ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବ ଏଏସଆଇ
by Argus News
Thu, Dec 19 | 8:17 a.m.

ପୁରୀ: ଆଜି ପୁର୍ନବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବ ଏଏସଆଇ। ଗତକାଲି ମହାପ୍ରଭୁଙ୍କ ଦିବାପହୁଡ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିଲା।  ଆଜି ବନ୍ଧାଯାଇଥିବା ଭାରା ବ୍ୟବହାର କରି ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ ବା ଫାଟ ମରାମତି କାର୍ଯ୍ୟ କରାଯିବ। 

ପ୍ରାଥମିକ ଭାବେ ଡିପ୍ଲାଷ୍ଟରିଂ ବା ଚୂନ ପ୍ଲାଷ୍ଟରକୁ ହଟାଯିବା ପରେ ଫାଟ ଥିବା ପଥର ଓ ଲୁହା ବିମ୍ କୁ ବଦଳାଯିବ । ନୀଳଗିରିରୁ ଆସିଥିବା ଉନ୍ନତମାନର ପଥରରେ ମରାମତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର ଚଟାଣର ପଥରକୁ ବଦଳାଯାଇ ତଳେ ଗ୍ରାନାଇଟ୍ ପଥର ପକାଇବାକୁ ଲକ୍ଷ ରଖିଛି ଏଏସଆଇ।  ତିନିମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲକ୍ଷ ରଖାଯାଇଛି। ଛତିଶାନିଯୋଗ ବୈଠକର ଚୂଡାନ୍ତ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ 5/6 ଘଣ୍ଟା ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
 

ସଂସଦରେ
4m ago
ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ
ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟର
ଭାରତରେ ୯୦୦
23m ago
ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’
ଅର୍ଗସ ବ୍ୟୁରୋ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାର
ପ୍ରତାପ ଷଡ଼ଙ୍ଗୀ
44m ago
ସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତ
ନୂଆଦିଲ୍ଲୀ: ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଗଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲିଦେଇଥିବା କଥା ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରତାପ ଷଡଙ୍ଗୀ । ରାହୁଲ ଗାନ୍ଧ
STOCK EXCHANGE
କାରବାର ଆରମ୍ଭରୁ ଖସିଛି ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ
ଅର୍ଗସ ବ୍ୟୁରୋ: ଷ୍ଟକ୍ ମାର୍କେଟରେ ବଡ ବିପର୍ଯ୍ୟୟ । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଂ
WINTER UPDATE
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍
ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଶୀତର ଲହରୀ। ପ୍ରବଳ ଯାଡରେ ଆକ୍ତାମାକ୍ତା ଲୋକେ। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା. ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶର