ଆମେ ଖାଉଥିବା ଅଟାରେ ପୋଷକ ତତ୍ତ୍ବ ମିଳେ ନାହିଁ
by Argus News
Wed, Sep 18 | 7:20 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସବୁଥିରେ ନକଲି ଜିନିଷ ବ୍ୟବହାର ହେଉଛି । ଖାସ୍ କରି ଆମେମାନେ ଖାଉଥିବା ଜିନିଷର ଅଧିକ ଅପମିଶ୍ରତ ହେଉଛି । ଖାଦ୍ୟରେ ଅପମିଶ୍ରଣ ସମଗ୍ର ବିଶ୍ଵରେ ଦ୍ରୂତ ଗତିରେ ବଢିବାରେ ଲାଗିଛି । ଜାଣତରେ ହେଉ କିମ୍ଵା ଅଜାଣତରେ ଖାଦ୍ୟ ଅପମିଶ୍ରିତ ହୋଇଥାଏ। ନିଜର ଆର୍ଥିକ ଫାଇଦା ପାଇଁ ଖାଦ୍ୟ ଉତ୍ପାଦନକାରୀ ଜାଣିଶୁଣି ଖାଦ୍ୟ ସାମଗ୍ରୀରେ ଅନ୍ୟ କିଛି ମିଶାଇଥାନ୍ତି  ଅଥବା ପୋଷକତତ୍ତ୍ଵ କାଢ଼ି ନିଅନ୍ତି । ତାହା ସହ ଖାଦ୍ୟକୁ ବନାଇବା ବେଳେ ଅବହେଳା କାରଣରୁ ଆପେ ଆପେ ସେଥିରେ ଅନ୍ୟ କିଛି ପଡ଼ି ତାହା ଅପମିଶ୍ରିତ ହୋଇଥାଏ। 

ଶେଷରେ ଖାଉଟି ହିଁ ଏସବୁ ଅପମିଶ୍ରିତ ଖାଦ୍ୟ କିଣି ଖାଇଥାଏ। ଏହାପରେ ସେ ଅନେକ ରୋଗର ସମ୍ମୁଖୀନ ହୋଇଥାଏ । ଆମେ ପ୍ରତିଦିନ ଅନେକ କିଛି ଖାଦ୍ୟ ଖାଇଥାଉ ତା ମଧ୍ୟରୁ ରୁଟି ବେଶ ଗୁରୁତ୍ବପୂର୍ଣ୍ଣ।  ଏହାକୁ ଖାଇବା ଦ୍ଵାରା ଆମକୁ ପୋଷକ ତତ୍ତ୍ଵ ମିଳିଥାଏ। କିନ୍ତୁ ଥରେ ଭାବିଲେ ଆମେ ଯେଉଁ ଅଟା ଖାଉଛେ ତାହା ଯଦି ଅପମିଶ୍ରିତ ହୋଇଥିବ ତାହେଲେ ଆଉ ପୋଷକ ତତ୍ତ୍ବ ମିଳେ ନାହିଁ। 
ଆପଣ ଖାଉଥିବା ଅଟା ଭେଜାଲ ନୁହେଁ ତ ?

ତେଲ ମସଲାଠାରୁ ଆରମ୍ଭ କରି ଚାଉଳ ଅଟା ପର୍ଯ୍ୟନ୍ତ ପ୍ରାୟ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରାଯାଉଛି । ପୁଣି କେଉଁ ସାମଗ୍ରୀ ଭେଜାଲ ଆଉ କେଉଁଟା ଭଲ ତାହା ଜାଣିବା ମଧ୍ୟ କଷ୍ଟକର ହୋଇଥାଏ। ସେମିତି ଗୋଟିଏ ନିତିଦିନିଆ ଖାଦ୍ୟ ସାମଗ୍ରୀ ହେଉଛି ଅଟା। ସାଧାରଣତଃ ଅଟାରେ ମଇଦା, ସରୁବାଲି, ଚକ୍‌ଗୁଣ୍ଡ,  କରତଗୁଣ୍ଡ, ଚୋକଡ଼, ପାଳୁଅ ବା ମକାଗୁଣ୍ଡ ମିଶାଇ ଅଟାକୁ ଅପମିଶ୍ରଣ କରାଯାଇଥାଏ । କିନ୍ତୁ, ଅଟାରେ ‘ଆଲାବାଷ୍ଟାର୍’ ନାମକ ଧଳାପଥର ଗୁଣ୍ଡ ମିଶାଯାଉଥିବା କଥା କେତେକ ସ୍ଥାନରେ ଦେଖାଯାଇଥାଏ। ଏଭଳି ଅପମିଶ୍ରଣ ହେଲେ ହଜମକ୍ରିୟାରେ ସମସ୍ୟା ହେବାସହ ଶ୍ୱାସପ୍ରଶ୍ଵାସରେ ମଧ୍ୟ ସମସ୍ୟା ଦେଖାଦିଏ । ତେଣୁ ଖାଇବା ଆଗରୁ ଅଟା ଅପମିଶ୍ରିତ କି, ନୁହେଁ, ପରୀକ୍ଷା କରିନେବା ଉଚିତ। ଆସନ୍ତୁ ଜାଣିବା ଅଟାକୁ କିପରି ପରୀକ୍ଷା କରିବେ । 

କାଗଜି ଲେମ୍ବୁ ପରୀକ୍ଷା
କିଛି ଅଟାରେ ଅଳ୍ପ କେତେ ବୁନ୍ଦା କାଗଜି ଲେମ୍ବୁ ରସ ପକାନ୍ତୁ । ଯଦି ଫୋଟକା ହୁଏ ଜାଣିବେ ସେଥିରେ ଚକ୍ ଗୁଣ୍ଡ ମିଶିଛି। ଭଲ ଅଟାରେ କାଗଜି ଲେମ୍ବୁ ରସ ପଡ଼ିଲେ ଫୋଟକା ହୁଏନାହିଁ । 

ଜଳରେ ପରୀକ୍ଷା
ଏକ ଗ୍ଲାସ ପାଣିରେ ଅଟା ମିଶାଇ ଦିଅନ୍ତୁ। ଯଦି ପାଣି ଉପରେ କିଛି ଗୁଣ୍ଡ ଭାସେ ଜାଣିବେ ସେଥିରେ ଚୋକଡ଼ ମିଶିଛି । ଶୁଦ୍ଧ ଅଟା ପାଣିରେ ସମ୍ପୂର୍ଣ୍ଣ ମିଳେଇ ଯିବ ଏବଂ ପାଣି ସଫା ଦେଖାଯାଇଥାଏ । 

ସ୍ବାଦ ପରୀକ୍ଷା
ଗୋଟିଏ ଚାମଚ କଞ୍ଚା ଅଟା ଚାଖନ୍ତୁ ଯଦି ତାହା ପିତୁଳିଆ ଲାଗିଲେ ଜାଣିବେ ସେଥିରେ ରାସାୟନିକ ପଦାର୍ଥ ମିଶିଛି। ଭଲ ଅଟା ସ୍ବାଦହୀନ ଏବଂ ପିତୁଳିଆ ଲାଗେନାହିଁ।

ହାଇଡ୍ରୋକ୍ଲୋରିକ୍ ପରୀକ୍ଷା 
ଅଟାରେ ପାଣି ମିଶାଇ ଗୋଳାନ୍ତୁ । ତା’ପରେ ସେଥିରେ ଅଳ୍ପ କେତେ ବୁନ୍ଦା ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାନ୍ତୁ। ସେହି ମିଶ୍ରଣ ଉପରେ ଖଣ୍ଡେ ହଳଦୀ ଲେଖା ହୋଇଥିବା କାଗଜ ରଖନ୍ତୁ । ଯଦି ସେ କାଗଜ ଲାଲ୍ ପଡ଼ିଯାଏ, ଜାଣିବେ ଅଟାରେ ବୋରିକ୍ ଏସିଡ୍ ମିଶିଛି। ଭଲ ଅଟା ମିଶ୍ରଣ ସଂସ୍ପର୍ଶରେ ଆସିଲେ ହଦଳୀ-କାଗଜ ରଙ୍ଗ ବଦଳାଏ ନାହିଁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

ୱାକି ଟକି ବ୍ଲାଷ୍ଟ
8m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
11m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ
ଗଣଦୁଷ୍କର୍ମ
26m ago
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ