ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ
by Argus News
Wed, May 01 | 4:57 p.m.

ଅର୍ଗସ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ l ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ(୬୦) ଏବଂ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗିରହିଥିଲା ବେଳେ ଆଜି ଏହାର କରୁଣ ପରିଣତି ଦେଖିବାକୁ ମିଳିଛି l 

ସୂଚନା ଅନୁଯାୟୀ ପାରିବାରିକ କଳହକୁ ନେଇ ଆଜି ଉଭୟ ବାପା ପୁଅଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ବାପାର ଭୁଜାଲୀ ଚୋଟରେ ପୁଅ ଶଙ୍କର୍ଷଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବନ୍ତ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

JIO OFFER
1m ago
OTT ଲଭର୍ ଙ୍କ ପାଇଁ ଖୁସି ଖବର
ଅର୍ଗସ ବ୍ୟୁରୋ: OTT ଲଭର୍ ଙ୍କ ପାଇଁ ଖୁସି ଖବର । ଏଥର ପାର୍ବଣରେ ଜିଓର ଧମାକେ ଧାର୍ ଅଫର୍ । ମାତ୍ର 175 ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ୍ ଡାଟା ଓ 11ଟି ପପୁଲାର୍ OTT ପ୍ଲାଟ
ଖୋଲିବ ଭିତର ରତ୍ନଭଣ୍ଡା
4m ago
SPEED 10; ସଂକ୍ଷେପରେ ସକାଳର ଖବର...
ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର...ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆଜିଠୁ 3 ଦିନ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ...ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ
ଦାଦନ ଶ୍ରମିକ ଉଦ୍ଧାର
5m ago
ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗୀର: ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହେଲେ ୯ ଦାଦନ ଶ୍ରମିକ । ହାଇଦ୍ରାବାଦକୁ ଚାଲାଣ ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ । ଏକ ବୋଲେରୋ ଗାଡ଼ିକୁ ଜବ