ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ
by Argus News
Thu, Mar 28 | 6:38 a.m.

କଟକ:  ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଲାଣି ବିରୋଧ। ବିଜେଡିର ଟାଣୁଆ ନେତାଙ୍କ ବିରୋଧରେ ଖୁଲମଖୁଲ୍ଲା ବିଦ୍ରୋହ କରୁଛନ୍ତି ଦଳୀୟ ନେତା। କଟକ ଚୌଦ୍ଵାର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଘୋଷଣା ପରେ ଦଳ ଭିତରୁ ବିଦ୍ରୋହୀଙ୍କ ବିରୋଧର ସ୍ଵର ଉଠିଛି । ସାମ୍ବାଦିକ ସମ୍ମିଳନୀ ଡାକି ପ୍ରାର୍ଥୀ ସୌଭିକ ବିଶ୍ଵାଳ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ।

କହିଛନ୍ତି, ବିଶ୍ବାଳ ବାପା-ପୁଅ ବିଜେଡିକୁ ଉଭୟ ଧୋକା ଦେଉଛନ୍ତି। ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ନୁହେଁ ସେ ବିଜେଡିର କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି । ରୂପାଲୀ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ, ବିଜୟୀ ହେଲେ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି । ଏଥିସହ ନବୀନ, ପାଣ୍ଡିଆନ ଓ ପ୍ରଣବଙ୍କ ବିରୋଧରେ ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳ ଆଲୋଚନା କରୁଥିବାର ଏକ ଅଡିଓ କ୍ଲିପ୍ ଜାରି କରିଛନ୍ତି ରୂପାଲୀ । ଏହି ଅଡିଓ ଆଲୋଚନା ସମ୍ପର୍କରେ ଅର୍ଗସକୁ ପ୍ରଭାତ ବିଶ୍ବାଳ କହିଛନ୍ତି ଏହା ନିଜ ପରିବାର ଭିତରର କଥା। ଅନ୍ୟପଟେ ରୂପାଲୀ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଭାତ ବିଶ୍ଵାଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

TEMPLE
22m ago
ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କଉଁଠି ଅଛି
ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମ ଅନୁଯାୟୀ ବାର ମାସରେ ତେର ପର୍ବ ଆସିଥାଏ । କିଛି ପର୍ବ ପର୍ବଣୀ ଆସିଲେ ଆମେ ମାନେ ମନ୍ଦିର ଯାଇଥଉ। ବର୍ତ୍ତମାନ ସବୁ ଜାଗାରେ ଅନେକ ପ୍ରକାରର ମନ୍ଦିର ଅଛ
ନକ୍ସଲ ନିହତ
28m ago
ନବରଙ୍ଗପୁରରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ
ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବ
ରୋଗୀସେବା
32m ago
ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା
କଟକ : ନବୀନଙ୍କ ୨୪ ବର୍ଷର ଶାସନ । ଓଡିଶା ରୂପାନ୍ତରୀକରଣର ବଡ ବଡ ପ୍ରତିଶୃତି । ହେଲେ ଓଡିଶାର ସ୍ବାସ୍ଥ୍ୟବସ୍ଥାର ଚିତ୍ର ଦେଖିଲେ ଆପଣ ଓଡିଶାର ପ୍ରକୃତ ବିକାଶ କଥା ଜାଣିପାରିବେ