ଦେଶରେ ପୁଣି କୋଭିଡ୍‌ ଭୟ: କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ
by Argus News
Wed, Dec 20 | 10:38 a.m.

ଅର୍ଗସ ବ୍ୟୁରୋ: ଦେଶରେ ପୁଣି କୋଭିଡ୍‌ ଭୟ । କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ଜାରି କରିପାରେ ଗାଇଡ୍‌ଲାଇନ, ଫେରିପାରେ ମାସ୍କ ।  କେରଳରେ ସପ୍ତାହକ ମଧ୍ୟରେ ତିନି ଗୁଣା କୋରୋନା ସଂକ୍ରମଣ ବୃଦ୍ଧି ପାଇ 10ରୁ ଅଧିକ ଜୀବନ ନେଲାଣି । କରୋନା ଭାଇରସର JN-୧ ସବ୍-ଭାରିଏଣ୍ଟ ଚିହ୍ନଟ ପରେ କେନ୍ଦ୍ର ଆଲର୍ଟ, ରାଜ୍ୟ ଗୁଡିକ ମଧ୍ୟ ଆଲର୍ଡ ମୋଡରେ । ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । 

ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କା । ଏଥିପାଇଁ ସବୁ ରାଜ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ସେପଟେ ଆବଶ୍ୟକ ପଡ଼ିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ । ଏବେ ବି ସର୍ଭେଲାନ୍ସ ଜାରି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର । ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଜିନୋମ ସିକ୍ବେନ୍ସ ପାଇଁ ପଠାଯିବ । ଜ୍ବର, ଥଣ୍ଡା ହେଲେ ଘରୁ ନ ବାହାରିବା ସହ ଲକ୍ଷଣ ଥିଲେ ପିକ୍‌ନିକ୍ ନ ଯିବାକୁ ପରାମର୍ଶ ଦେଇଛନ୍ତି  ଡାକ୍ତର ବିଜୟ ମହାପାତ୍ର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା