି ଦୃଶ୍ୟରେ ସେ ଏପରି ହସନ୍ତି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ପୂର୍ବ ସ୍ଥିତିକୁ ଫେରିପାରନ୍ତି ନାହିଁ। କେବଳ ହସ ନୁହେଁ, ଏହି ରୋଗ ହେଲେ କାନ୍ଦ ଉପରେ ବି ନିୟନ୍ତ୍ରଣ ରହେ ନାହିଁ। ଏହା ଏକ ସ୍ନାୟୁଗତ ବିକୃତି। ଯାହାକି ସିଧା ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଏହି ରୋଗ ଅନିୟନ୍ତ୍ରିତ ହସ ଓ କାନ୍ଦର କାରଣ ବନିଥାଏ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ଦାମୀ ଆମ୍ବ
11m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ
ଖେଳାଳି
15m ago
ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି
ନୂଆଦିଲ୍ଲୀ: ହୋଟେଲ୍ ITC ମୋର୍ଯ୍ୟରେ କେକ୍ କାଟିଲେ କ୍ରିକେଟର । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନ
ହାତୀ ମୃତ୍ୟୁ
18m ago
୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ
ସମ୍ବଲପୁର: ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ମାଈ ହାତୀ ମୃତ । ସଦର ରେଞ୍ଜ ଝାଙ୍କରବାହାଲିରେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ୍ୟ ହୋଇଥିବା ସୂଚନା ମିଳିଛି । ବସିଆପଡ