ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ
by Argus News
Fri, Aug 30 | 1:38 p.m.

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ ଆସିଛି । ଏନେଇ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯିଯାଇଛି ।  ତା ଠାରୁ ୩୦୦ ଫଟୋ ଓ ଭିଡିଓ ଜବତ ହୋଇଛି । ତାର ଲାପଟପକୁ ଜବତ କରାଯାଇଛି । ଛାତ୍ରଜଣଙ୍କ ଗୁପ୍ତ କ୍ୟାମେରା ଦ୍ବାରା ରେକର୍ଡିଂ କରି ଭିଡିଓ ଲିକ୍ କରିଥିଲେ । ପରେ ଏଗୁଡିକୁ କିଛି ଛାତ୍ରଛାତ୍ରୀଙ୍କୁ ବିକ୍ରି କରି ଦେଇଥିଲେ । ଏନେଇ ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶହ ଶହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ କଲେଜ ପରିସରରେ ପ୍ରତିବାଦ କରିଛନ୍ତି । ଗୁପ୍ତ କ୍ୟାମେରା ଲଗାଇବାରେ କାହାର ଭୂମିକା ରହିଛି ସେ ନେଇ ପୋଲିସ ଖୋଳତାଡ କରୁଛି ।

 

ମଧୁମେହ
3m ago
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ପାଟଣାଗଡ଼ରେ
4m ago
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
4m ago
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼