14 ବର୍ଷ ପରେ ପୁଣି ଲୋକସଭା ନିର୍ବାଚନ ଲଢିପାରନ୍ତି ଗୋବିନ୍ଦା
by Argus News
Thu, Mar 28 | 9:53 p.m.

ଅର୍ଗସ ବ୍ୟୁରୋ: ଶିବସେନାରେ ସାମିଲ ହୋଇଛନ୍ତି ଅଭିନେତା ଗୋବିନ୍ଦା । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। 

ମୁମ୍ବାଇବାସୀଙ୍କ ମଧ୍ୟରେ ଚିଚି ନାମରେ ଲୋକପ୍ରିୟ ବଲିଉଡ୍ ଅଭିନେତା ଗୋବିନ୍ଦା । ସେ ଶିନ୍ଦେଙ୍କ ପାର୍ଟିରେ ସାମିଲ ହେବା ପରେ ତାଙ୍କର ନିର୍ବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଶିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ । ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।

ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ । ସେବେ ସେ ବିଜେପିରୁ ରାମ ନାଇକଙ୍କୁ ନିର୍ବାଚନରେ ହରାଇଥିଲେ ।

ଗୋବିନ୍ଦା ନିଜ କ୍ୟାରିୟରରେ ୧୬୫ ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ରାଜା ବାବୁ, କୁଲି ନମ୍ବର ଓ୍ବାନ୍, ହିରୋ ନମ୍ବର ଓ୍ବାନ୍, ବଡେ ମିଆଁ ଛୋଟେ ମିଆଁ, ଭାଗମଭାଗ, ପାର୍ଟନର ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଅଭିନୟ ସହିତ ନିଜ ଦମଦାର ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ଅସୁସ୍ଥ
2m ago
ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥପାଲିରେ ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ। ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି l
ପ୍ରସିଦ୍ଧ
2m ago
ପ୍ରସିଦ୍ଧ ଶୀତଳ ଷଷ୍ଠୀର ଆଜି ଥାଳଉଠା କାର୍ଯ୍ୟକ୍ରମ
ଅର୍ଗସ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଆଜି ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀର ଯାତ୍ରାର ଥାଳ ଉଠା କାର୍ଯ୍ୟକ୍ରମ ରହିଛି । ପରମ୍ପରା ଅନୁସାରେ ଥାଳ ଉଠା କାର୍ଯ୍ୟକ୍ରମର
ବିରାଟଙ୍କ ଧୂଆଁଧାର
7m ago
ବିରାଟଙ୍କ ଧୂଆଁଧାର ମାଡ଼ରେ ପରାସ୍ତ ହେଲା ପଞ୍ଜାବ
ଅର୍ଗସ ବ୍ୟୁରୋ: ଧର୍ମଶାଳାରେ ଚମକିଲେ ବିରାଟ। ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଗତକାଲି ଆଇପିଏଲରେ ଦମଦାର ରେକର୍ଡ କରିଥିଲେ। ବିରାଟ ସିନା ଶତକ କରିପାରି ନ ଥିଲେ କିନ୍ତୁ ଦମଦାର ର