ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ହୋଇଛି ସ୍ଥାନାନ୍ତର
by Argus News
Fri, Jul 19 | 7:21 a.m.

ଅର୍ଗସ ବ୍ୟୁରୋ:  ଯାହାକୁ ଥିଲା ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା। ସେହି ପ୍ରତୀକ୍ଷାର ଅନ୍ତ ହୋଇଛି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ସ୍ଥାନାନ୍ତର ହୋଇଛି। ଗତକାଲି ସକାଳ ପ୍ରାୟ ସାଢ଼େ ଆଠଟାରେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ। ସାଙ୍ଗରେ ଥିଲେ ସ୍ନେକ୍ ହେଲପ ଲାଇନ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ପ୍ରାୟ ସାଢ଼େ ସାତ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ଭିତର ରତ୍ନ ଭଣ୍ଡାରରେ ଥିବା ସବୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଏ ନେଇ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସ୍ପଷ୍ଟ ସୂଚନା ଦେଇଛନ୍ତି।

ଭିତର ରତ୍ନ ଭଣ୍ଡାରରେ 3ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ୍ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଗୋଟିଏ ଲୁହା ସିନ୍ଦୁକରେ ଅଳଙ୍କାର ରହିଥିଲା। ସବୁକୁ  ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ସିନ୍ଦୁକ ଗୁଡ଼ିକରେ ଥିବା ଅଳଙ୍କାର ଅଣାଯାଇ ଅସ୍ଥାୟୀ ରତ୍ନଭଣ୍ଡାରରେ ଆଲମିରାରେ ରଖାଯାଇଛି। ସେସବୁରେ ଚାବି ପକାଯାଇ ତାକୁ ଟ୍ରେଜେରୀରେ ରଖିବାକୁ ଜିଲ୍ଲାପାଳଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦ ବଳରେ ସବୁ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। କେବଳ ଇଲେକ୍ଟ୍ରି ଲାଇଟ୍ ଓ ଗ୍ୟାସ୍ କଟର ଟିମ୍ ଛଡ଼ା ଓଡ୍ରାଫ୍, ଅଗ୍ନିଶମ କିମ୍ବା ସ୍ନେକ୍ ହେଲପଲାଇନ୍ କାହାରି ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା