ଝାଡାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ
by Argus News
Sat, Jul 20 | 3:02 p.m.

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅର୍ନ୍ତଗତ ଲଖପାଲି ଗ୍ରାମରେ ଝାଡାବାନ୍ତିରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆହୁରୀ ୨ ଜଣ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଲଖପାଲି ଗ୍ରାମରେ ଦୁଇଟି ଓ୍ବାର୍ଡରେ ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ପିଇବା ପାଣି ପାଇଁ ୪ଟି ନଳକୂପ ସହ ଓଭରହେଡ ପାଣି ଟାଙ୍କି ରହିଛି। ଗ୍ରାମରେ କୌଣସି ଡ୍ରେନ ନାହିଁ ତେଣୁ ରାସ୍ତାଘାଟ ସଫାସୁତୁରା ରହିଛି।

ହେଲେ କଣ ପାଇଁ ଗ୍ରାମରେ ଝାଡାବାନ୍ତି ବ୍ୟାପୁଛି ତାହା ଜଣାପଡିନାହିଁ। ପାଗ ଯୋଗୁଁ ଲୋକେ ଝାଡାବାନ୍ତି ହେଉଥିବା ଜଣାପଡିଛି। ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଅଭିଯୋଗ ଆସିବା ପରେ ଲଖପାଲି ଗାଁରେ ମେଡିକାଲ ଟିମ ଗାଁରେ ପହଞ୍ଚିଛନ୍ତି। ଜଳଯୋଗାଣ ବିଭାଗ ତରଫରୁ ଜେଇ ମଧ୍ୟ ଲଖପାଲି ଯାଇଁ ନଳକୂପରେ ବ୍ଲିଚିଂ ପକାଉଛନ୍ତି।। ଲୋକଙ୍କୁ ସଚେତନ କରୁଛନ୍ତି। ସେପଟେ ଗାଁ ମୁଣ୍ଡରେ ପୌରପରିଷଦ ତରଫରୁ ଅଳିଆ ଆବର୍ଜନା ପକାଉଥିବାରୁ ଲୋକେ ରୋଗରେ ପଡୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା