କୁଚିଣ୍ଡା ଲଙ୍କା ଚାଷୀଙ୍କ ଦୁର୍ଦ୍ଦଶା
by Argus News
Tue, May 14 | 8:42 p.m.

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାରେ ଲଙ୍କା ଚାଷୀଙ୍କ ଦୁର୍ଦ୍ଦଶା । ୨୪ ବର୍ଷର ସରକାର ଚାଷୀଙ୍କ ପାଇଁ ସୃଷ୍ଟି କରିପାରିଲାନି ବଜାର ବ୍ୟବସ୍ଥା । ଅମଳ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ନାଁକୁ ମାତ୍ର ଖୋଲିଛି ତିନୋଟି ମଣ୍ଡି । ହେଲେ ଲଙ୍କା ବିକି ୧୨ ବର୍ଷ ପରେ ପଇସା ପାଇନାହାନ୍ତି ଚାଷୀ  । ଦଲାଲଙ୍କ ଦୌରାତ୍ମ୍ୟ ଯୋଗୁ ଶୋଷିତ ହେଉଛନ୍ତି ଲଙ୍କା ଚାଷୀ  । ଆଉ ସେପଟେ ଲଙ୍କା ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା । 

କୁଚିଣ୍ଡା ପରୀମୁଣ୍ଡା ତକ୍ତିମାଳର ଲଙ୍କା ଚାଷୀ ନବୀନ ନାୟକ । ସରକାରଙ୍କୁ ଲଙ୍କା ବିକିଥିଲେ ନବୀନ । ହେଲେ ୧୨ ବର୍ଷ ହେବ  ପଇସା ପାଇଲେନି । ସବୁଠୁ ନିରାଶ ପରେ ବକେୟା ୫୦୫୦୪ ଟଙ୍କା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ନବୀନ । ବକେୟା ପାଉଣା ସହ ବଜାର ବ୍ୟବସ୍ଥା ନଥିବାରୁ ଏବେ ଆଉ ଲଙ୍କା ଚାଷ ପ୍ରତି ନବୀନଙ୍କର ଆଗ୍ରହ ନାହିଁ।

ନବୀନଙ୍କ ପରି ପୂରା କୁଚିଣ୍ଡାରେ ହଜାର ହଜାର ଲଙ୍କା ଚାଷୀ ଏବେ ହତାଶ । ଏମାନଙ୍କ ଭିତରୁ ଜଣେ କୁଲଙ୍ଗାଯୋର୍ ର ଚାଷୀ ଭରତ କିଶାନ । ତାଙ୍କ ଘରେ ପଡ଼ିଛି ବସ୍ତା ବସ୍ତା ଲଙ୍କା । ବଜାର ସୁବିଧା ନଥିବାରୁ ୫ କୁଇଣ୍ଟାଲ ଲଙ୍କା ବିକ୍ରି କରି ପାରୁନାହାନ୍ତି ଭରତ । ବଜାର ବ୍ୟବସ୍ଥା ନ ଥିବାରୁ ଲଙ୍କା ଉତ୍ପାଦନ ବେଳେ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛି ଚାଷୀ । ଦଲାଲଙ୍କ ପାଦ୍ରୁଭାବ ବଢ଼ିଛି ସେଇଥିପାଇଁ ଅଧାରୁ ଅଧିକ ଚାଷୀ ଲଙ୍କା ଚାଷରୁ ମୁହଁ ଫେରାଇଲେଣି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା