ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ
by Argus News
Sun, Sep 01 | 6:23 p.m.

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧୁସିତ କେନ୍ଦୁଝର ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସୁଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ସାଇକେଲରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବାତୀ।  ଏଭଳି ଚିତ୍ର ସାମ୍ନାକୁ ଆସିଛି ହରିଚନ୍ଦନପୁର ବ୍ଲକ ବାରିଗାଁର ବାଲିଦାଣ୍ଡ ଗାଁରୁ। ଗର୍ଭବତୀଙ୍କୁ ପ୍ରଶବ ଯନ୍ତ୍ରଣା ହେବାରୁ ଆଶା କର୍ମୀଙ୍କ ସହାୟତାରେ 102 ଆମ୍ବୁଲାନ୍ସକୁ ଡକା ଯାଇଥିଲା। ତେବେ ଆମ୍ବୁଲାନ୍ସଟି କାଦୁଅ ରାସ୍ତା ଯୋଗୁଁ ପାଖାପାଖି ଦେଢ କିଲୋମିଟର ଆଗରୁ ଆଉ ଗାଁକୁ ପହଞ୍ଚି ନଥିଲା। ଫଳରେ ମହିଳାଙ୍କ ସ୍ବାମୀ ତାଙ୍କୁ ସାଇକେଲ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ବାରିଗାଁ ଛକଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଛି ବାଲିଦାଣ୍ଡ ଗାଁ । ଏହି ଗାଁରେ ଚାଳିଶି ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ଟିଏ ନାହଁ। ନାଲି ମାଟିର କଚ୍ଚା ରାସ୍ତାରେ ବର୍ଷ ତମାମ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଆସିଲେ ବଢେ ଲୋକଙ୍କ ଦୁର୍ଦଶା। ଅସରାଏ ବର୍ଷାରେ ରାସ୍ତା ହୋଇଯାଏ କାଦୁଅ ପଚପଚ। ବେଳେ ବେଳେ ତ ରାସ୍ତା ବିଲର ଭ୍ରମ ଶୃଷ୍ଟି କରେ। ମାତ୍ର ଏହା ପ୍ରତି ଆଜି ଯାଏଁ ପ୍ରଶାସନର ନଜ ପଡିନି।

ପଚିଶ ବର୍ଷର ସ୍ଥିର ସରକାରରେ ଗ୍ରାମାଞ୍ଚଳର ବିକାଶର ଏହା ହେଉଛି ନଗ୍ନ ଚିତ୍ର। ଗାଁକୁ ନାହିଁ ପକ୍କା ରାସ୍ତା ଆସି ପାରୁନି ଚାରି ଚକିଆ ଫଳରେ କେତେବେଳେ ଖଟିଆ ସାହାରାତ ଆଉ କେତେବେଳଏ ସାଇକେଲ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

ପ୍ରଧାନମନ୍ତ୍ରୀ
6m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ
ନିର୍ବାଚନ
26m ago
ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ : ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦ
ଅଟା
26m ago
ଆମେ ଖାଉଥିବା ଅଟାରେ ପୋଷକ ତତ୍ତ୍ବ ମିଳେ ନାହିଁ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସବୁଥିରେ ନକଲି ଜିନିଷ ବ୍ୟବହାର ହେଉଛି । ଖାସ୍ କରି ଆମେମାନେ ଖାଉଥିବା ଜିନିଷର ଅଧିକ ଅପମିଶ୍ରତ ହେଉଛି । ଖାଦ୍ୟରେ ଅପମିଶ୍ରଣ ସମଗ୍ର ବିଶ୍ଵରେ ଦ୍ରୂ