୫୬ ବର୍ଷରେ ବାପା ହେବେ ଅକ୍ଷୟ!
by Argus News
Mon, Jul 22 | 7:52 p.m.

ଅର୍ଗସ ବ୍ୟୁରୋ: ଜଣାଶୁଣା ବଲିଉଡ ଅଭିନେତା ତଥା ଖିଲାଡି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସତରେ କଣ ଟ୍ବିଙ୍କଲ ପ୍ରେଗନେଣ୍ଟ ଅଛନ୍ତି। ତେବେ ଟ୍ବିଙ୍କଲ ନିଜେ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଟ୍ବିଙ୍କଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୮ ମିଲିୟନ ଫଲୋର୍ସ ଅଛନ୍ତି। ସେ ପ୍ରତିଦିନ ତାଙ୍କ ଫ୍ୟାନଙ୍କ ସହିତ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। 

ଟ୍ବିଙ୍କଲ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ଗୋଟିଏ ସମସ୍ୟା ବିଷୟରେ କହିଛନ୍ତି। କିନ୍ତୁ ତା'ପରେ ଟ୍ବିଙ୍କଲଙ୍କ ୫୦ବର୍ଷ ବୟସରେ ଗର୍ଭବତୀ ହେବାକୁ ଯାଉଛନ୍ତି କି ନାହିଁ ବୋଲି ସେପଟେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅକ୍ଷୟ କୁମାର ୫୬ବର୍ଷ ବୟସରେ ପିତା ହେବେ। ତେବେ ଏନେଇ ଦୁହେଁ କିଛି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନାହାନ୍ତି। 
 

ଟ୍ବିଙ୍କଲ କହିଛନ୍ତି ଯେ, ତାଙ୍କ ଋତୁସ୍ରାବ ବନ୍ଦ ହୋଇଯାଇଛି । ଏହି ପୋଷ୍ଟରେ, ତାଙ୍କ ଫଟୋ ଉପରେ ଲେଖା ହୋଇଛି ଯେ, ‘ଯେତେବେଳେ ୫୦ ବର୍ଷ ବୟସ ହୋଇଛି ଏବଂ ତୁମର ପିରିୟ୍ଡ଼ସ ମିସ ହୋଇଯାଇଛି ତେବେ ଚିନ୍ତା ଲାଗିବ ଯେ ଏହା ମେନାପାଜ୍ ନା ଗର୍ଭଧାରଣ’। ସେପଟେ ଫ୍ୟାନମାନେ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ଯେ, ଏହା କଣ ସତ! ଆମେ ବିଶ୍ବାସ କରିପାରୁନୁ। ତେବେ ଯାହାହେଉ କୁନି ଅତିଥି ଆସିବ। ଆପଣ ଦୁଇଜଣଙ୍କୁ ଅଭିନନ୍ଦନ ବୋଲି ଫ୍ୟାନମାନେ କହିଛନ୍ତି। 
ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ କିଛି ସମୟ ଡେଟିଂ କରିବାପରେ ବିବାହ କରିଥିଲେ। ଜାନୁୟାରୀ ୨୦୦୧ରେ ଏହି ଦମ୍ପତି ବିବାହ କରିଥିଲେ।

ଏହି ପାଓ୍ବାର କପଲ ବିବାହର ୨୩ବର୍ଷ ପୂରଣ କରିଛନ୍ତି। ଅକ୍ଷୟ କୁମାର ଏବଂ ଟ୍ବିଙ୍କଲଙ୍କ ଯୋଡ଼ି ବଲିଉଡର ପ୍ରସିଦ୍ଧ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ। ଉଭୟ ସେଲିବ୍ରିଟି ଦୁଇ ସନ୍ତାନର ମାତାପିତା ଅଟନ୍ତି। ଅକ୍ଷୟଙ୍କ ପୁଅ ଆରବ ଏବଂ ଝିଅ ନିତାରା ଖୁବ ଗେହ୍ଲା। ଆରବ ୨୦୦୨ରେ ଏବଂ ନିତାରା ୨୦୧୨ରେ ଜନ୍ମଗ୍ରହଣ କରିଥିଲେ। ତେବେ ଏହି ଖବର କେତେଦୂର ସତ ତାହା ଆମେ ଜାଣି ନାହୁଁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା